Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri City Makeover / ଅଠରନଳାରୁ ବଡ଼ଦାଣ୍ଡ...ଗୋଟିଏ ରଙ୍ଗରେ ଝଲସିବ ସହର

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ଅଠରନଳାରୁ ବଡ଼ଦାଣ୍ଡ...ଗୋଟିଏ ରଙ୍ଗରେ ଝଲସିବ ସହର
Puri

Key Points

ଅଠରନଳାରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ
ଗୋଟିଏ ରଙ୍ଗରେ ଝଲସିବ ପୁରୀ
ପ୍ରବେଶ ପଥରୁ ହିଁ ବଦଳିବ ଦୃଶ୍ୟ
ଐତିହ୍ୟ ନଗରୀ ପୁରୀକୁ ମିଳିବ ଏକ ନୂଆ ଲୁକ୍ । ପ୍ରବେଶ ପଥ ଅଠରନଳାରୁ ଆରମ୍ଭ କରି ବଡ଼ଦାଣ୍ଡ ପର୍ଯ୍ୟନ୍ତ ସମସ୍ତ କୋଠା ଏବେ ଗୋଟିଏ ରଙ୍ଗରେ ଝଲସିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨ କୋଟି ୩୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୟୁନିଭର୍ସାଲ କଲର କୋଡ୍ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଏକ ଦିବ୍ୟ ଅନୁଭବ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ଅଠରନଳାରୁ ମେଡିକାଲ ଛକ ଏବଂ ପରେ ବଡ଼ଦାଣ୍ଡ । ସବୁଠି ଦେଖିବାକୁ ମିଳିବ ସମାନତା । ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏହି ମେଗା ପ୍ଲାନ୍ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଐତିହ୍ୟ ସହରର ଗାରିମା ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରାୟ ୨ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ୩ଟି ରଙ୍ଗ ଚୟନ କରି ସରକାରଙ୍କୁ ପଠାଇବ । ସରକାରଙ୍କ ସମ୍ମତି ମିଳିବା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା କୋଠାଗୁଡ଼ିକର ରଙ୍ଗ ବଦଳିବ ।

ପୂର୍ବରୁ ୨୦୧୫ ନବକଳେବର ସମୟରେ ଫିକା ହଳଦିଆ ଏବଂ ପରିକ୍ରମା ପ୍ରକଳ୍ପ ସମୟରେ ଫିକା ଗୋଲାପୀ ରଙ୍ଗ ବ୍ୟବହାର କରାଯାଇଥିଲା । ହେଲେ ଏହା କେବଳ ବଡ଼ଦାଣ୍ଡ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ସହରର ପ୍ରବେଶ ପଥରୁ ହିଁ ଭକ୍ତଙ୍କୁ ହେରିଟେଜ୍ ଲୁକ୍ ଦେବାକୁ ପ୍ରସ୍ତୁତି ଚାଲିଛି । ପୁରୁଷୋତ୍ତମ ଭକ୍ତ ନିବାସ, ପୁରୁଣା ଜେଲ୍ ରୋଡ୍ ପାର୍କିଂ, କୁମ୍ଭାରପଡ଼ା ଥାନା ଭଳି ସରକାରୀ କୋଠା ସହ ଘରୋଇ କୋଠା ମାଲିକଙ୍କୁ ମଧ୍ୟ ଏହି ୟୁନିଫର୍ମ କଲର କୋଡ୍ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯିବ ।
ଟେଣ୍ଡର ପ୍ରକ୍ରିୟା ଶେଷ ହେବାର ଦୁଇ ମାସ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored