SI Exam Scam / ପୋଲିସ SI ପରୀକ୍ଷା କେଳେଙ୍କାରୀ; ଓଡ଼ିଶା ସହ ପଶ୍ଚିମବଙ୍ଗରେ ED ରେଡ୍
·1 hour ago·2 min read

Key Points
ଓଡ଼ିଶା ଓ ପଶ୍ଚିମବଙ୍ଗର ୧୦ଟି ସ୍ଥାନରେ ରେଡ୍ କରୁଛି ED । SI ପରୀକ୍ଷା ସ୍କାମରେ ଗିରଫ ହୋଇ ଜେଲରେ ଥିବା ଦଲାଲ ମୁନା ମହାନ୍ତିର ବାଙ୍କୀସ୍ଥିତ କଳାପଥର ଘରେ, ବ୍ରହ୍ମପୁର ସ୍ଥିତି ଶଙ୍କର ପୃଷ୍ଟିର ଘରେ ଚାଲିଛି ରେଡ୍ ।
ଭୁବନେଶ୍ଵର: ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା । ଓଡ଼ିଶା ଓ ପଶ୍ଚିମବଙ୍ଗର ୧୦ଟି ସ୍ଥାନରେ ରେଡ୍ କରୁଛି ED । SI ପରୀକ୍ଷା ସ୍କାମରେ ଗିରଫ ହୋଇ ଜେଲରେ ଥିବା ଦଲାଲ ମୁନା ମହାନ୍ତିର ବାଙ୍କୀସ୍ଥିତ କଳାପଥର ଘରେ, ବ୍ରହ୍ମପୁର ସ୍ଥିତି ଶଙ୍କର ପୃଷ୍ଟିର ଘରେ ଚାଲିଛି ରେଡ୍ ।
ସଞ୍ଜୀବଙ୍କ ଘରେ ଚଢ଼ାଉ
ଏହାସହ ସୁରେଶ ନାୟକ ଓ ସଞ୍ଜୀବ ନାୟକ ଘରେ ଅତର୍କିତ ରେଡ୍ କରିଛି ED । ସଞ୍ଜୀବ ହେଉଛି ସିଲିକନ ଟେକ୍ ଲ୍ୟାବ ପ୍ରାଇଭେଟ ଲିମିଟେଡର ମାଲିକ । ଫିଲ୍ମ ଷ୍ଟାଇଲରେ ସର୍ଚ୍ଚ ୱାରେଣ୍ଟ ସହ ସଞ୍ଜୀବଙ୍କ ବାସଭବନରେ ପଶିଛନ୍ତି ଇଡି ଅଧିକାରୀ । ଟିମରେ ସାମିଲ ଅଛନ୍ତି ବ୍ୟାଙ୍କ କର୍ମଚାରୀ, ଇଡି କୋଲକାତା ଟିମର ଅଫିସର, ଭୁବନେଶ୍ୱର ଇଡି ଟିମ୍ ଅଧିକାରୀଙ୍କ ସହ ସିଆରପିଏଫ ଫୋର୍ସ ।
ଘରକୁ ଚାରିପଟକୁ ଘେରି ରହିଛନ୍ତି ସିଆରପିଏଫ ଫୋର୍ସ । ଘର ଭିତରେ ଚାଲିଛି ଫାଇଲ ଖୋଜା । ସ୍ଵତନ୍ତ୍ର ଟିମ୍ ଘର ଭିତରେ କରୁଛି ସରଜମିନ୍ ତଦନ୍ତ, ଆବଶ୍ୟକସ୍ଥଳେ ହୋଇପାରେ ଝାଳବୁହା ଜେରା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶଙ୍କର ପୃଷ୍ଟିର ଲକର୍ ଭଙ୍ଗା ହେଲା
ସେପଟେ ଶଙ୍କର ପୃଷ୍ଟିର ଲକର ଭାଙ୍ଗିଲା ଇଡି । ତଦନ୍ତରେ ସହଯୋଗ କରୁନାହାନ୍ତି ଶଙ୍କର ପୃଷ୍ଟି ପରିବାର । ଶଙ୍କର ପୃଷ୍ଟିର ବ୍ରହ୍ମପୁର ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢାଉ କରିଛି । ଚମାଖଣ୍ଡି ପୋଲିସର ସହାୟତାରେ ଆଲମାରୀ ଭାଙ୍ଗି ଅଧିକ ତଦନ୍ତ କରୁଛି ଇଡି । ଅନୈତିକ ଆର୍ଥିକ କାରବାରର ED ଖୋଳତାଡ଼ କରୁଛି ।
ଏଥିସହ ପଢ଼ନ୍ତୁ: ଜିଲ୍ଲାର ୨ କଲେଜରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା
ଏହା ପୂର୍ବରୁ ଜୁଲାଇ ୧୭ ତାରିଖରେ ହାଇକୋର୍ଟରେ ଏଏସଓ ପରୀକ୍ଷା କେଳେଙ୍କାରୀ ମାମଲାର ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ସହ ୧୪ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ ।
ଶଙ୍କର ପୃଷ୍ଟି, ସୁରେଶ ଚନ୍ଦ୍ର ନାୟକ, ଶ୍ରୀଧର ମନ୍ତ୍ରୀ, ନିର୍ମଲ୍ୟ କୃଷ୍ଣ ଦାସ, ଗଙ୍ଗାଧର ଜେନା, ଆଲୋକ ସାହୁ, ସପନ କୁମାର ପଣ୍ଡା, ଲୋକନାଥ ସାହୁ, ତଫିମ ଅହମଦ ଖାନ, ରାମଜୀ ପ୍ରସାଦ ଗୁପ୍ତା, ଜ୍ୟୋତିର୍ମୟୀ ସାହୁ, ସତ୍ୟବ୍ରତ ମହାନ୍ତି, ଇ.ସୀତାରାମ ଓ ହିମାଂଶୁ ଶେଖର ଦାସ ଆଦି ୧୪ ଜଣଙ୍କ ଜାମିନ ଖାରଜ ହୋଇଥିଲା ।
୨୦୨୫ ମାର୍ଚ୍ଚରେ ପ୍ରଥମେ ହେବାର ଥିଲା SI ପରୀକ୍ଷା । ସେତେବେଳେ ପ୍ରଶ୍ନପତ୍ର ଲିକ୍ ଖବର ଆସିଲା । ପରୀକ୍ଷାକୁ ତୁରନ୍ତ ବାତିଲ୍ କରାଗଲା । ପୁଣି ଅକ୍ଟୋବରରେ ପରୀକ୍ଷା ହେବାର ଥିଲା, ହେଲେ ପୁଣି ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା । ମାମଲାରେ ମୋଟ ୧୧୪ ଛାତ୍ର ସହ ଅନ୍ୟମାନେ ଗିରଫ ପରେ ସାମ୍ନାକୁ ଆସିଥିଲା ବିଜୟନଗରମ୍ ଓ ଦୀଘା ମଡେଲ ।

Related Topics
Explore more stories