Constable Vacancy / ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର; ୭, ୨୬୮ କନେଷ୍ଟବଳ ପଦବୀ ପାଇଁ ଆବେଦନ ଆରମ୍ଭ
·1 hour ago·2 min read

Key Points
୭, ୨୬୮ କନେଷ୍ଟବଳ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ୭, ୨୬୮ କନେଷ୍ଟବଳ ପଦରେ ନିଯୁକ୍ତି ନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ଵର: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି । ୭, ୨୬୮ କନେଷ୍ଟବଳ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ଦ୍ୱାରା ୭, ୨୬୮ କନେଷ୍ଟବଳ ପଦରେ ନିଯୁକ୍ତି ନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ।
୭, ୨୬୮ କନେଷ୍ଟବଳ ପଦ ଲାଗି ୨୦୨୬ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି ଆବେଦନ । ଅନଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ୨୦୨୬ ନଭେମ୍ବର ୧୨ ତାରିଖ ରାତି ୧୦ଟା ରହିଛି । ସେହିଭଳି ପରୀକ୍ଷା ଦେୟ ଅନଲାନ୍ରେ ନଭେମ୍ବର ୧୩ ତାରିଖ ରାତି ୧୦ଟା ସୁଦ୍ଧା ଦାଖଲ କରାଯାଇ ପାରିବ ।
ମୋଟ ପଦବୀ ଏବଂ ଖାଲି ସ୍ଥାନ
ମୋଟ ୭ ହଜାର ୨୬୮ଟି କନେଷ୍ଟବଳ ପଦବୀରେ ନିଯୁକ୍ତି ସୁଯୋଗ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷାରେ କେମିତି ସୁରକ୍ଷିତ ରହିବ ଫସଲ ? ଚାଷୀଙ୍କୁ ପରାମର୍ଶ ଦେଲା OUAT
କନେଷ୍ଟବଳ (ସିଭିଲ୍): ୪ ହଜାର ୨୧୯ ପଦବୀ, କନେଷ୍ଟବଳ (କମ୍ୟୁନିକେସନ୍): ୩୦୦ ପଦବୀ, କନେଷ୍ଟବଳ OISF: ୨ ହଜାର ୨୧୨ ପଦବୀ, ଫାୟାରଫାଇଟର୍: ୩୧୭ ପଦବୀ, ଫାୟାରଫାଇଟିଂ ଡ୍ରାଇଭର୍: ୬୨ ପଦବୀ, ଡ୍ରାଇଭର୍ PMT: ୧୫୪ ପଦବୀ, ଟ୍ରାଫିକ୍ କନେଷ୍ଟବଳ: ୪ ପଦବୀରେ ଭର୍ତ୍ତି ସୁଯୋଗ ରହିଛି ।
ଆବେଦନ ପାଇଁ ବୟସ ସୀମା
କନେଷ୍ଟବଳ (ସିଭିଲ୍) ଏବଂ ଡ୍ରାଇଭର୍ PMT ଲାଗି ଆବେଦନକାରୀଙ୍କ ବୟ ୧୮ରୁ ୨୬ ବର୍ଷ ହୋଥିବା ଆବଶ୍ୟକ । ସେହିଭଳି କନେଷ୍ଟବଳ (କମ୍ୟୁନିକେସନ୍) ଓ OISF ପାଇଁ ୧୮ ରୁ ୨୩ ବର୍ଷ, ଫାୟାରଫାଇଟର୍ ଏବଂ ଫାୟାରଫାଇଟିଂ ଡ୍ରାଇଭର୍ କ୍ଷେତ୍ରରେ ଆବେଦନକାରୀଙ୍କ ବୟସ ୧୮ରୁ ୨୫ ବର୍ଷ ରଖାଯାଇଛି । ଟ୍ରାଫିକ୍ କନେଷ୍ଟବଳ ପଦ ପାଇଁ ୨୧ ରୁ ୩୨ ବୟସ୍କ ଆବେଦନ କରିପାରିବ । ନିୟମାନୁଯାୟୀ SC, ST, SEBC ଏବଂ ମହିଳା ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ ବ୍ୟବସ୍ଥା ରହିଛି ।
ଆବେଦନ ଶୁଳ୍କ
ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଦେୟ ୫୦୦ ଟଙ୍କା ରହିଛି । ପରୀକ୍ଷା ଦେୟକୁ ନଭେମ୍ବର ୧୩ ତାରିଖ ସୁଦ୍ଧା ଅନଲାଇନ୍ରେ ଦାଖଲ କରିବାକୁ ପଡ଼ିବ । ପରୀକ୍ଷାରେ ଉପସ୍ଥିତ ପ୍ରାର୍ଥୀମାନଙ୍କୁ ଏହି ଦେୟ ଫେରସ୍ତ (Refund) କରାଯିବ ।

ଏଥିସହ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ଜମିବ କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼; ଶିବିରରେ ରହିବେ ୨୪୦୦ ହବିଷ୍ୟାଳୀ
କେମିତି କରିବେ ଆବେଦନ ?
ଆବେଦନ କେବଳ ଅନଲାଇନ୍ ମାଧ୍ୟମରେ କମିଶନଙ୍କ ଅଫିସିଆଲ୍ ୱେବସାଇଟ୍ https://ousssc.odisha.gov.in ଜରିଆରେ କରାଯାଇପାରିବ । ଆବେଦନ ପରେ କୌଣସି ହାର୍ଡ କପି (Hard copy) ପଠାଇବା ଆବଶ୍ୟକତା ନାହିଁ । ଏହି ଲିଙ୍କ୍ କ୍ଲିକ୍ କରି ସମ୍ପୂର୍ଣ୍ଣ ବିଜ୍ଞପ୍ତି ପଢ଼ିପାରିବେ ।
ଶିକ୍ଷାଗତ ଯୋଗ୍ୟତା
କନେଷ୍ଟବଳ (ସିଭିଲ୍), ଫାୟାରଫାଇଟର୍, ଏବଂ ଟ୍ରାଫିକ୍ କନେଷ୍ଟବଳ ପଦ ଲାଗ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା କାଉନସିଲ୍ରୁ +୨ ପାସ୍ କରିଥିବେ । ସେହିଭଳି କନେଷ୍ଟବଳ (କମ୍ୟୁନିକେସନ୍) +୨ ସ୍ବୀକୃତିପ୍ରାପ୍ତ ବୋର୍ଡରୁ ବିଜ୍ଞାନରେ ପାସ୍ କରିଥିବେ ଅଥବା ଇଞ୍ଜିନିୟରିଂରେ ୩ ବର୍ଷିଆ ଡିପ୍ଲୋମା କରିଥିବେ । କନେଷ୍ଟବଳ OISF ଏବଂ ଡ୍ରାଇଭର୍ PMT ଆଶାୟୀ ଦଶମ ଶ୍ରେଣୀ ପାସ୍ କରିଥିବେ । ଫାୟାରଫାଇଟିଂ ଡ୍ରାଇଭର୍ +୨ ପାସ୍ ସହିତ ଏଚ୍.ଏମ୍.ଭି (HMV - Heavy Motor Vehicle) ଡ୍ରାଇଭିଂ ଲାଇସେନ୍ସ ଥିବ ।

Related Topics
Explore more stories