Heavy Rain Alert / ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
·1 hour ago·3 min read

Key Points
ଆସନ୍ତା କାଲି ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା
ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ
ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ବର,୨୬/୦୮: ଆସନ୍ତା କାଲି ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ। ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୧୦୧ମିମି, ବରଗଡ଼ରେ ୯୫.୮, ଝାରସୁଗୁଡ଼ାରେ ୩୭.୩, ମାଲକାନଗିରିରେ ୩୬.୪ ଓ ଯାଜପୁରରେ ୩୧.୫ ମିମି ବର୍ଷା ରେକର୍ଡ ହୋଇଛି । ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ସର୍ବାଧିକ ୧୬୨.୨ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୧୦୦ ମିମିରୁ ଅଧିକ ଓ ୯ଟି ବ୍ଲକ୍, ଗୋଟିଏ ପୌରାଞ୍ଚଳରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ଅଗଷ୍ଟ ୧ରୁ ୨୫ ତାରିଖ ଯାଏ ମୋଟ ୩୪୪.୪ ମିମି ବର୍ଷା ହୋଇଛି ।
ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୮ଟି ପଞ୍ଚାୟତ ଅଧୀନରେ ଥିବା ୭୦ଟି ଗାଁର ୭୫,୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁର ଜିଲ୍ଲାର ବରୀ, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତ ଅଧୀନ ୪୧ଟି ଗାଁର ୨୧ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ, ଗୋଟିଏ ପୌରାଞ୍ଚଳ, ୧୧ଟି ୱାର୍ଡ, ୩୫ଟି ପଞ୍ଚାୟତ ଓ ୬୪ଟି ଗାଁର ୫,୪୭୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ପ୍ରବଳ ବର୍ଷାରେ କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୯ଟି ବ୍ଲକ୍ ପ୍ରଭାବିତ ହୋଇଛି । ୧,୬୨୨ ଜଣଙ୍କୁ ରିଲିଫ୍ କ୍ୟାମ୍ପକୁ ନିଆଯାଇଛି । କୋରାପୁଟରେ ୬୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ କାମ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୭୦.୩୦ କୋଟି ଟଙ୍କା ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ତଳିଆ ଅଞ୍ଚଳରେ ଜଳବନ୍ଦୀର ମୁକାବିଲା ସହ ରାସ୍ତା ଓ ଅଣ୍ଡରପାସ୍ର ସ୍ଥିତି ଉପରେ ନଜର ରଖବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ପଢନ୍ତୁ ଏହି ଖବର: ଆସୁଛି ଆଉ ଏକ ଲଘୁଚାପ; ୨୯ ତାରିଖରୁ ପୁଣି ରାଜ୍ୟରେ ବଢିବ ବର୍ଷା
ମୁଣ୍ଡଳୀରେ ୨ ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି । ବୁଧବାର ଏଠାରେ ପାଣି ବଢ଼ିବା ସହ ପ୍ରାୟ ସାଢ଼େ ୬ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିବ । ଫଳରେ ମହାନଦୀ ସାମାନ୍ୟ ଫୁଲିପାରେ । ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ପାଣି ରହିବ । ଆସନ୍ତା ତିନି ଦିନ ଯାଏ ବିଶେଷ ବର୍ଷା ନାହିଁ । ଫଳରେ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟିର ଆଶଙ୍କା ନାହିଁ । ସେପଟେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ପାଣି କମିବାରୁ ବନ୍ୟା ସ୍ଥିତି ସୁଧୁରିଛି । ମହାନଦୀକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୨୩ ହଜାର ଘନଫୁଟ ପାଣି ପଶୁଛି । ଖଇରମାଳରେ ୫ଲକ୍ଷ ୯୦ହଜାର ଘନଫୁଟ ଓ ବରମୂଳରେ ୩ ଲକ୍ଷ ୧୧ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି । ତେଲ ନଦୀର ପଥରଳାରେ ୨ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଛି । ମୁଣ୍ଡଳୀରେ ଏବେ ୨ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେଳେ ଆସନ୍ତା ୧୨ ଘଣ୍ଟାରେ ବରମୂଳରୁ ପାଣି ଆସି ପହଞ୍ଚିଯିବ । ଫଳରେ ମୁଣ୍ଡଳୀରେ ଜଳସ୍ତର ବଢ଼ିବା ସହ ତଳମୁଣ୍ଡରେ ଅଧିକ ପାଣି ପଶିବ । ଏଥିଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସବୁ ନଦୀରେ ଜଳ ପତ୍ତନ କମିଛି । ମାଲକାନଗିରିରେ ସ୍ଥିତି ସ୍ୱାଭାବିକ ହୋଇଛି । ତଥାପି ୬ ଜିଲ୍ଲାର ୨୨ ବ୍ଲକ୍ର ୧ ଲକ୍ଷ ୭ ହଜାର ୨୩୫ ଲୋକ ପ୍ରଭାବିତ ହୋଇଛନ୍ତି । ୨ ହଜାର ୨୮୨ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ୯୫ ବନ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦିଆଯାଉଛି । ୩୭୭ ଘର ଭାଙ୍ଗିଛି । ଏବେ ବି ୨୮ ଓଡ୍ରାଫ, ଗୋଟିଏ ଏନଡିଆରଏଫ ୪୦ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ୱରରେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ହୋଇନି । ପାଣି ଖସିବାକୁ ଆହୁରି ୨ ରୁ ୩ ଦିନ ଲାଗିବ । ରାଜସ୍ୱ ବିଭାଗ ତୃତୀୟ କିସ୍ତିରେ ଜିଲ୍ଲାଗୁଡ଼ିକୁ ବନ୍ୟା ସହାୟତା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories