Paddy Procurement / ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ, ଜଗିବ ୨୪ ଘଣ୍ଟିଆ CCTV
·4 months ago·2 min read

Key Points
ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ
ପଂଜୀକରଣ କରିଛନ୍ତି ୩ ଲକ୍ଷ ୭୫ ହଜାର ୫୫୬ ଚାଷୀ
୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ
ମଣ୍ଡି ଜଗିବ ୨୪ ଘଣ୍ଟିଆ CCTV

ଭୁବନେଶ୍ୱର,୧୪/୫ : ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ପଂଜୀକରଣ କରିଛନ୍ତି ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ। ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ବାହାରୁ ଯେପରି ଅନଧିକୃତ ଭାବେ ଧାନ ପ୍ରବେଶ ନ କରେ ତା ଉପରେ ସତର୍କ ନଜର ରଖାଯାଇଛି।ରାଜ୍ୟ ସୀମାରେ କରାଯିବ କଡ଼ାକଡ଼ି ଯାଞ୍ଚ ଚାଲିଛି।
ରାଜ୍ୟରେ ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ୨୦୨୫-୨୬ ରବି ଫସଲ ପାଇଁ ରାଜ୍ୟର ୨୦ ଜିଲ୍ଲାରୁ ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୩୭ ହଜାରରୁ ଅଧିକ ରହିଛି। ଗତ ୨୦୨୪-୨୫ ରେ ଏହି ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୮୧ ରହିଥିଲା। ତେବେ ରବି ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ରାଜ୍ୟସ୍ତରୀୟ ବୈଠକ ବୁଧବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ରବି ଧାନ କିଣିବାର ସମୟ ସୀମା ମେ’ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ରେ ସରିବ। । ତେବେ ତେବେ ନିର୍ଜରିତ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୧୪ ତାରିଖରୁ ଭିନ୍ନ ଭିନ୍ନ ତାରିଖରେ ଧାନ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ନିଷ୍ପତ୍ତି ନେଇଛି। ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ପ୍ରକୃତ ଚାଷୀମାନେ ଯେପରି ଉପକୃତ ହେବେ, ସେଥିପାଇଁ ରାଜ୍ୟସ୍ତରୀୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ରାଜସ୍ବ, ସମବାୟ, ପୁଲିସ୍, ପରିବହନ, କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କ ସହିତ ସମନ୍ବୟ କରି ଧାନ ସଂଗ୍ରହ କାର୍ଯ୍ୟ ହେବ। ଜିଲ୍ଲାସ୍ତରରେ ଏନଫୋର୍ସମେଣ୍ଟ ସ୍ଟାର୍ଡ ନିୟମିତ ଭାବେ ଧାନ ସଂଗ୍ରହ ପରିଚାଳନା ତଦାରଖ କରିବେ । ବାହାରୁ ଯେପରି ଅନଧୂକୃତ ଭାବେ ଧାନ ପ୍ରବେଶ ନ କରେ, ସେଥିପାଇଁ ରାଜ୍ୟ ସୀମାରେ ଯଞ୍ଚକୁ କଡ଼ାକଡ଼ି କରାଯିବ । ବିଭିନ୍ନ ଜିଲ୍ଲାରେ ମୋଟ ୨୪୭୨ ଜଣ ମଣ୍ଡି ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି।
ପଢନ୍ତୁ ଏହି ଖବର: ବୟଫ୍ରେଣ୍ଡ୍ ରୁମରେ ଗାର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ, ୪ ଛାତ୍ର ଗିରଫ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟ ଖାଦ୍ୟ ଯୋଗାଣ ବୈଠକରେ ଖାଦ୍ୟ ଯୋଗାଣବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ସମବାୟ ବିଭାଗ ସଚିବ ରା ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ମନୀଷ ଅଗ୍ରୱାଲଙ୍କ ସମେତ ସମ୍ପୃକ୍ତ ଅନ୍ୟ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମା ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଆଭାସୀରେ ଭାସୀରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ୨୦୨୫-୨୬ ଖରିଫ୍ ମାର୍କେଟିଂ ଋତୁରେ ଧାନ କିଣା | ନେଇ ସୂଚନା ଦିଆଯାଇଥିଲା। ୨୦୨୪-୨୫ ଖରିଫ୍ରେ ୭୩ ୭୩.୪୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ୧୬ ଲକ୍ଷ ୬୦ ହଜାର ୨୩୦ ଚାଷୀ ସେମାନଙ୍କର ଧାନ ବିକ୍ରି କରିଥିଲେ । ୨୦୨୫-୨୬ ଖରିଫରେ ୭୭.୪୮ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ହୋଇଛି। ୧୮ ଲକ୍ଷ ୮୪ ହଜାର ୬୨୮ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ୫.୪୮ ପ୍ରତିଶତ ଅଧିକ।
Related Topics
Explore more stories