Odisha Electricity Crisis / ବିଜୁଳି ବିଭ୍ରାଟକୁ ନେଇ ତେଜୁଛି ଜନ ଅସନ୍ତୋଷ, ବିଦ୍ୟୁତ୍ କାଟ ପ୍ରତିବାଦରେ ଘେରାଉ କରୁଛନ୍ତି ଗ୍ରୀଡ୍ ଅଫିସ
·1 hour ago·3 min read

Key Points
ବିଜୁଳି ବିଭ୍ରାଟକୁ ନେଇ ଚାରିଆଡ଼େ ତେଜୁଛି ଜନ ଅସନ୍ତୋଷ
ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଘେରାଉ କରୁଛନ୍ତି ଗ୍ରୀଡ୍ ଅଫିସ
ଏସମା ଲାଗୁ ସତ୍ବେ ଆନ୍ଦୋଳନରୁ ଓହରି ନାହାନ୍ତି ବିଜୁଳି ବିଭାଗ କର୍ମଚାରୀ

ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବିଜୁଳି ବିଭ୍ରାଟକୁ ନେଇ ଏବେ ସାରା ରାଜ୍ୟରେ ତେଜୁଛି ଜନ ଅସନ୍ତୋଷ । କେଉଁଠି ରାତି ଅଧରେ ଗ୍ରୀଡ୍ ଅଫିସ ଉପରକୁ ଢେଲା ପଥର ମାଡ଼ ହେଉଛି ତ କେଉଁଠି ଲୋକେ ଉତକ୍ଷିପ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରୁଛନ୍ତି । ଉଭୟ ଉପକୂଳରୁ ଉପାନ୍ତ - ସବୁଠି ଗୋଟିଏ ଚିତ୍ର, ଘନ ଘନ ପାୱାର କଟ୍ ଯୋଗୁଁ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ବିଜୁଳି ବିଭାଗ କର୍ମଚାରୀ । ସେପଟେ ସରକାର 'ଏସମା' ଲାଗୁ କରିଥିଲେ ମଧ୍ୟ ଚାକିରି ସୁରକ୍ଷା ଦାବିରେ ଆନ୍ଦୋଳନରୁ ଓହରି ନାହାନ୍ତି ଠିକା ବିଜୁଳି କର୍ମଚାରୀ ।
ଅଘୋଷିତ ବିଦ୍ୟୁତ କାଟକୁ ନେଇ ତୁମୁଳ କାଣ୍ଡ । ରାତି ଅଧରେ ଗ୍ରୀଡ଼ ଅଫିସ ଭିତରକୁ ଧସେଇ ପଶିବା ସହ ଢେଲା ପଥର ମାଡ଼ କରିଥିଲେ ଲୋକେ । ଏହାସହ ଆସବାପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଅଘୋଷିତ ବିଦ୍ୟୁତ କାଟକୁ ନେଇ ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ସାଲେପୁର ଟାଟା ପାୱାର ବାଲିଆ ଗ୍ରୀଡ୍ ଅଧୀନରେ ଥିବା ଜପକୁଦ ଗ୍ରୀଡରେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ରାତି ୨ଟା ପରେ କିଛି ଅଞ୍ଚଳକୁ ବିଦ୍ୟୁତ ଦିଆଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ସେହିପରି ଅଘୋଷିତ ବିଜୁଳି କାଟକୁ ନେଇ ପାରଳାଖେମୁଣ୍ଡି ସହରରେ ଜନ ଅସନ୍ତୋଷ ଦେଖିବାକୁ ମିଲିଛି । ଲୋକଙ୍କ ଆକ୍ରୋଶ ଦେଖି ଅଫିସ ଛାଡ଼ି ପଳାଇଲେ ବିଜୁଳି ବିଭାଗ କର୍ମଚାରୀ । ପାରଳାଖେମୁଣ୍ଡି ସହରରେ ଶାନ୍ତି ନଗର, ମକାତୋଟା ମା ନଗର, ତାରିଣୀ ନଗର, ରାମ ନଗର ପରି ତଳିଆ ଅଞ୍ଚଳରେ ବିଦ୍ୟୁତ୍ କାଟ ଅଧିକ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଭାଲୁବସା ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଗରମରେ ଦୀର୍ଘ ଏକ ଘଣ୍ଟା ଜାତୀୟ ରାଜପଥ ଅବରୋଧ ପରେ ମଧ୍ୟ ରାଇରଙ୍ଗପୁର ଟାଟା ପୱାର ବିଭାଗୀୟ ଅଧିକାରୀ ଅବରୋଧ ସ୍ଥାନରେ ପହଞ୍ଚି ନଥିଲେ । ଗ୍ରାମବାସୀଙ୍କ ଗୋଟିଏ ଜିଦ ଇଲେକ୍ଟ୍ରି ବିଭାଗର ଅଧିକାରୀ ଆସନ୍ତୁ ନଚେତ ଅନିର୍ଦ୍ଧିଷ୍ଟ କାଳ ରାଜରାସ୍ତା ବନ୍ଦ ରହିବ ।
ବଲାଙ୍ଗୀର ସହରରେ ପାରଦ ୪୦ ରୁ ୪୫ ଡିଗ୍ରୀ ରହୁଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ତାତିରୁ ରକ୍ଷା ପାଇବା ପାଇଁ ଲୋକେ ଏସି, କୁଲର କିଣୁଥିବା ବେଳେ ଲଗାତାର ଲୋଡ୍ ଓ ବିଜୁଳି ବିଭ୍ରାଟ ଲୋକଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଦେଇଛି । ଯାଜପୁର ପୌରପାଳିକା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଦେଖାଦେଉଥିବା ଲୋ- ଭୋଲ୍ଟେଜ୍ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଲୋକେ । ଅଘୋଷିତ ବିଦ୍ୟୁତ କାଟକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ତାଳପଡା ଗ୍ରାମବାସୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଗଛ ତଳେ ଆଶ୍ରୟ ନେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳର ଲୋକେ ।
ବିଜୁଳି ଉତ୍ପାଦନ ଦୃଷ୍ଟିରୁ ବଳକା ରାଜ୍ୟ ଓଡ଼ିଶା । ହେଲେ ରାଜ୍ୟରେ ଯେଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ବର୍ତ୍ତମାନ ପିକ୍ ଆୱାରରେ ବିଜୁଳି ଚାହିଦା ଅହେତୁକ ଭାବେ ବଢ଼ିଯାଉଛି । ବିଶେଷକରି ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପିକ୍ ଆୱାର ବିଜୁଳି ଚାହିଦା ପୂରଣ କରିବାକୁ ଏକ୍ସଚେଞ୍ଜ ଜରିଆରେ ବିଜୁଳି କିଣି ଚାହିଦା ପୂରଣ କରିବାକୁ ପଡୁଥିବା କେନ୍ଦ୍ର ସରକାରଙ୍କ ପୋର୍ଟାଲରୁ ସୂଚନା ମିଳିଛି । ଆଜି ପିକ୍ ଆୱାରରେ ମୋଟ୍ ୬,୯୩୪ ମେଗାୱାଟ୍ ବିଜୁଳି ଚାହିଦା ରହିଥିବାବେଳେ ଉତ୍ପାଦନ ଠାରୁ ୨୫୬ ମେଗାୱାଟ୍ ବିଜୁଳି ନିଅଣ୍ଟିଆ ଥିଲା । ଏହାକୁ ପୂରଣ କରିବା ପାଇଁ ବିଜୁଳି ବିତରଣ କମ୍ପାନିକୁ ଏକ୍ସଚେଞ୍ଜ ଜାରିଆରେ ୟୁନିଟ ପିଛା ୩ ଟଙ୍କା ୩୬ ପଇସାରେ କିଣି ଚାହିଦା ପୂରଣ କରିବାକୁ ପଡ଼ିଥିବା ପୋର୍ଟାଲରୁ ଜଣାପଡ଼ିଛି ।
ବଡ଼କଥା ହେଉଛି ବିଜୁଳି ବିଭ୍ରାଟ ସମୟରେ ସରକାରଙ୍କ ଏସମାକୁ ଖାତିର ନକରି ପୂର୍ବପରି ଆନ୍ଦୋଳନ ଜାରି ରଖିଛନ୍ତି ବିଜୁଳି ବିଭାଗର ଠିକା କର୍ମଚାରୀ । ସ୍ୱତନ୍ତ୍ର ଠିକା ମଡେଲ ଲାଗୁ ସହ ଚାକିରି ସୁରକ୍ଷା ଦାବିରେ ଭୁବନେଶ୍ୱର ଲୋୟର PMGରେ ଜାରି ରଖିଛନ୍ତି ଆନ୍ଦୋଳନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories