Videos
|
Odisha

Poultry Farming Subsidy / କୁକୁଡ଼ା ଚାଷ ପାଇଁ ୮ରୁ ୧୦ କୋଟି ପର୍ଯ୍ୟନ୍ତ ସବସିଡି ଦେବେ ସରକାର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କୁକୁଡ଼ା ଚାଷ ପାଇଁ ୮ରୁ ୧୦ କୋଟି ପର୍ଯ୍ୟନ୍ତ ସବସିଡି ଦେବେ ସରକାର
Odisha Targets Higher Egg Production With Poultry Farming Subsidy

Key Points

ଅଣ୍ଡା ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳତା ହ୍ରାସ ସହ ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ବଳକା ରାଜ୍ୟ କରିବାକୁ ପଦକ୍ଷେପ ନେଇଛନ୍ତି । ଆରମ୍ଭ କରାଯାଇଛି କମର୍ସିଆଲ୍ ଲେୟାର୍ ଫାର୍ମ ଯୋଜନା ।
ଭୁବନେଶ୍ଵର: ରାଜ୍ୟରେ ବଢ଼ୁଛି ଅଣ୍ଡାର ଚାହିଦା । ଓଡ଼ିଶାରେ ପ୍ରତିଦିନ ଅଢ଼େଇ କୋଟି ଅଣ୍ଡା ଆବଶ୍ୟକ ରହିଛି । କିନ୍ତୁ ଉତ୍ପାଦନ ହେଉଛି ପାଖାପାଖି କୋଟିଏ ୨୦ ଲକ୍ଷ ଅଣ୍ଡା । ତେଣୁ, ଅଣ୍ଡା ପାଇଁ ଓଡ଼ିଶା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛି ।

ଅଣ୍ଡା ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳତା ହ୍ରାସ ସହ ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ବଳକା ରାଜ୍ୟ କରିବାକୁ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ରଖିଥିବା ଲକ୍ଷ୍ୟ ଅନୁସାରେ, ୨୦୩୬ ସୁଦ୍ଧା ରାଜ୍ୟରେ ୧ ହଜାର କୋଟି ଅଣ୍ଡା ଉତ୍ପାଦନ ହେବ । ସେହିଭଳି ୨୦୨୪୭ ସୁଦ୍ଧା ୧୭୦୦ କୋଟି କୋଟି ଅଣ୍ଡା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ଭଦ୍ରକର ନାଆମୀ ଡିଗ୍ରୀ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଆନ୍ଦୋଳନ ଓ ଅଶାନ୍ତି ପରେ ନିଷ୍ପତ୍ତି 

ଏହି ଉଦ୍ଦେଶ୍ୟ ନେଇ କମର୍ସିଆଲ୍ ଲେୟାର୍ ଫାର୍ମ ଯୋଜନାର ଆରମ୍ଭ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, "ପୂର୍ବରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳୁଥିଲା । ଏବେ ଫାର୍ମ କଲେ ୧୦ କୋଟି ପର୍ଯ୍ୟନ୍ତ ସବସିଡି ମିଳିବ । ଏହାଦ୍ଵାରା ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇବ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, "୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି । ସେଥିପାଇଁ ଆମ ସରକାର ଆସିବା ପରେ ୨ ବର୍ଷ ଭିତରେ ୭୦୦ କୋଟିରୁ ଅଧିକ ଟଙ୍କା ସବସିଡି ଆକାରରେ ଦିଆଯାଇଛି । ଯେଉଁଥିରେ ୨୦ ହଜାରରୁ ଅଧିକ ଫାର୍ମ ବିଭିନ୍ନ ଗ୍ରାମାଞ୍ଚଳରେ ହୋଇଛି । ଏହାଦ୍ଵାରା ଯୁବପିଢ଼ି, ମହିଳା, SHG ଆତ୍ମନିର୍ଭର ହୋଇ ପାରିଛନ୍ତି ।"

୮ରୁ ୧୦ କୋଟି ପର୍ଯ୍ୟନ୍ତ ସବସିଡି

ଆଜି ବିଶ୍ୱ ଅଣ୍ଡା ଦିବସରେ ବ୍ୟବସାୟିକ କୁକୁଡ଼ା ପାଳନ ବା କମର୍ସିଆଲ ଲେୟାର ଫାର୍ମିଂର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ସବସିଡିକୁ ବୃଦ୍ଧି କରାଯାଇ ସର୍ବାଧିକ ୮ କୋଟି ଏବଂ କେବିକେ ଅଞ୍ଚଳରେ ୧୦ କୋଟି ଟଙ୍କା କରାଯଇଛି । ୨୫ ହଜାରରୁ ଅଧିକ କୁକୁଡ଼ା ଚାଷ କରୁଥିବା ଚାଷୀ ଏହାର ଫାଇଦା ପାଇପାରିବେ ।

ଲକ୍ଷ୍ମୀସାଗର ସ୍ଥିତ ପ୍ରାଣୀ ଚିକିତ୍ସା ଅଧିକାରୀ ଟ୍ରେନିଂ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନାର ଶୁଭରମ୍ଭ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀ ଏକାଧିକ ଚାଷୀ ଏବଂ ଉଦ୍ୟୋଗୀଙ୍କୁ ଗୋ ଆହେଡ୍ ସାରଟିଫିକେଟ ବାଣ୍ଟିଥିଲେ ।

ଏଥିସହ ପଢ଼ନ୍ତୁ: ସୋସିଆଲ ମିଡିଆରେ ଆଗେଇବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସୂଚନା ସେବା ଅଧିକାରୀଙ୍କୁ ଦେଲେ ଟାସ୍କ 

ଓଡ଼ିଶାରେ ଦିନକୁ ଦରକାର କେତେ ଅଣ୍ଡା ?

ରାଜ୍ୟରେ ଏବେ ଦୈନିକ ଅଢେଇ କୋଟି ଅଣ୍ଡର ଆବଶ୍ୟକତା ରହୁଥିବା ବେଳେ ଉତ୍ପାଦନ ହେଉଛି ମାତ୍ର କୋଟିଏ ୨୦ ଲକ୍ଷ ଅଣ୍ଡା । ଫଳରେ ଆବଶ୍ୟକତା ପୂରଣ ପାଇଁ ଓଡ଼ିଶା ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛି ।