Odisha Plus 2 Admission 2026 / ପ୍ରକାଶ ପାଇଲା +2 ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କେତେ କଟ୍-ଅଫ୍ ?
·1 hour ago·2 min read

Key Points
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ
ପ୍ରଥମ ପର୍ଯ୍ୟାୟ ନାମଲେଖା କଟ ଅଫ୍ ମାର୍କରେ ରେଭେନ୍ସା ଶୀର୍ଷରେ
କଳା- ୮୧%, ବାଣିଜ୍ୟ ୮୨.୪୦%, ବିଜ୍ଞାନ ୯୩.୪୦%

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ମାର୍କ । ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମେରିଟ୍ ଲିଷ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଇ-ନାମଲେଖାର ପ୍ରଥମ ପର୍ଯ୍ୟାୟ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ମୋଟ ୪ ଲକ୍ଷ ୬୧ ହଜାର ୩୨୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୯୩.୦୪ ପ୍ରତିଶତ ଅର୍ଥାତ୍ ୪ ଲକ୍ଷ ୨୯ ହଜାର ୨୧୯ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ମନୋନୀତ ଶିକ୍ଷାର୍ଥୀଙ୍କ ମଧ୍ୟରେ କଳାରେ ୨ ଲକ୍ଷ ୭୬ ହଜାର ୯୨୫ ଏବଂ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୪୯୪ ସହ ବାଣିଜ୍ୟରେ ୧୯ ହଜାର ୮୪୪, ଉପଶାସ୍ତ୍ରୀରେ ୬ ହଜାର ୧୩୪, ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୮୨୨ ଜଣ ରହିଛନ୍ତି । ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୨ ଲକ୍ଷ ୪୯୩ ଜଣ ଛାତ୍ର ଥିବାବେଳେ ୨ ଲକ୍ଷ ୨୮ ହଜାର ୬୭୫ ଜଣ ଛାତ୍ରୀ ଏବଂ ୫୧ ଜଣ ଅନ୍ୟାନ୍ୟ ବର୍ଗର ଅଛନ୍ତି ।
ଅଧିକ ପଢ଼ନ୍ତୁ: ISROରେ ଚାକିରି ସୁଯୋଗ; ବୈଷୟିକ ଏବଂ ବୈଜ୍ଞାନିକ ପଦବୀ ପାଇଁ ବାହାରିଲା ନିଯୁକ୍ତି
ଏଥିସହ ମୋଟ ମନୋନୀତଙ୍କ ମଧ୍ୟରୁ ୨ ଲକ୍ଷ ୭୪ ହଜାର ୪୫୪ ଜଣଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିଥିବା ବେଳେ ୩୨ ହଜାର ୧୦୬ ଜଣ ପ୍ରଥମ ପର୍ଯ୍ୟାୟରେ ଅନୁପଯୁକ୍ତ ରହି ଦ୍ୱିତୀୟ ଓ ସ୍ପଟ୍ ସିଲେକ୍ସନ ପାଇଁ ସୁଯୋଗ ପାଇବେ ।
ବିଭିନ୍ନ ବିଭାଗର କଟ୍-ଅଫ୍ ମାର୍କକୁ ଦେଖିଲେ, କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଏବଂ ବିଜ୍ଞାନରେ ସର୍ବାଧିକ ୯୩.୪୦% କଟ୍-ଅଫ୍ ସହ ଶୀର୍ଷରେ ରହିଛି । ଯେଉଁଠି ଧନ୍ଦାମୂଳକ ଶିକ୍ଷାରେ କଳାହାଣ୍ଡି ଧର୍ମଗଡ଼ର ସରକାରୀ ଭୋକେସନାଲ୍ ବିଦ୍ୟାଳୟ ୭୪.୬୭%, ଉପଶାସ୍ତ୍ରୀରେ କନ୍ଧମାଳ ଚକାପାଦର ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ୫୭% ନିଜ ନିଜ ବର୍ଗରେ ଆଗୁଆ ରହିଛନ୍ତି । ଏହାସହ ବିଏସଇ ଓଡ଼ିଶାରୁ ଆବେଦନ କରିଥିବା ୪ ଲକ୍ଷ ୨୬ ହଜାର ୪୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୯୫ ହଜାର ୬୮୧ ଜଣ ଏହି ରାଉଣ୍ଡରେ ସ୍ଥାନ ପାଇଛନ୍ତି । ଆସନ୍ତା ଜୁଲାଇ ୨୩ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories