Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cow Mafia Odisha / ପୋଲିସ ନଜରରେ ଗୋ-ମାଫିଆଙ୍କ ଶହେ କୋଟିର ସଂପତ୍ତି, ମାଫିଆଙ୍କ ଅଣ୍ଟାକୁ ସରକାରଙ୍କ ଶକ୍ତ ପାହାର

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୋଲିସ ନଜରରେ ଗୋ-ମାଫିଆଙ୍କ ଶହେ କୋଟିର ସଂପତ୍ତି, ମାଫିଆଙ୍କ ଅଣ୍ଟାକୁ ସରକାରଙ୍କ ଶକ୍ତ ପାହାର
Go-Mafia

Key Points

ଗୋ-ମାଫିଆଙ୍କ ଶହେ କୋଟିର ସଂପତ୍ତି
ମାଫିଆଙ୍କ ଅଣ୍ଟାକୁ ସିଧା ଶକ୍ତ ପାହାର
ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତି
ପୋଲିସ ନଜରରେ ଗୋ-ମାଫିଆଙ୍କ ଶହେ କୋଟିର ସଂପତ୍ତି । ଏଥର ସିଧା ଗୋ-ମାଫିଆଙ୍କ ଅଣ୍ଟାକୁ ଶକ୍ତ ପାହାର ଦେଇଛି ପୋଲିସ । ରାଜ୍ୟର ୫ଟି ଜିଲ୍ଲାରେ ମାଫିଆଙ୍କ ଆଡ୍ଡା ଉପରେ ହୋଇଛି ବଡ଼ ଧରଣର ରେଡ୍ । ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ ଘନ ଘନ ଚଢ଼ାଉ କରିଛି ପୋଲିସ । ଘଟଣାରେ ଆଜି ୯ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ୧ କୋଟି ୪୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ସେପଟେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ କହିଛନ୍ତି ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ ।

କେବଳ ଗୋ ଚାଲାଣ ବେଳେ ଗାଡ଼ି ଗୋଡ଼ାଇ ଧରିବା ନୁହେଁ ଏଥର ଡାଇରେକ୍ଟ ମାଫିଆଙ୍କ ଆର୍ଥିକ ସାମ୍ରାଜ୍ୟ ଉପରେ ହୋଇଛି ସିଧା ଆଟାକ୍ । ଆଜି ସୂର୍ଯ୍ୟ ଉଦୟ ପୂର୍ବରୁ ରାଜ୍ୟର ୫ଟି ସ୍ଥାନ ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର ଓ ଭୁବନେଶ୍ବରରେ ଘନ ଘନ ରେଡ୍‌ କରିଥିଲା ପୋଲିସ । ଚଢ଼ାଉରେ ସାମିଲ ହୋଇଥିଲେ ପୋଲିସର ୪୭ ଟିମ୍ । ପ୍ରଥମେ ସାମ୍ନାକୁ ଆସିଥିଲା ଭଦ୍ରକ ଆନ୍ତଃରାଜ୍ୟ ଗୋ-ମାଫିଆ ସେକ୍ ତାଜୁଦ୍ଧିନ ଓରଫ ରାଜନ୍ । ଏହି ବ୍ୟକ୍ତି ଜଣକ ପେଷାରେ ଦୁର୍ଦ୍ଦାନ୍ତ ଗୋ-ମାଫିଆ । ଘର ହେଉଛି ଭଦ୍ରକ ପୁରୁଣା ବଜାର ସ୍ଥିତ ମୁଲାସାହିରେ । ଘନ ଘନ ରେଡ୍‌ ବେଳେ ସେକ୍ ତାଜୁଦ୍ଧିନ୍ ଘରୁ ମିଳିଥିବା ସଂପତ୍ତି ଦେଖି ତାଜୁବ ହୋଇଯାଇଥିଲା ପୋଲିସ ଟିମ୍‌ । ତୁରନ୍ତ ଅଣାଯାଇଥିଲା ଟଙ୍କା ଗଣା ମେସିନ । ୫୦ ଲକ୍ଷର ବିଡ଼ା ବିଡ଼ା ନଗଦ ଟଙ୍କା ସହ ସୁନା ଗହଣା, ଦୁଇଟି ସ୍କର୍ପିଓ ଗାଡି, ଲାପଟପ, ମୋବାଇଲ ଓ ବିପୁଳ ସମ୍ପତ୍ତି ସମ୍ବଦ୍ଧୀୟ କାଗଜପତ୍ର ଜବତ ହୋଇଥିଲା ।

କେବଳ ସେକ ତାଜୁଦ୍ଧିନ ନୁହେଁ ରାଜ୍ୟର ଅନ୍ୟ ଜିଲ୍ଲାକୁ ବି ଲମ୍ବିଥିଲା ତା'ର ଗୋ-ଚାଲାଣ ସିଣ୍ଡିକେଟ୍ । ଖବର ମିଳିବା ପରେ ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମାଫିଆଙ୍କ ଉପରେ ଏକକାଳୀନ ପଡ଼ିଥିଲା ପୋଲିସର ବଡ଼ ରେଡ୍ । ଯାଜପୁର ବରୁଆଁରୁ ଧରାପଡ଼ିଥିଲା ଗୋ-ମାଫିଆ ସେକ୍ ସରିଫ୍, କେନ୍ଦୁଝରରୁ ଗୋ-ମାଫିଆ ମଣ୍ଟୁ ସାହୁ, ଆନନ୍ଦପୁରର ଗୋ-ମାଫିଆ ସତୁରା ସାହୁଙ୍କ ଘର ଉପରେ ହୋଇଥିଲା ରେଡ୍ । ଏହା ଛଡ଼ା ମୟୂରଭଞ୍ଜ ପୋଲିସ ନଜରରୁ ବର୍ତ୍ତି ନଥିଲେ ଗୋ-ମାଫିଆ ସେକ ୱାସୀମ, ମୃତ୍ୟୁଞ୍ଜୟ ମହାପାତ୍ର ଓ ସୁରଜିତ ମହାନ୍ତି ।

ରାଜ୍ୟରେ ଗୋ-ମାଫିଆଙ୍କୁ ସାବାଡ଼ କରିବାକୁ ବିଭିନ୍ନ ଗୋ ରକ୍ଷକ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ଏଥର ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର । ଗୋ-ମାଫିଆଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସିଧା ଦେଇଛନ୍ତି କଡ଼ା ଚେତାବନୀ । ଗୋମାଂସ ଚାଲାଣକାରୀଙ୍କୁ ଛଡ଼ା ଯିବ ନାହିଁ । ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ ।

ପୋଲିସ ସୂଚନା ଅନୁଯାୟୀ ଆଜିର ଗୋ-ରକ୍ଷା ଅଭିଯାନରେ ୫ଟି ଜିଲ୍ଲାରେ ରେଡ୍‌ ବେଳେ ୯ ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ୧ କୋଟି ୪୦ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଏଥିସହ ୧ କେଜି ସୁନା, ୩ କେଜି ରୁପା, ୧୧ଟି ୪ ଚକିଆ ଗାଡି, ୧୩ଟି ୨ ଚକିଆ ଗାଡ଼ି, ମୋବାଇଲ ଫୋନ୍, ଜାଗା ଓ ଜମିର କାଗଜପତ୍ର, ବ୍ୟାଙ୍କ ଖାତା ଆଦି ଜବତ କରିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Police Crack Down on Cow Mafia, ₹100 Crore Assets Under Scanner | Argus News