Fake Paneer in Cuttack / ପନୀର ନାଁରେ ବଜାରରେ ବିଷ; ମଇଦା ମିଶିଥିବା ୧ କ୍ଵିଣ୍ଟାଲରୁ ଅଧିକ ଭେଜାଲ୍ ପନୀର ଜବତ
·40 mins ago·2 min read

Key Points
ଅପମିଶ୍ରିତ ପନିର ବିକ୍ରି କରୁଥିବା ବ୍ୟବସାୟୀ ଓ ହୋଟେଲରେ ଚଢ଼ାଉ କରି ଭେଜାଲ ପନିର ଜବତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପନୀରରେ ମଇଦା ମିଶିଥିବା ସ୍ପଷ୍ଟ ହୋଇଛି । ଚଢ଼ାଉ ବେଳେ ୧ କ୍ଵିଣ୍ଟାଲରୁ ଅଧିକ ପନୀର ଜବତ କରାଯାଇଛି ।
କଟକ: ଖାଦ୍ୟରେ ବିଷ, ସ୍ଵାସ୍ଥ୍ୟ ସହ ଖେଳ । ଆମେ ସାଧାରଣତଃ ପନୀରକୁ ପୁଷ୍ଟିକର ଭାବି ଖାଉଥାଉ । କିନ୍ତୁ ବଜାରରେ ମିଳୁଥିବା ପନୀର ଅସଲି ନୁହେଁ ବରଂ ଭେଜାଲ୍ । ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ କଟକରେ ଧରପଗଡ଼ ବେଳେ ଭେଜାଲ ପନୀର ଧରା ପଡ଼ିଛି ।
କଟକ ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଚଢ଼ାଉ । ବିଭିନ୍ନ ହୋଟେଲରେ ଅଚାନକ ଚଢ଼ାଉ କରି ଖାଦ୍ୟ ଯାଞ୍ଚ କରିଛନ୍ତି ପୌର ନିଗମ ଖାଦ୍ୟ ସୁରକ୍ଷା ଅଧିକାରୀ । ଅପମିଶ୍ରିତ ପନିର ବିକ୍ରି କରୁଥିବା ବ୍ୟବସାୟୀ ଓ ହୋଟେଲରେ ଚଢ଼ାଉ କରି ଭେଜାଲ ପନିର ଜବତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଅନଲାଇନ୍ ଗାଡ଼ି ଚାଳକଙ୍କ ଆନ୍ଦୋଳନ ବେଳେ ହିଂସା; ପୋଲିସ ଆପଣାଇଲା କଡ଼ା ଆଭିମୁଖ୍ୟ
ସିଡିଏ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲରେ ମଙ୍ଗଳବାର ରାତିରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପନୀରରେ ମଇଦା ମିଶିଥିବା ସ୍ପଷ୍ଟ ହୋଇଛି । ଏହା ବାଦ ଆହୁରି ଅନେକ ଅଖାଦ୍ୟ ପନୀରରେ ମିଶ୍ରଣ କରା ଯାଉଥିବା ସନ୍ଦେହ କରୁଛି ବିଭାଗ ।
ଅଧିକ ଯାଞ୍ଚ ପାଇଁ ପନୀର ନମୁନା ସଂଗ୍ରହ କରି ଲାବୋରେଟୋରିକୁ ପଠାଯାଇଛି । ଚଢ଼ାଉ ବେଳେ ୧ କ୍ଵିଣ୍ଟାଲରୁ ଅଧିକ ପନୀର ଜବତ କରାଯାଇଛି । ଆଗକୁ ଅପମିଶ୍ରିତ ପନୀର ବିକ୍ରି ଉପରେ ଚଢ଼ାଉକୁ ଜୋରଦାର କରାଯିବ ବୋଲି କହିଛନ୍ତି ନଗର ସ୍ୱାସ୍ଥ୍ୟ ଅଧିକାରୀ ।
କଟକରେ ବିକ୍ରି ହେଉଥିବା ଏସବୁ ପନୀର ନିଆଳି ଅଞ୍ଚଳରୁ ଅଣାଯାଇ ସିଡିଏରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ମିଠା ଦୋକାନ ବିକ୍ରି କରାଯାଇଥାଏ । ହେଲେ ତା ପୂର୍ବରୁ ଖବର ପାଇ ପନୀର ନେଇ ଆସୁଥିବା ଗାଡ଼ିକୁ ମାଡ଼ି ବସିଥିଲେ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ଟିମ୍ ।
ପନୀରରେ ମଇଦା ଓ ଏକ କେମିକାଲ ପାଉଡର ବା ପାରସ ପାଉଡର ମିଶୁଥିବା ମିଶୁଥିବା ଜଣାପଡ଼ିଛି । ଅଧିକ ପରୀକ୍ଷା ପାଇଁ ପନୀର ନମୁନା ସଂଗ୍ରହ କରାଯାଇ ଲାବୋରେଟୋରିକୁ ପଠାଯାଇଛି । ଉକ୍ତ ପନୀରକୁ ନଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।
ଏଥିସହ ପଢ଼ନ୍ତୁ: ପ୍ରେମିକ ଘର ଆଗରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ, ଚାଲିଗଲା ଜୀବନ
ଅସଲି ପନୀର ମୁଖ୍ୟତଃ କ୍ଷୀରରୁ ପ୍ରସ୍ତୁତ ହୁଏ । କିନ୍ତୁ ଭେଜାଲ ପନୀରରେ କ୍ଷୀରର ଅଂଶ କମାଇ ଦେଇ ମଇଦା ଓ ପାରସ ପାଉଡର ଉପାଦାନ ମିଶାଇ ପ୍ରସ୍ତୁତ କରାଯାଉଛି ।
ପନୀରରେ ନିମ୍ନମାନର କିମ୍ବା ଅପମିଶ୍ରିତ ଉପାଦାନ ବ୍ୟବହାର ହୋଇଥିଲେ ଖାଦ୍ୟ ଜନିତ ଅସୁସ୍ଥତା, ପେଟ ଖରାପ, ବାନ୍ତି, ଚର୍ମ ରୋଗ ସହ ଡାଇରିଆ ଭଳି ସମସ୍ୟା ହୋଇପାରେ । ଦୀର୍ଘ ସମୟ ଧରି ନିମ୍ନମାନର ଖାଦ୍ୟ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories