Railway Gift for Odisha / ଓଡ଼ିଶାକୁ ରେଳ ବିଭାଗର ବଡ଼ ଉପହାର: ୯୪୫୦ କୋଟିର ୪ଟି ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ
·1 hour ago·2 min read

Key Points
ଓଡ଼ିଶାକୁ ରେଳ ବିଭାଗର ବଡ଼ ଉପହାର। ୯ ହଜାର ୪୫୦ କୋଟି ଟଙ୍କାର ୪ଟି ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍।
ଓଡ଼ିଶାକୁ ରେଳ ବିଭାଗର ବଡ଼ ଉପହାର। ୯ ହଜାର ୪୫୦ କୋଟି ଟଙ୍କାର ୪ଟି ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍। ଖଡ଼ଗପୁର-ଭଦ୍ରକ, ଭଦ୍ରକ-ହରିଦାସପୁର, ଗୁମ୍ମିଡିପୁଣ୍ଡି-ଗୁଡୁର ଏବଂ କଟକ-ପାରାଦୀପ ରେଳପଥରେ ନୂଆ ଲାଇନ୍ ନିର୍ମାଣ ହେବ। ଏହି ନିଷ୍ପତ୍ତି ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶକୁ ନୂଆ ଗତି ଦେବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ତାଙ୍କ କହିବା ଅନୁସାରେ, ବିଶେଷ କରି କଟକ-ପାରାଦୀପ ଓ ଭଦ୍ରକ-ହରିଦାସପୁର କରିଡରରେ ରେଳ ଚଳାଚଳ କ୍ଷମତା ବହୁଗୁଣ ବଢ଼ିବ ଏବଂ ପାରାଦୀପ ବନ୍ଦରରୁ କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ ଭଳି ସାମଗ୍ରୀ ପରିବହନ ଅଧିକ ସହଜ ହେବ। ପ୍ରାୟ ୪୧୦ କିଲୋମିଟର ନେଟୱର୍କ ବୃଦ୍ଧି ସହ ୬ ହଜାର ୪୪୮ଟି ଗାଁ ଏବଂ ୬୦ ଲକ୍ଷରୁ ଅଧିକ ଲୋକ ଏହାର ଲାଭ ପାଇବେ। ୨୦୩୦-୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶାର ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।''
ଏଥିସହ ପଢ଼ନ୍ତୁ: ପନୀର ନାଁରେ ବଜାରରେ ବିଷ; ମଇଦା ମିଶିଥିବା ୧ କ୍ଵିଣ୍ଟାଲରୁ ଅଧିକ ଭେଜାଲ୍ ପନୀର ଜବତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଓଡ଼ିଶାର ଦୁଇଟି ମୁଖ୍ୟ ରେଳ ଲାଇନ ବହୁମୁଖୀକରଣ (ମଲ୍ଟି-ଟ୍ରାକିଂ) ପ୍ରକଳ୍ପ ରହିଛି ୭୫ କିଲୋମିଟର ଦୀର୍ଘ ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ ଏବଂ ୭୨ କିଲୋମିଟର ଦୀର୍ଘ କଟକ-ପାରାଦୀପ (ବଡ଼ବନ୍ଧ) ତୃତୀୟ ଓ ଚତୁର୍ଥ ଲାଇନ।''
ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର କେତେକ ପର୍ଯ୍ୟଟନ, ଧାର୍ମିକ ଏବଂ ଐତିହ୍ୟ ସ୍ଥଳକୁ ରେଳ ସଂଯୋଗୀକରଣରେ ସୁଧାର ଆଣିବ। ଏହା ମଧ୍ୟରେ କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ତାଳସରୀ-ଉଦୟପୁର, ଚାନ୍ଦିପୁର ବେଳାଭୂମି, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ସାରଳା ମନ୍ଦିର, ଧବଳେଶ୍ୱର ମନ୍ଦିର ଏବଂ ଲଳିତଗିରି ଅନ୍ତର୍ଭୁକ୍ତ।''
ଏହି ରେଳ ସମ୍ପ୍ରସାରଣ ଦ୍ୱାରା ଓଡ଼ିଶାରେ, ବିଶେଷ କରି ଶିଳ୍ପ ଏବଂ ମାଲ ପରିବହନ କରିଡରଗୁଡ଼ିକରେ ସଂଯୋଗୀକରଣ ଅଧିକ ସୁଦୃଢ଼ ହେବ। ପାରାଦୀପ ଅଞ୍ଚଳକୁ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ କଟକ-ପାରାଦୀପ କରିଡରର ରଣନୈତିକ ଗୁରୁତ୍ୱ ରହିଥିବା ବେଳେ ଭଦ୍ରକ-ହରିଦାସପୁର ସେକ୍ସନ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ରେଳପଥର କ୍ଷମତା ବୃଦ୍ଧି କରିବ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories