Videos
|
Odisha

PM Awas / କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ମିଳିଲା ପ୍ରତିଶ୍ରୁତି, ଏପଟେ ତେଜିଲା ରାଜନୀତି

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ମିଳିଲା ପ୍ରତିଶ୍ରୁତି, ଏପଟେ ତେଜିଲା ରାଜନୀତି
37.5 Lakh Houses From September

Key Points

ଅଗଷ୍ଟରେ ସରିବ ଆବାସ ସର୍ଭେ
ସେପ୍ଟେମ୍ବରରୁ ମିଳିବ ଘର
ଅପେକ୍ଷାରେ ୩୭ ଲକ୍ଷ ୫୦ ହଜାର ହିତାଧିକାରୀ
ଭୁବନେଶ୍ଵର: ରାଜ୍ୟରେ ଆବାସ ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବରରୁ ୩୭ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ମିଳିବ ଆବାସ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଏକ ସାଂସଦୀୟ ଦଳ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିବା ପରେ ମିଳିଛି ପ୍ରତିଶ୍ରୁତି ।

ଅନ୍ୟ ପଟେ କିନ୍ତୁ ଯୋଜନା ବିଳମ୍ଭ ପଛରେ ପୂର୍ବ ବିଜେଡି ସରକାରକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ । ଯାହାର ଜବାବ ରଖିବା ସହ ଆବାସ ପଛରେ ପଞ୍ଚାୟତ ନିର୍ବାଚନ ଗନ୍ଧ ବାରିଛି ବିଜେଡି ।

ରାଜ୍ୟକୁ ଆବାସ ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ଵରେ ଏକ ଟିମ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ଚୌହ୍ଵାନ । କହିଛନ୍ତି, "ପୂର୍ବ ସରକାର ଏ ଦିଗରେ ଆଗ୍ରହ ଦେଖାଉ ନଥିଲେ । ଯାହାଫଳରେ ଅଧିକ ଲୋକ ଏହି ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି ।"

ଏହା ସହ ମନ୍ତ୍ରୀ ଓଡ଼ିଶା ଟିମକୁ ଆଶ୍ଵସ୍ତି ଦେଇ କହିଛନ୍ତି, "ରାଜ୍ୟ ସରକାର ସର୍ଭେ ରିପୋର୍ଟ ଦାଖଲ କରିବାର ପରବର୍ତ୍ତୀ ମାସରେ ହିଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲଟମେଣ୍ଟ ହୋଇଯିବ ।" ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, "ଏହି ମାସ ୨୭ରେ ସର୍ଭେ ସରିବ । ସେପ୍ଟେମ୍ବରରୁ ୩୭ ଲକ୍ଷ ୫୦ ହଜାର ଘର ବଣ୍ଟନ ପାଇଁ ପ୍ରକିୟା ଆରମ୍ଭ ହେବ ।" ଅନ୍ୟ ପଟେ ଆବାସ ପଛରେ ପଞ୍ଚାୟତ ନିର୍ବାଚନ ଗନ୍ଧ ବାରିଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ କଥା ହେଉଛି କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ପୂର୍ବ ସରକାରଙ୍କ ଆବାସ ପୋଲ ବି ଖୋଲିଛି ବନ୍ୟା । ଗତ ବନ୍ୟାରେ ୫ ହଜାର ୪୪ ଘର କ୍ଷତିଗ୍ରସ୍ତ ହୋଇଛି । ଖାଲି ସେତିକି ନୁହେଁ, ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ହିତାଧିକାରୀଙ୍କ ସଂଖ୍ୟା ବି ବେଶ ଲମ୍ବା ।

ଏଥିସହ ପଢ଼ନ୍ତୁ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ, ପାସ୍ ହାର ୬୩.୬୪ ପ୍ରତିଶତ 

ଏଇ ଯେମିତି ବ୍ରହ୍ମଗିରି ବ୍ଲକ ଡିମିରିସେଣାର ଜ୍ୟୋସ୍ଵନା ମଲ୍ଲିକ ଆଉ ଲିଲି ଭୋଇ । ଜଣେ ମାଟି କୁଡିଆ, ଆଉ ଜଣେ ପାଲ ଆଉ ଆଜବେଷ୍ଟ ଭରସାରେ ବଞ୍ଚିଛନ୍ତି । ସର୍ଭେ ଆସିଛି, ନାଁ ଯାଇଛି ହେଲେ ଏଯାଏ ମିଳିନି ।

ଗତ ସରକାରରେ ଆବାସ ଏକ ପ୍ରମୁଖ ପ୍ରସଙ୍ଗ ଥିଲା । ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ, ଆବାସ ପାଇଁ ଲାଞ୍ଚ କାରବାର ଏବଂ ଦୁର୍ନୀତି ବଡ଼ ବିବାଦ ତିଆରି କରିଥିଲା । ପିଏମ୍ ଆବାସରେ ବିଜୁ ପକ୍କା ଘର ଲଗାଇ ବାହାବା ନେଉଥିଲେ ପୂର୍ବ ସରକାର । ଦଳୀୟ ଭିତ୍ତିରେ ଘର ଆବଣ୍ଟନ ହେଉଥିବାରୁ ଅସନ୍ତୋଷ ତେଜିଥିଲା ।

ପଶ୍ଚିମ ଓଡ଼ିଶା ଲୋକଙ୍କୁ ଏଥିରୁ ବଞ୍ଚିତ କରିବାରୁ ଲୋକଙ୍କ ରୋଷ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା । ଏମିତିକୁ ଖୋଦ ସେତେବଳର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଯୋଜନାରେ ବାଟବଣା କଥାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଆଗରେ ସ୍ବୀକାର କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଟିମ ଆସି ଆବାସ ଅନିୟମିତତାର ତଦନ୍ତ କରିଥିଲା । ତେବେ ସେପ୍ଟେମ୍ବରରୁ ବଞ୍ଚିତ ହିତାଧିକାରୀ ଘର ପାଇବା ନେଇ ଆଶା ଜାଗିଛି ।