Pilgrim Bus Accident / ଓଲଟିଲା ତୀର୍ଥଯାତ୍ରୀ ବସ୍: ୫ ଗୁରୁତର

Key Points
ପୁରୀରୁ ମେଦିନପୁର ଯାଉଥିବା ତୀର୍ଥଯାତ୍ରୀ ବସ୍ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୫ ଯାତ୍ରୀ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।
ପୁରୀରୁ ମେଦିନପୁର ଯାଉଥିବା ତୀର୍ଥଯାତ୍ରୀ ବସ୍ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୫ ଯାତ୍ରୀ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ପୁରୀରୁ ପଶ୍ଚିମବଙ୍ଗର ମେଦିନୀପୁରକୁ ୬୫ଯାତ୍ରୀକୁ ନେଇ ଯାଉଥିବା ଘରୋଇ ତାରିଣୀ ଟ୍ରାଭେଲ ବସଟି ୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା।
ଏଥିସହ ପଢ଼ନ୍ତୁ: କୋହଳ ହେଲା କଟକରେ କର୍ଫ୍ୟୁ କଟକଣା, ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ
📱 Get Argus News App
✨ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସିମୁଳିଆ ଆଇଆଇସି ଖବର ପାଇ ଯାତ୍ରୀମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲକୁ ପଠାଇଥିଲେ। ଡ୍ରାଇଭରକୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି। ବସଟି ଦ୍ରୁତଗତିରେ ଯାଉଥିବା ବେଳେ ବସର ଡ୍ରାଇଭରର ଆଖି ଲାଗିଯାଇଥିଲା। ଫଳରେ ଜାତୀୟ ରାଜପଥର ମଝିରେ ଫାଙ୍କା ଥିବା ଡିଭାଇଡର ଉପରକୁ ଚଢିଯାଇଥିଲା। ତେଣୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ଖବର ପାଇ ଯାତ୍ରୀମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲକୁ ପଠାଇଥିଲେ।
ଡ୍ରାଇଭରକୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି l ସମସ୍ତ ଯାତ୍ରୀ ମେଦିନୀପୁର ହୋଇଥିବା ବେଳେ ସୁସ୍ଥ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ି ମାଧ୍ୟମରେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ପୋଲିସ।
Related Topics
Explore more stories