Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Potato Farming / ଆଉ ନାଲି ଆଖି ଦେଖାଇ ପାରିବେନି ମମତା, କୃଷି ମନ୍ତ୍ରୀଙ୍କ ଦମ୍ଭୋକ୍ତି 'ଆଳୁ ଚାଷରେ ଆତ୍ମ ନିର୍ଭର ହେବ ଓଡ଼ିଶା'

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଆଉ ନାଲି ଆଖି ଦେଖାଇ ପାରିବେନି ମମତା, କୃଷି ମନ୍ତ୍ରୀଙ୍କ ଦମ୍ଭୋକ୍ତି 'ଆଳୁ ଚାଷରେ ଆତ୍ମ ନିର୍ଭର ହେବ ଓଡ଼ିଶା'

Key Points

ଆଳୁ ଏବଂ ଡାଲିରେ ଆତ୍ମନିର୍ଭର ହେବ ଓଡ଼ିଶା । ଆଉ ପଶ୍ଚିମବଙ୍ଗ ଦେଖାଇ ପାରିବନି ନାଲି ଆଖି । କୃଷି ବିଭାଗ ପକ୍ଷରୁ ରବି କ୍ୟାମ୍ପେନ ଆରମ୍ଭ କରି ଏଭଳି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
ଭୁବନେଶ୍ଵର: ଆଳୁ ପାଇଁ ଆଉ ପଡ଼ୋଶୀଙ୍କ ଉପରେ ନିର୍ଭର କରିବ ନାହିଁ ଓଡ଼ିଶା । କୃଷି ମନ୍ତ୍ରୀ କହିଛନ୍ତି, ଆଳୁ ଚାଷରେ ଆତ୍ମ ନିର୍ଭର ହେବ ଆମ ରାଜ୍ୟ । ମମତାଙ୍କ ମନମାନିକୁ ଆଉ ବରଦାସ୍ତ କରିବେନି ରାଜ୍ୟ ସରକାର । ଗତବର୍ଷ ତୁଳନାରେ ଡବଲ ହେବ ଉତ୍ପାଦନ । ଚାଷୀଙ୍କୁ ଠିକ ସମୟରେ ମିଳିବ ବିହନ ।

ଆଳୁ ଏବଂ ଡାଲିରେ ଆତ୍ମନିର୍ଭର ହେବ ଓଡ଼ିଶା । ଆଉ ପଶ୍ଚିମବଙ୍ଗ ଦେଖାଇ ପାରିବନି ନାଲି ଆଖି । କୃଷି ବିଭାଗ ପକ୍ଷରୁ ରବି କ୍ୟାମ୍ପେନ ଆରମ୍ଭ କରି ଏଭଳି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବର୍ଷ ୫୦ ହଜାରରୁ ଅଧିକ ଏକରରେ ଆଳୁ ଚାଷ ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ସେଥିପାଇଁ ୩ ଲକ୍ଷ କୁଇଣ୍ଟାଲ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।"

ଏଥିସହ ପଢ଼ନ୍ତୁ: ୨୭ ସକାଳେ ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

୨୦୨୨-୨୩ ବର୍ଷରେ ୪୪ ହଜାର ୩୫୩ କୁଇଣ୍ଟାଲ ବିହନ ଯୋଗାଇ ଦିଆ ଯାଇଥିବା ବେଳେ ୨୦୨୩-୨୪ରେ ୫୯ ହଜାର ୧୫୮ କୁଇଣ୍ଟାଲ ଓ ୨୦୨୪-୨୫ରେ ୧ ଲକ୍ଷ ୬୦ ହଜାର ୧୩୭ କୁଇଣ୍ଟାଲ ଆଳୁ ବିହନ ଚାଷୀଙ୍କୁ ଦିଆ ଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହାକୁ ଡବଲ ବା ୩ ଲକ୍ଷ କୁଇଣ୍ଟାଲ କରାଯାଇଛି । ତେଣୁ ଆଶା ଯେତିକି ଆଳୁ ବାହାରିବ ରାଜ୍ୟର ଆବଶ୍ୟକତା ପୂରଣ ହେଇଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଏପଟେ ତଥ୍ୟ କହୁଛି, ଓଡ଼ିଶାରେ ବାର୍ଷିକ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ରହିଛି । କିନ୍ତୁ ଉତ୍ପାଦନ ହେଉଛି ମାତ୍ର ୪ ଲକ୍ଷ ୭୬ ହଜାର ମେଟ୍ରିକ୍ ଟନ୍ । ତଥ୍ୟ ଅନୁସାରେ, ୨୦୨୨-୨୩ରେ ୩ ଲକ୍ଷ ୧୩ ହଜାର ୭୦୨ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଥିବା ବେଳେ ୨୦୨୩-୨୪ରେ ୩ ଲକ୍ଷ ୮୨ ହଜାର ୧୧୫ ମେଟ୍ରିକ ଟନ୍ ଓ ୨୦୨୪-୨୫ରେ ୪ ଲକ୍ଷ ୭୬ ହଜାର ୫୮୧ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଥିଲା ।

ସେହିପରି ଆଳୁ ଓ ପିଆଜ ସଂରକ୍ଷଣ ପାଇଁ ରାଜ୍ୟରେ ବର୍ତ୍ତମାନ ରହିଛି ୩୫ଟି ସଚଳ ଶୀତଳ ଭଣ୍ଡାର । ଯାହାର ସଂରକ୍ଷଣ କ୍ଷମତା ମାତ୍ର ୧ ଲକ୍ଷ ୭୨ ହଜାର ମେଟ୍ରିକ୍ ଟନ୍ । ସଂରକ୍ଷଣ ବ୍ୟବସ୍ଥା ବଢ଼ାଇବା ପାଇଁ ବିଜେପି ସରକାର ଆସିବା ପରେ ପିପିପି ମୋଡରେ ୫୮ଟି ସବଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ । ସେଥି ମଧ୍ୟରୁ ବର୍ତ୍ତମାନ ୧୩ଟିର କାର୍ଯ୍ୟ ପ୍ରାୟ ଆରମ୍ଭ ହୋଇଗଲାଣି ।

ଏଥିସହ ପଢ଼ନ୍ତୁ: BMCର କଡ଼ା ତାଗିଦ୍ ! 'ଯିଏ ରାସ୍ତା ଉପରେ ଠେଲା ରଖି ବିକିବ, ସିଏ ଦଣ୍ଡ ପାଇବ'

ଆଳୁକୁ ବାଦ ଦେଇ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ସରକାର ଯୋଜନା କରିଛନ୍ତି । ଅଧିକ ବିହନ ଆବଶ୍ୟକ ହେଲେ ଦେୟମୁକ୍ତ ୧୫୫୩୩୩ ନମ୍ବରେ ଚାଷୀ ଯୋଗାଯୋଗ କରିପାରିବେ ।

ଆଳୁ ଗାଡ଼ି ଅଟକାଇ ପୂର୍ବ ବର୍ଷ ଓଡ଼ିଶାର ଟେନସନ ବଢାଇଥିଲେ ମମତା । କହିଥିଲେ, ଓଡ଼ିଶାକୁ ଛାଡ଼ିବେ ନାହିଁ ଆଳୁ ଗାଡ଼ି । ମମତାଙ୍କୁ ଜବାବ ଦେବାକୁ ଯାଇ ଏବେ ସରକାର ଆଳୁ ପାଇଁ ଯେଉଁ ରୋଡ୍ ମ୍ୟାପ୍ କରୁଛନ୍ତି ତାହା ସଫଳ ହେଲେ ଭବିଷ୍ୟତରେ ସରକାରଙ୍କ ଟେନସନ ଦୂର ହେବ ବୋଲି କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Boosts Potato Farming to End Bengal Dependence | Argus News | Argus News