Matric Supplementary Result / ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ, ପାସ୍ ହାର ୬୩.୬୪ ପ୍ରତିଶତ
·1 hour ago·1 min read

Key Points
ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ
ଡିଜିଟାଲ ମୂଲ୍ୟାୟନରେ ଶୀଘ୍ର ପ୍ରକାଶ
ଜାଣନ୍ତୁ କେତେ ରହିଲା ପାସ୍ ହାର
ଡିଜିଟାଲ ମୂଲ୍ୟାୟନରେ ଶୀଘ୍ର ପ୍ରକାଶ
ଜାଣନ୍ତୁ କେତେ ରହିଲା ପାସ୍ ହାର
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୭୬୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ୍ ପାସ୍ ହାର ୬୩.୬୪ ପ୍ରତିଶତ ରହିଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପାଇଁ ୬୨.୬୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି SOS ପାଇଁ ମୋଟ ୮୬୯୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତାର ଡିଜିଟାଲ ମୂଲ୍ୟାୟନ କରାଯାଇଛି । ଏହାଦ୍ବାରା ନିର୍ଭୁଲ ଓ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ମଧ୍ୟ ନଥିଲା । ସପ୍ଲିମେଣ୍ଟାରୀ ପରୀକ୍ଷାରେ ଏହାକୁ ପରୀକ୍ଷଣ ହିସାବରେ ଏଥରେ ନିଆଯାଇଛି । ଏହି ପଦ୍ଧତିରେ ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବାରୁ ଛାତ୍ରଛାତ୍ରୀମାନେ ସହଜରେ ବିଭିନ୍ନ କଲେଜରେ ଆଡମିଶନ୍ କରି ପାରିବେ । ଆଗାମୀ ସମୟରେ ମାଟ୍ରିକ ବାର୍ଷିକ ପରୀକ୍ଷାରେ ଡିଜିଟାଲ ମୂଲ୍ୟାୟନ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
ଅଧିକ ପଢ଼ନ୍ତୁ: ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ଉତ୍କଟ କାଠ ସଙ୍କଟ ! ଝୁଲି ରହିଛି କ୍ରୀମେଟରିଅମ୍ ପ୍ରକଳ୍ପ
ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତାର ଡିଜିଟାଲ ମୂଲ୍ୟାୟନ କରାଯାଇଛି । ଏହାଦ୍ବାରା ନିର୍ଭୁଲ ଓ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ମଧ୍ୟ ନଥିଲା । ସପ୍ଲିମେଣ୍ଟାରୀ ପରୀକ୍ଷାରେ ଏହାକୁ ପରୀକ୍ଷଣ ହିସାବରେ ଏଥରେ ନିଆଯାଇଛି । ଏହି ପଦ୍ଧତିରେ ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବାରୁ ଛାତ୍ରଛାତ୍ରୀମାନେ ସହଜରେ ବିଭିନ୍ନ କଲେଜରେ ଆଡମିଶନ୍ କରି ପାରିବେ । ଆଗାମୀ ସମୟରେ ମାଟ୍ରିକ ବାର୍ଷିକ ପରୀକ୍ଷାରେ ଡିଜିଟାଲ ମୂଲ୍ୟାୟନ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories