Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ

Odisha

Pride of Odisha / ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ
From Disability to Destiny: Sudhir Raut’s Journey

Key Points

ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ଚତୁର୍ଥ ଅଧ୍ୟାୟରେ ଭେଟିବା ଏମିତି ଜଣେ ଶିକ୍ଷକ ତଥା ପରିବେଶବିତ୍ ସୁଧୀର ରାଉତଙ୍କୁ । ଯିଏ ହାତରେ ଗଢ଼ିଛନ୍ତି ଜଙ୍ଗଲ, ତିଆରି କରୁଛନ୍ତି ଭବିଷ୍ୟତ ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍‌ର 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।

ଶିକ୍ଷା ଓ ପରିବେଶ । ମଣିଷ ସମାଜ ପାଇଁ ଦୁଇଟି ଯାକ ନିତାନ୍ତ ଆବଶ୍ୟକ । ଶିକ୍ଷା ନଥିଲେ ଯେଭଳି ମଣିଷର ମୂଲ୍ୟ ନାହିଁ । ସେଭଳି ପରିବେଶ ସନ୍ତୁଳନ ନଥିଲେ ମଣିଷ କି କୌଣସି ଜୀବଜନ୍ତୁ ବଞ୍ଚିବା ସମ୍ଭବ ନୁହେଁ ।

ଏଥିସହ ପଢ଼ନ୍ତୁ: ନିଜ ଇଚ୍ଛାକୁ ମାରିଦେଲେ ଭାନୁପ୍ରିୟା, ଏବେ ବାପାଙ୍କ 'ଆଶା ଓ ଆଶ୍ଵାସନା' ରଥର ସାରଥୀ

ପିଲାଟି ଦିନରୁ ସ୍ଵାସ୍ଥ୍ୟ ସାଥ୍ ନ ଦେବା, ସାହି ପଡ଼ିଶା ଶରୀରକୁ ଦେଖି ହସରେ ଉଡ଼ାଇ ଦେବା । ହାତରେ ଖାଦ୍ଯ ତ ଦୂର ଚାମଚରେ ଖାଇବା ସମ୍ଭବ ନଥିବା ସୁଧୀର ଏବେ ସାଜିଛନ୍ତି ସବୁଜ ମଣିଷ । ଖାଲି ଜଙ୍ଗଲ ରକ୍ଷା କରୁ ନାହାନ୍ତି ସେ ଆଗାମୀ ପିଢ଼ିର ଭବିଷ୍ୟତକୁ ବି ଗଢ଼ୁଛନ୍ତି ।

ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ଚତୁର୍ଥ ଅଧ୍ୟାୟରେ ଭେଟିବା ଏମିତି ଜଣେ ଶିକ୍ଷକ ତଥା ପରିବେଶବିତ୍ ସୁଧୀର ରାଉତଙ୍କୁ । ଯିଏ ହାତରେ ଗଢ଼ିଛନ୍ତି ଜଙ୍ଗଲ, ତିଆରି କରୁଛନ୍ତି ଭବିଷ୍ୟତ । ଗଞ୍ଜାମ ଜିଲ୍ଲାର ସୁଧୀର ରାଉତ । ପିଲାଟି ଦିନରୁ ଶାରିରୀକ ଭାବେ ଦୁର୍ବଳ । ଦୁଇ ହାତ ମଟର ନ୍ୟୁରୋନ୍ ରୋଗ (ଏକ ପ୍ରକାର ପକ୍ଷାଘାତ)ରେ ପୀଡ଼ିତ । ଯେଉଁଥିପାଇଁ ଆଜି ବି ସୁଧୀର ଚାମଚରେ ଠିକ୍ ଭାବେ ଖାଦ୍ୟ ଖାଇ ପାରନ୍ତି ନାହିଁ ।

ପିଲା ଦିନେ ସୁଧୀରଙ୍କୁ ଡାକ୍ତର ଏଥିପାଇଁ କହିଥିଲେ, "ତୁମେ ବେଶୀ ଦିନ ବଞ୍ଚିବ ନାହିଁ ।" ଘଟଣାକ୍ରମେ ଦୁର୍ବଳ ସୁଧୀର କୂଅକୁ ଖସି ପଡ଼ନ୍ତି ଆଉ ତାଙ୍କୁ ବଞ୍ଚାନ୍ତି ସେହି ଗାଁର ଜଣେ ଝିଅ । ଏହାପରେ ଉଭୟ ବିବାହ କରି ନୂଆ ଜୀବନ ଆରମ୍ଭ କରନ୍ତି ।

ପିଲାଟି ଦିନରୁ ସଂଘର୍ଷର ଛଞ୍ଚାଣ ଆଖି ଦେଖିଥିବା ସୁଧୀର ଆଉ ପଛକୁ ଫେରନ୍ତି ନାହିଁ । ଉଚ୍ଚଶିକ୍ଷା ପରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ହାଇଦ୍ରାବାଦରେ ପାଠ ପଢ଼ାନ୍ତି । କିନ୍ତୁ ବାହାରେ ଶିକ୍ଷାଦାନ ପରେ ବି ସେ ସେଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଶେଷରେ ଭିଟାମାଟି ବ୍ରହ୍ମପୁରକୁ ଫେରନ୍ତି ।

ଏଥିସହ ପଢ଼ନ୍ତୁ: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

ଶିକ୍ଷା ସହ ପରିବେଶକୁ ଗୁରୁତ୍ଵ ଦେଇ ଆରମ୍ଭ କରନ୍ତି ଅଭିଯାନ । ଗରିବ ବିଦ୍ୟାର୍ଥୀଙ୍କୁ ମାଗଣାରେ ଶିକ୍ଷାଦାନ ସହ କମ୍ ଟଙ୍କାରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ITI ପରୀକ୍ଷା ପାଇଁ କୋଚିଂ ଦେଇଛନ୍ତି । ପରିବେଶ ଚିନ୍ତା କରୁଥିବା ସୁଧୀର ୨୧ଟି ଲଣ୍ଡା ପାହାଡ଼କୁ ସବୁଜିମାରେ ପରିଣତ କରିଛନ୍ତି । ଯେଉଁଥିପାଇଁ ଏବେ ସମସ୍ତେ ତାଙ୍କୁ କହୁଛନ୍ତି, "ଓଡ଼ିଶାର ସବୁଜ ମଣିଷ ।"

ବିଚି ଭାଇଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍‌ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudhir Raut: The Man Who Built Forests with Hope | Argus News | Argus News