Videos
|
Odisha

Pension Money Update / ଏକାସାଙ୍ଗରେ ସବୁ ଭତ୍ତା ଟଙ୍କା ମିଳିବ, ମନ୍ତ୍ରୀ କହିଲେ ତାରିଖ; ଏଇଠି ଦିଆଯିବ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏକାସାଙ୍ଗରେ ସବୁ ଭତ୍ତା ଟଙ୍କା ମିଳିବ, ମନ୍ତ୍ରୀ କହିଲେ ତାରିଖ; ଏଇଠି ଦିଆଯିବ
Odisha Pension Update

Key Points

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
୨୫ରେ ମିଳିବ ମହଙ୍ଗା ଭତ୍ତା
ଏକାଥରେ ପାଇବେ ଦୁଇ ମାସର ଭତ୍ତା
ଭୁବନେଶ୍ଵର: ଓଡ଼ିଶାର ନୂଆ ଓ NSAP ବ୍ୟାଙ୍କ୍-ଲିଙ୍କ୍ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୫ ତାରିଖରେ ୧ ଲକ୍ଷ ୧୩ ହଜାର ୯୪୯ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ଏହି ଦିନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଦୁଇ ମାସର ଭତ୍ତା ପାଇବେ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭତ୍ତା ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବାବେଳେ ନିର୍ଦ୍ଧାରିତ ତାରିଖରେ ହିତାଧିକାରୀଙ୍କୁ ଅର୍ଥ ମିଳିବ ବୋଲି ସାମିଜକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

  • ନଗଦ ଆକାରରେ ମିଳିବ ରାଜ୍ୟ ଅଂଶ
ହିତାଧିକାରୀମାନେ ଓଡ଼ିଶା ସରକାରଙ୍କ ରାଜ୍ୟ ଅଂଶର ଭତ୍ତା ନଗଦ ଆକାରରେ ପାଇବେ । ଏଥିପାଇଁ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ବ୍ୟବସ୍ଥା କରାଯିବ । ହିତାଧିକାରୀମାନେ ସେଠାରେ ପହଞ୍ଚି ନିଜର ଭତ୍ତା ସଂଗ୍ରହ କରିପାରିବେ । ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ଅଂଶ ସିଧାସଳଖ ନଗଦରେ ପ୍ରଦାନ କରାଯିବ ।

  • ବ୍ୟାଙ୍କ ଖାତାକୁ ଯିବ କେନ୍ଦ୍ର ଅଂଶ
ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ଅଂଶ ପୂର୍ବଭଳି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଅର୍ଥାତ୍ ରାଜ୍ୟ ଅଂଶ ପାଇଁ ପଞ୍ଚାୟତ କିମ୍ବା ୱାର୍ଡ ଅଫିସକୁ ଯିବାକୁ ପଡ଼ିବ ଏବଂ କେନ୍ଦ୍ର ଅଂଶ ବ୍ୟାଙ୍କ ମାଧ୍ୟମରେ ମିଳିବ ।

  • ୧.୧୩ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ
ଆସନ୍ତା ୨୫ ତାରିଖରେ ଏକାଥରେ ଦୁଇ ମାସର ଭତ୍ତା ମିଳିବାକୁ ଥିବାରୁ ୧ ଲକ୍ଷ ୧୩ ହଜାର ୯୪୯ ଜଣ ହିତାଧିକାରୀ ଉପକୃତ ହେବେ । ତେବେ ଭତ୍ତା ନେବା ପାଇଁ ହିତାଧିକାରୀମାନେ ନିଜ ଅଞ୍ଚଳର ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରୁ ଆବଶ୍ୟକ ସୂଚନା ନେଇପାରିବେ ।

ପଢନ୍ତୁ ଏହି ଖବର: ଅକ୍ଟୋବର ସୁଦ୍ଧା ମିଳିବ ୫ ମାସର ବକେୟା ଭତ୍ତା; କାହାକୁ କେତେ ମିଳିବ?

ଏଠାରେ କହିରଖୁଛୁ କି, ଗତ ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧୁବାବୁ ପେନସନ ଯୋଜନା ଅଧୀନରେ ୫,୦୫,୮୧୭ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ନଭେମ୍ବର ୧୧ ଓ ୧୨ ତାରିଖରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଏବଂ ୧୩ ଓ ୧୪ ତାରିଖରେ ବ୍ଲକସ୍ତରୀୟ କାର୍ଯ୍ଯକ୍ରମ ମାଧ୍ୟମରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଯେଉଁ ନୂତନ ହିତାଧିକାରୀମାନେ ରାଜ୍ଯସ୍ତରୀୟ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଏଯାବତ୍ ଭତ୍ତା ଗ୍ରହଣ କରିପାରିନାହାନ୍ତି, ସେମାନଙ୍କୁ ନଭେମ୍ବର ୨୫ ତାରିଖରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସରେ ଭତ୍ତା ପ୍ରଦାନ କରାଯିବ ।

ତେବେ ଇନ୍ଦିରା ଗାନ୍ଧୀ ଜାତୀୟ ପେନସେନ ଯୋଜନାରେ ମଧ୍ୟ ଯେଉଁମାନେ ବକେୟା ଭତ୍ତା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ନଭେମ୍ବର ୨୫ ତାରିଖରେ ପଞ୍ଚାୟତ କିମ୍ବା ୱାର୍ଡ ଅଫିସରେ ଭତ୍ତା ପ୍ରଦାନ କରାଯିବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: