Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅସାଦ୍ଦୁର ଜମାନ୍

Odisha

ଓଡ଼ିଶା ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅସାଦ୍ଦୁର ଜମାନ୍

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶା ପୋଲିସର ମୋଷ୍ଟ ୱାଣ୍ଟେଡ୍ ଅସାଦ୍ଦୁର ଜମାନ୍

ଅର୍ଗସ ବ୍ୟୁରୋ: ସ୍ମାର୍ଟ ସୁଇଚରେ ସିମ ବକ୍ସ ଅପରେଟ। ଢାକାରୁ ରହି ଅପରେଟ କରୁଥିଲା ଅସାଦ୍ଦୁର। ରାଞ୍ଚି ଓ ଭୁବନେଶ୍ୱର ରେ ଲାଗିଥିବା ସିମ ବକ୍ସକୁ ନିଜେ ଅପରେଟ କରୁଥିଲା ଅସାଦ୍ଦୁର। ସେପଟେ କମିସନରେଟ ପୋଲିସ ପାଇଛି ଅସାଦ୍ଦୁରର ତଥ୍ୟ। ଢାକାରେ ରହିଛି ଅସାଦ୍ଦୁରର ଆଇକନ ଟେକନ୍ଲୋଜି ନାଁରେ ସପ୍ଟୱୟାର କମ୍ପାନୀ। ସେତାର ଫାଉଣ୍ଡର କମ ଓନ୍ନର ଥିଲା | ରାଜୁମଣ୍ଡଳ ସର୍ଭିସ ପ୍ରୋଭାଇଡ଼ର ସାଜି କରୁଥିଲା ମେଣ୍ଟେନାସ।

ଅସାଦ୍ଦୁରକୁ ଗିରଫ ପାଇଁ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ। ଇଣ୍ଟର ପୋଲର ହସ୍ତକ୍ଷେପ ପାଇଁ ସିବିଆଇ ଜରିଆରେ ଚିଠି ଲେଖିଲା ପୋଲିସ। ସେପଟେ ଗତକାଲି ରାତି 11ଟା ପର୍ଯ୍ୟନ୍ତ ରାଜୁ ମଣ୍ଡଳକୁ ଜେରା କରିଛି ଏନଆଇଏ | ଡାଇରେକ୍ଟର ଅଫ ଟେଲିକମ ବିଭାଗ ମଧ୍ୟ ରାଜୁ ମଣ୍ଡଳକୁ ଜେରା କରିସାରିଛି। ଜବତ ହୋଇଥିବା ସିମର ଡିଟେଲସ ପାଇଛି ପୋଲିସ। ତାକୁ ଆନାଲିସସ କରୁଛି ପୋଲିସ। ଲିଡ ପାଇବା ପରେ ସେ ଦିଗରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ। 

ସେପଟେ କମିସନରେଟ ପୋଲିସକୁ ଡେମୋ ଦେଖାଇଲା ରାଜୁ ମଣ୍ଡଳ। DOT -ଡିପାର୍ଟମେଣ୍ଟ ଅଫ ଟେଲିକମ ର ବରିଷ୍ଟ ଅଧିକାରୀ ମଧ୍ୟ ସିମ ବକ୍ସ ର ଡେମୋ ଦେଖିଲେ। ରାଜୁ ମଣ୍ଡଳ ସିମ ବକ୍ସରେ କେମିତି ଅପରେଟ କରୁଥିଲା କେଉଁ କେଉଁ ନେଟୱାର୍କରୁ ହେଉଥିଲା ଅପରେଟ ତାହାର ଡେମୋ କଲା ରାଜୁ ମଣ୍ଡଳ। ଜବତ ସିମ ଗୁଡିକ କେଉଁ ଠାରୁ ଆସିଛି, କେଉଁ ଅପରେଟର ସିମ ଗୁଡିକ ଏମାନଙ୍କୁ ଦେଇଛନ୍ତି ସେନେଇ ଯାଞ୍ଚ ହେବ। ଜବତ ସିମରେ ଥିବା ନମ୍ବର ଗୁଡିକ ପୋଲିସକୁ ମାଗିଛି DOT.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରିଛି ରାଜୁ ମଣ୍ଡଳର 5ଦିନିଆ ରିମାଣ୍ଡ। ପୁଣି ଥରେ ରାଜୁ ମଣ୍ଡଳକୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିବାକୁ କୋର୍ଟ ରେ ଆବେଦନ କରିଛି ପୋଲିସ। ଏଥର ରାଜୁ ମଣ୍ଡଳ ରିମାଣ୍ଡରେ ଆସିଲେ ଆହୁରି ଅନେକ ତଥ୍ୟ ଖୁଲାସା ହୋଇପାରିବ ବୋଲି ପୋଲିସ ଆଶା ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Odisha Police's | Argus News