Railway Overbridge / ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍, ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ
·8 months ago·2 min read

Key Points
ରେଲୱେ ଫାଟକରେ ଆଉ ଅଟକିବାକୁ ପଡ଼ିବନି । ବ୍ରିଜ୍ ଚଢ଼ିବେ, ସିଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ଆଜ୍ଞା ହଁ, ଓଡ଼ିଶାରେ ନିର୍ମାଣ ହେବ ୯୨ଟି ରେଳ ଓଭରବ୍ରିଜ୍ ।
ଭୁବନେଶ୍ଵର: ଭିଡ଼ରେ ଆଉ ଫସିବେନି, ରେଲୱେ ଫାଟକରେ ଆଉ ଅଟକିବାକୁ ପଡ଼ିବନି । ବ୍ରିଜ୍ ଚଢ଼ିବେ, ସିଧା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ଆଜ୍ଞା ହଁ, ଓଡ଼ିଶାରେ ନିର୍ମାଣ ହେବ ୯୨ଟି ରେଳ ଓଭରବ୍ରିଜ୍ । ଏହି ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର ।
ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...
ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଏନେଇ ସୋସିଆଲ୍ ମିଡିଆ X ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରୁଥିବାରୁ ହୃଦୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଗି ଏବଂ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି ।"
ସୂଚନାଯୋଗ୍ୟ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍ ଗୁଡ଼ିକୁ ୫୦-୫୦ ଅନୁପାତରେ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି କେନ୍ଦ୍ର ରେଳ ମନ୍ତ୍ରାଳୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ୯୨ଟି ରେଳ ଓଭରବ୍ରିଜ୍ର ସମ୍ପୂର୍ଣ୍ଣ ନିର୍ମାଣ ଖର୍ଚ୍ଚ ବହନ କରିବେ ବୋଲି ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦf ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !
ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ସବୁ ସମୟରେ ଓଡ଼ିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି । ରେଳପଥ, ସଡ଼କ ପଥ, ବନ୍ଦର ଓ ବିମାନ ଭିତ୍ତିଭୂମି ସହିତ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡ଼ିଶାବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ଶ୍ରଦ୍ଧା ଓଡ଼ିଶାର ବିକାଶକୁ ତ୍ୱରାନ୍ଵିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ପୂର୍ବୋଦୟ ବିକାଶରେ ଓଡ଼ିଶାର ଅଭିବୃଦ୍ଧିକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ୨୦୨୪ ପର ଠାରୁ ଓଡ଼ିଶାରେ ୫୦୦ କିଲୋମିଟର ରେଳ ଧାରଣା ବିଛା ଯାଇଛି ।

Heartfelt gratitude to Hon’ble Prime Minister Shri @narendramodi ji and Hon’ble Minister of Railways Shri @AshwiniVaishnaw ji for their continued support towards strengthening railway infrastructure in Odisha.
— Mohan Charan Majhi (@MohanMOdisha) October 30, 2025
The approval for conversion of 92 Road Over Bridge works to 100…
ସୂଚନାଯୋଗ୍ୟ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍ ଗୁଡ଼ିକୁ ୫୦-୫୦ ଅନୁପାତରେ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି କେନ୍ଦ୍ର ରେଳ ମନ୍ତ୍ରାଳୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ୯୨ଟି ରେଳ ଓଭରବ୍ରିଜ୍ର ସମ୍ପୂର୍ଣ୍ଣ ନିର୍ମାଣ ଖର୍ଚ୍ଚ ବହନ କରିବେ ବୋଲି ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଓଡ଼ିଶାର ଭିତ୍ତିଭୂମି ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦf ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଏହି ୪ କାମ ସଫଳ ହେଲେ ଖସିଯିବ ସୁନା ସହ ରୂପା ମୂଲ୍ୟ !
ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ସବୁ ସମୟରେ ଓଡ଼ିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି । ରେଳପଥ, ସଡ଼କ ପଥ, ବନ୍ଦର ଓ ବିମାନ ଭିତ୍ତିଭୂମି ସହିତ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡ଼ିଶାବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ଶ୍ରଦ୍ଧା ଓଡ଼ିଶାର ବିକାଶକୁ ତ୍ୱରାନ୍ଵିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ପୂର୍ବୋଦୟ ବିକାଶରେ ଓଡ଼ିଶାର ଅଭିବୃଦ୍ଧିକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ୨୦୨୪ ପର ଠାରୁ ଓଡ଼ିଶାରେ ୫୦୦ କିଲୋମିଟର ରେଳ ଧାରଣା ବିଛା ଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories