Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Teacher Transfer / ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ୍

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ୍
Primary Teacher Transfers

Key Points

ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ସରକାର ଆବେଦନ ଗ୍ରହଣ କରୁଛନ୍ତି । ଏନେଇ ନଭେମ୍ବର ୨୮ରୁ ସରକାର ଅନଲାଇନ୍ ଆବେଦନ ପାଇଁ ପୋର୍ଟାଲ ଖୋଲା ଯାଇଛି ।
ଭୁବନେଶ୍ଵର: ଅନଲାଇନ୍ ହେବ ଶିକ୍ଷକ ବଦଳି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖୋଲିଲା ପୋର୍ଟାଲ । ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକଙ୍କ ବଦଳି ପାଇଁ ସରକାର ଆବେଦନ ଗ୍ରହଣ କରୁଛନ୍ତି । ଏନେଇ ନଭେମ୍ବର ୨୮ରୁ ସରକାର ଅନଲାଇନ୍ ଆବେଦନ ପାଇଁ ପୋର୍ଟାଲ ଖୋଲା ଯାଇଛି ।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କୁ ଚିଠି ଜାରି କରାଯାଇଛି । ଯେଉଁଥିରେ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ: ସାଂସଦ ଓ ବିଧାୟକଙ୍କୁ ନମିଳୁ ଶିକ୍ଷକ ବଦଳି କ୍ଷମତା..!

ଚିଠି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ ୧୪ରେ ଜାରି କରିଥିବା ଚିଠି ସଂଖ୍ୟା ୧୩୪୫୩ ବିଜ୍ଞପ୍ତି ଅନୁଯାୟୀ ବଦଳି କରାଯିବ । ଅନଲାଇନ୍ ଶିକ୍ଷକ ବଦଳି ନେଇ ପୋର୍ଟାଲ୍ ନଭେମ୍ବର ୨୮ରୁ ଖୋଲିଥିବା ବେଳେ ଡିସେମ୍ବର ୨୫ ପର୍ଯ୍ୟନ୍ତ ଆବେଦନ କରାଯାଇ ପାରିବ ।

ତେଣୁ ଜିଲ୍ଲା ଭିତରେ ଅନ୍ୟ କୌଣସି ବିଦ୍ୟାଳୟକୁ ଯିବାକୁ ଚାହୁଁଥିବା ପ୍ରାଥମିକ ଶିକ୍ଷକ ଡିସେମ୍ବର ୨୫ ପୂର୍ବରୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ । ଅନଲାଇନ୍‌ରେ ସମସ୍ତ ପ୍ରକ୍ରିୟା ୨୦୨୫ ଡିସେମ୍ବର ୨୫ ସୁଦ୍ଧା ସାରିବାକୁ ଚିଠିରେ ଲ୍ଲେଖ ରହିଛି ।

ସେପଟେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହେବ ବ୍ୟାପକ ପରିବର୍ତ୍ତନ । ସ୍କିମାଟିକ ପ୍ରାଥମିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୩ ବର୍ଷରେ ପ୍ରାଥମିକ ଶିକ୍ଷା ପାଇଁ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ । ସୃଷ୍ଟି ହେବ ୪୦ ହଜାର ନୂତନ ଶିକ୍ଷକ ପଦବୀ ।

ଏଥିସହ ପଢ଼ନ୍ତୁ: ଆଗାମୀ ୩ ବର୍ଷରେ ୪୫ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି; BSE, CHSE ବଦଳରେ ରହିବ ଗୋଟିଏ ବୋର୍ଡ

ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି । ପ୍ରାଥମିକ ଶିକ୍ଷା ପାଇଁ BSE, CHSE ବଦଳରେ ରାଜ୍ୟରେ ରହିବ ଗୋଟିଏ ବୋର୍ଡ । ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ହୋଇଛି ।

ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଦିଆଯିବ । ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Opens Online Portal for Primary Teacher Transfers | Argus News | Argus News