Videos
|
Odisha

No Extra Charges / ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ବଡ଼ ନିଷ୍ପତ୍ତି, ଗ୍ରାହକଙ୍କୁ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ବଡ଼ ନିଷ୍ପତ୍ତି, ଗ୍ରାହକଙ୍କୁ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ
Petrol Pump

Key Points

ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ବଡ଼ ନିଷ୍ପତ୍ତି
ଗ୍ରାହକଙ୍କୁ ଦେବାକୁ ପଡ଼ିବନି କୌଣସି ଅତିରିକ୍ତ ଚାର୍ଜ
ୟୁପିଆଇରେ ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟ
କଲେ ବି ଗ୍ରାହକଙ୍କ କଟିବନି ଅତିରିକ୍ତ ୫ ଟଙ୍କା
ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ ସୂଚନା 
ଭୁବନେଶ୍ୱର,୧୯/୦୯: ରାଜ୍ୟର ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ବଡ଼ ଖବର। UPI ମାଧ୍ୟମରେ ଇନ୍ଧନ କିଣିବା ସମୟରେ ୨ ହଜାର ଟଙ୍କାରୁ ଅଧିକ ଅର୍ଥ ପେମେଣ୍ଟ କଲେ ଗ୍ରାହକଙ୍କଠାରୁ ଆଉ ଅତିରିକ୍ତ ୫ ଟଙ୍କା ଆଦାୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।

ପେଟ୍ରୋଲ ପମ୍ପରେ UPI ପେମେଣ୍ଟ ଉପରେ ଲାଗୁଥିବା MDR ଚାର୍ଜକୁ ନେଇ ଡିଲରମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ମଧ୍ୟରେ ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର କହିବା ଅନୁସାରେ, ଏହି ଚାର୍ଜ ସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଅବଗତ କରାଯାଇଛି। ତୈଳ ଡିଲରମାନଙ୍କ ଉପରେ ପଡୁଥିବା ଏହି ଅତିରିକ୍ତ ଚାର୍ଜ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଛି।

ସଂଘ କହିଛି ଯେ, ଗ୍ରାହକଙ୍କୁ ହଇରାଣ କରିବା ଡିଲରମାନଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ UPI ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରୁଥିବା ଗ୍ରାହକଙ୍କଠାରୁ ଅତିରିକ୍ତ ୫ ଟଙ୍କା ନେବା ନିଷ୍ପତ୍ତିକୁ ଲାଗୁ କରାଯିବ ନାହିଁ। ଗ୍ରାହକମାନେ ପୂର୍ବଭଳି ଡିଜିଟାଲ ପେମେଣ୍ଟ କରିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଏହି ଖବର: ଅସାଧୁ ଖଜା ବ୍ୟବସାୟୀ ସାବଧାନ ! ଖଜାରେ ଅପମିଶ୍ରଣ କଲେ ହେବ କଠୋର ଦଣ୍ଡବିଧାନ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଂଘର ଯୁକ୍ତି ହେଉଛି, ତୈଳ ଡିଲରମାନଙ୍କ ଉପରେ ଯେଉଁ MDR ଚାର୍ଜର ଆର୍ଥିକ ବୋଝ ପଡୁଛି, ତାହାର ସମାଧାନ ପାଇଁ ସରକାର ଓ ତୈଳ କମ୍ପାନୀମାନେ ପଦକ୍ଷେପ ନେବା ଆବଶ୍ୟକ। ଯଦି ଏହି ନିୟମ ପ୍ରତ୍ୟାହାର କରାନଯାଏ, ତେବେ ତୈଳ କମ୍ପାନୀଗୁଡ଼ିକ ଡିଲରମାନଙ୍କୁ ଦେଉଥିବା ମାର୍ଜିନ ବୃଦ୍ଧି କଲେ ଡିଲରମାନଙ୍କ ଉପରେ ଅତିରିକ୍ତ ଆର୍ଥିକ କ୍ଷତି ପଡିବ ନାହିଁ ବୋଲି ସଂଘ ମତ ଦେଇଛି।

ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, ଗ୍ରାହକଙ୍କୁ ଅସୁବିଧାରେ ପକାଇବା ସଂଘର ଉଦ୍ଦେଶ୍ୟ ନୁହେଁ। MDR ଚାର୍ଜ ସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଅବଗତ କରାଯାଇଛି। ତୈଳ କମ୍ପାନୀଗୁଡ଼ିକ ଉପରୁ ଏହି ନିୟମକୁ ହଟାଇବା ପାଇଁ ଦାବି କରାଯାଇଛି।

ତେବେ ଏହି ନିଷ୍ପତ୍ତି ପରେ UPI ମାଧ୍ୟମରେ ଅଧିକ ଟଙ୍କାର ଇନ୍ଧନ କିଣୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତ କରିଛି ଡିଲର ସଂଘ। ଗ୍ରାହକମାନେ ଏନେଇ ଭୟଭୀତ ନହେବା ସହ ପେଟ୍ରୋଲ ପମ୍ପରେ UPI ପେମେଣ୍ଟ କରିବା ସମୟରେ ଅତିରିକ୍ତ ୫ ଟଙ୍କା ଦେବାକୁ ପଡିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘର ଏହି ନିଷ୍ପତ୍ତି ଦ୍ୱାରା ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକମାନେ ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପଟେ MDR ଚାର୍ଜକୁ ନେଇ ଡିଲର ଓ ତୈଳ କମ୍ପାନୀଗୁଡ଼ିକ ମଧ୍ୟରେ ଥିବା ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହା ଉପରେ ଏବେ ନଜର ରହିଛି।