Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Guidelines For Diwali / ଦୀପାବଳିରେ କେତେବେଳେ ଫୁଟାଇବେ ବାଣ, ପୋଲିସ୍‌ ପକ୍ଷରୁ ଆସିଲା ଗାଇଡ୍‌ଲାଇନ୍‌

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଦୀପାବଳିରେ କେତେବେଳେ ଫୁଟାଇବେ ବାଣ, ପୋଲିସ୍‌ ପକ୍ଷରୁ ଆସିଲା ଗାଇଡ୍‌ଲାଇନ୍‌

Key Points

ଦୀପାବଳି ପାଇଁ ପୋଲିସ୍ ପକ୍ଷରୁ ଆସିଲା ଗାଇଡ୍‌ଲାଇନ୍ । ଏଥର ମାତ୍ର ୨ ଘଣ୍ଟା ଫୁଟାଇ ପାରିବେ ବାଣ । ବେଆଇନ ବାଣ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ ।
ସୋମବାର ଆଲୋକର ପର୍ବ ଦୀପାବଳି । ତେବେ ଦୀପାବଳିରେ କେତେବେଳେ ଫୁଟାଇବେ ବାଣ ? ଏନେଇ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥର ଦୀପାବଳିରେ ପୂରା ରାତି ନୁହେଁ ବରଂ କେବଳ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟିବ । ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜର ରଖି କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କେବଳ ସବୁଜ ବାଣ ବିକ୍ରୀ ଓ ଫୁଟାଇବାକୁ ଅନୁମତି ଦିଆଯାଇଛି । ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଲୋକେ ଫୁଟାଇ ପାରିବେ । ଦୀପାବଳି ରାତିରେ ରାଜଧାନୀରେ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯିବ । ଲୋକାଲ ବାଣ ବିକ୍ରି କଲେ ପୋଲିସ ଚଢ଼ାଉ କରିବ ବୋଲି ଗାଇଡଲାଇନରେ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଦୀପାବଳି ପାଇଁ ସୋମବାର ସ୍କୁଲ ଛୁଟି



ସେପଟେ ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ୍‌ ଛୁଟି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା । ସ୍କୁଲ ଓ ଗଣଶିକ୍ଷା ବିଭଗର ସୂଚନା ଅନୁସାରେ ନୂଆପଡ଼ା ବ୍ୟତୀତ ରାଜ୍ୟର ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

ସେହିପରି ଦୀପାବଳିକୁ ନେଇ ତାରିଖ ଦ୍ଵନ୍ଦ୍ଵ ଭିତରେ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଦୀପାବଳି ପାଇଁ ସରକାର ଅକ୍ଟୋବର ୨୦ ତାରିଖ ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଫଳରେ ସରକାରୀ କର୍ମଚାରୀ ଦୁଇ ଦିନ ଛୁଟି ପାଇବେ । ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଡର ଅନୁସାରେ, ୨୧ ତାରିଖରେ ଦୀପାବଳି ଛୁଟି ରହିଥିଲା । ଏବେ ସରକାର ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ତେଣୁ ଏଥର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଛୁଟି ଦୁଇଦିନ ମିଳିବ ।

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜ୍ଞପ୍ତି ଅନୁସାରେ, ସରକାର ପୂର୍ବ ବିଜ୍ଞପ୍ତିରେ ଆଂଶିକ ପରିବର୍ତ୍ତନ କରି ଦୀପାବଳି ପାଇଁ ଅକ୍ଟୋବର ୨୦କୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ୨୦ ତାରିଖ ଅତିରିକ୍ତ ଛୁଟି ନୂଆପଡ଼ା ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜେଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ ।

୨୦ ତାରିଖରେ ଖୋଲି ରହିବ ନୂଆପଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜେଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) । ଏଥିସହ ସରକାର ଅକ୍ଟୋବର ୨୦କୁ ଦୀପାବଳି ପାଇଁ ଅତିରିକ୍ତ ଛୁଟି ଘୋଷଣା କରିଥିବାରୁ ଅକ୍ଟୋବର ୨୫ ଚତୁର୍ଥ ଶନିବାରକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବାରୁ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ୨୦ ତାରିଖରେ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Diwali 2025: Odisha Police Issues Firecracker Guidelines, Green Crackers Only | Argus News