Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ

Odisha

Plus Two Science in Odia / ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ
Plus Two Science in Odia

Key Points

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର
ଓଡ଼ିଆ ଭାଷାରେ ପଢିବେ +୨ ବିଜ୍ଞାନ
୭୦୦ ସ୍କୁଲକୁ ପହଞ୍ଚିଲା ପୁସ୍ତକ
ଚଳିତ ବର୍ଷରୁ ଓଡ଼ିଆରେ ପଢା ହେବ +୨ ବିଜ୍ଞାନ । ପ୍ରତି ବିଦ୍ୟାଳୟ ପାଠାଗାରକୁ +୨ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି କ୍ରମେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କଠାରେ ବିଜ୍ଞାନ ପଢିବା ପାଇଁ ଉତ୍ସାହ ସୃଷ୍ଟି କରିଛି ।

ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ୭୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହିତ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା OCS-2024 ରେଜଲ୍ଟ, ଟପ୍ପର ହେଲେ ବୁବୁନ ସାହୁ


ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷକ ଓ ବରିଷ୍ଠ ଅଧିକାରୀମାନେ ପ୍ରତି ଜିଲ୍ଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଆବଶ୍ୟକତା ବିଷୟରେ ସୂଚନା ଦେଉଛନ୍ତି । ୨୬ ତାରିଖଠାରୁ ସାମସ୍ ପୋର୍ଟାଲ (SAMS)ରେ ଆରମ୍ଭ ହୋଇଥିବା ନାମ ଲେଖା ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀଗଣ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଆତ୍ମବିଶ୍ୱାସର ସହ ନିର୍ଦ୍ୱନ୍ଦରେ ଗ୍ରହଣ କରିବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି ଆହ୍ୱାନ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big News for Students: Plus Two Science Books Now Available in Odia | Argus News