ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇଦେବାକୁ ଓଡ଼ିଆଙ୍କୁ ଦେଲେ ଅହ୍ବାନ

ଅର୍ଗସ ବ୍ୟୁରୋ: ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହେଭିୱେଟଙ୍କ ଟାର୍ଗେଟରେ ପାଣ୍ଡିଆନ୍। ଭିତର ରତ୍ନ ଭଣ୍ଡାର ଚାବି ହଜିବା ନେଇ ସିଧାସାଧା ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଆଉ 10 ଜୁନ ସୁଦ୍ଧା ଚାବି ଫେରାଇବାକୁ ଦେଇଛନ୍ତି ଅଲଟିମେଟମ୍। ଯିଏ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଛାଡୁନି ସିଏ ସାଧାରଣ ଲୋକଙ୍କ କଥା ବୁଝିବ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ବଶର୍ମା।
ସେହିପରି ବ୍ୟାଗ ବାଣ୍ଟିବା ପ୍ରସଙ୍ଗରେ ବି ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ବିଶ୍ବଶର୍ମା। କହିଛନ୍ତି ମୋଦି ଦେଲେ ଚାଉଳ ଆଉ ପାଣ୍ଡିଆନ୍ ଧରାଇଦେଲେ ଖାଲି ବ୍ୟାଗ୍। ପାଣ୍ଡିଆନଙ୍କ ପରି ଚାଲୁକୁ ଟିକେଟ୍ କାଟି ତାମିଲନାଡୁ ପଠାଇଦେବାକୁ ଓଡ଼ିଶାବାସୀଙ୍କୁ ଆହ୍ବାନ୍ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
5ଟି କୁ ନେଇ ବି ବିଜେଡି ଷ୍ଟାରପ୍ରଚାରକ ନମ୍ବର ଟୁଙ୍କୁ ଧୋଇଛନ୍ତି ଆସମ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ସ୍କୁଲରେ ଶିକ୍ଷକ ନଥିବା ବେଳେ ଫାଇଭ ଟିର ପ୍ରଥମ ଟି ଯଦି ଟିଚର ନୁହେଁ ଓଡ଼ିଶାରେ ଫାଇଫ୍ ଟି ଦରକାର ନାହିଁ ବୋଲି କହିଛନ୍ତି ବିଶ୍ବଶର୍ମା। ଆଉ ଏଠାରେ 5ଟି ଆସିଛି ଟି ଫର ତାମିଲନାଡୁରୁ ଫାଇଭ୍ ଓ କାହିଁକି ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆସମ୍ ମୁଖ୍ୟମନ୍ତ୍ରୀ।
ସୋସିଆଲ ମିଡିଆରେ ବି ଏବେ ଭାଇରାଲ ହେଉଛି ଓଡ଼ିଶାର ରିଅଲ ଫାଇଭ୍ ଟି। ଯେଉଁଥିରେ କୁହାଯାଉଛି ପ୍ରକୃତ 5 ଟି ହେଉଛନ୍ତି 5 ଜଣ ତାମିଲ। ସେମାନେ ହେଲେ ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍। ଏହି 5 ତାମିଲ ହେଉଛନ୍ତି ଏବେ ଓଡ଼ିଶା ପାୱାର କରିଡରର ସର୍ବଶକ୍ତିମାନ। ଓଡ଼ିଶାର ଶାସନ ସହ ବିଜୁ ଜନତା ଦଳ ଏବେ ଏମାନଙ୍କ କବଜାରେ ବୋଲି ବିରୋଧୀଙ୍କ ଅଭିଯୋଗ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଭାଇରାଲ ଫଟୋରେ ରିଅଲ ଫାଇଭ ଟି ସହ ପଞ୍ଜୁରୀ ଭିତରେ ଦେଖାଯାଇଛି ଏକ କାର୍ଟୁନ ଶୁଆ। ଏହି ଶୁଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ବିରୋଧୀଙ୍କ ଅଭିଯୋଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର