Videos
|
Odisha

ଆଦର୍ଶ ଆଚରଣ ବିଧିର ଧଜ୍ଜିଆ ଉଡାଇଲା ପୋଲିସ

Smruti Parija
Browse all articles by Smruti Parija
·2 years ago·2 min read
ଆଦର୍ଶ ଆଚରଣ ବିଧିର ଧଜ୍ଜିଆ ଉଡାଇଲା ପୋଲିସ

Key Points

- ପୋଲିସ ନା ବିଜେଡି କର୍ମୀ
- ଆଦର୍ଶ ଆଚରଣ ବିଧିର ଧଜ୍ଜିଆ ଉଡାଇଲା ପୋଲିସ
- ବିଜେଡିର ଦଳୀୟ ଗୀତରେ ଧୁମ ନାଚିଲେ...ନେତାଙ୍କ ସହ ଫୋଟ ବି ଉଠାଇଲେ
- ରାଜ୍ୟରେ କର୍ମୀ ନୁହେଁ କର୍ମଚାରୀଙ୍କ ଭରସାରେ ଚାଲିଛି ବିଜୁ ଜନତା ଦଳ 
- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆକ୍ସନ ଦାବି କଲା ବିଜେପି  

ଅର୍ଗସ ବ୍ୟୁରୋ: କେତେ ନିରପେକ୍ଷ ଆମ ପୋଲିସ । କେତେବେଳେ ବିଜେଡି ସହ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ନାଚୁଛନ୍ତି ତ ଆଉ କେତେବେଳେ ବିଜେଡ଼ି ନେତାଙ୍କ ସହ ଫୋଟ ଉଠାଉଛନ୍ତି । ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଗୀତରେ ନାଚୁଥିବା ଏହି ଲୋକ ମାନେ କୌଣସି ବିଜେଡି କର୍ମୀ ନୁହନ୍ତି । ଏମାନେ ହେଉଛନ୍ତି ସାଧା ପୋଷାକରେ ଥିବା ପୋଲିସ କର୍ମଚାରୀ । ଏମାନେ ହେଲେ ପୋଲିସ ବିଭାଗରେ ବିଭିନ୍ନ ପୋଷ୍ଟରେ ଥିବା ଅନୁପ ବେହେରା, କୃଷ୍ଣ ସେଠୀ, କାଳି ସାରାଉଗେ, ସ୍ରିନୁ, ଅନିଲ ପାତ୍ର ଏବଂ ଜୁବୁଲା ସାମନ୍ତରାୟ ।

ଖାଲି ଏତିକି ନୁହେଁ, ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ଆଇନ ମନ୍ତ୍ରୀ ତଥା ବିଷମକଟକ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ଏବଂ ବିଜେଡି ସଙ୍ଗଠନ ସମ୍ପାଦକ ତଥା ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସହ ଫଟୋ ଉଠାଇଛନ୍ତି ଏହି ପୋଲିସ କର୍ମଚାରୀ ମାନେ । ପୋଲିସ ବାବୁଙ୍କ ବିଜେଡି ପ୍ରେମ ଆଦର୍ଶ ଆଚରଣ ବିଧିକୁ ଉଲଙ୍ଘନ କରୁଛି । ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ପୋଲିସ ଅଧିକାରୀ ମାନେ ନିର୍ବାଚନକୁ ବିଜେଡି ସପକ୍ଷରେ କରିବା ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

ବ୍ରହ୍ମପୁରରେ ପ୍ରାର୍ଥୀଙ୍କ ସହ ଦଳୀୟ ପତାକା ଧରି ହାବିଲଦାର ସଂଘରେ ଥିବା କିଛି ପୋଲିସ କର୍ମଚାରୀ `ନବୀନ ବାବୁ ଆମେ ତୁମ ଫ୍ୟାନ' ଗୀତ ବଜାଇ ନାଚୁ ଥିବାର ଭିଡିଓ ଭାଇରାଲ ହେଉଛି । ତେଣୁ ଏହି ପୋଲିସ କର୍ମଚାରୀ ମାନେ କିଭଳି ନିରପେକ୍ଷତା ଅବଲମ୍ବନ କରିବେ ବୋଲି ପ୍ରଶ୍ନ କରିଛି ବିଜେପି । ତେଣୁ ଏହି ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ବିଜେପି ।

ତେବେ ପୋଲିସ କର୍ମଚାରୀମାନେ ଏମିତି ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ କେବେ ଏବଂ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହା ଉପରେ ରହିଛି ନଜର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...