Videos
|
Weather-calamities

Odisha Weather Update / ଆସୁଛି ଆଉ ଏକ ଲଘୁଚାପ; ୨୯ ତାରିଖରୁ ପୁଣି ରାଜ୍ୟରେ ବଢିବ ବର୍ଷା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆସୁଛି ଆଉ ଏକ ଲଘୁଚାପ; ୨୯ ତାରିଖରୁ ପୁଣି ରାଜ୍ୟରେ ବଢିବ ବର୍ଷା
Odisha Weather Update

Key Points

ପୁଣି ଆସୁଛି ଆଉ ଏକ ଲଘୁଚାପ
୨୯ ତାରିଖରୁ ରାଜ୍ୟରେ ପ୍ରବଳ କାଚିବ
ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ସମ୍ଭାବନା
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପଟି ଉତ୍ତର ପଶ୍ଚିମ ଆଡକୁ ଗତି କରି ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବ । ଆସନ୍ତା ୨୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୪ ଘଣ୍ଟାରେ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ବର୍ଷା ଏବଂ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଏହି ସିଷ୍ଟମ ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

  • ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ରେକର୍ଡ
ଏହାରି ଭିତରେ ବର୍ଷାକୁ ନେଇ ମଧ୍ୟ ଆସିଛି ବଡ଼ ତଥ୍ୟ । ସାରା ଦେଶରେ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଥିବା ବେଳେ ୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୮ଟି ସ୍ଥାନରେ ପ୍ରବଳ ଵର୍ଷା ରେକର୍ଡ କରାଯାଇଛି । ଦେବଗଡ଼ର ବାରକୋଟଠାରେ ୧୬୨.୨ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେପଟେ ଜୁନ ୧ରୁ ଏଯାବତ ୧୦୯୬.୯ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି ।

ପଢନ୍ତୁ ଏହି ଖବର: ପାଣିପାଗରେ ବଡ଼ ପରିବର୍ତ୍ତନ; ୨୪ ଘଣ୍ଟାରେ ଲକ୍ଷେ ୭୯ ହଜାର ଥର ଆକାଶରୁ ଖସିଲା ବଜ୍ର

  • ଚାଷକାର୍ଯ୍ୟ ପ୍ରଭାବିତ, କମିବ ଉତ୍ପାଦନ
ବର୍ତ୍ତମାନ ରାଜ୍ୟରେ ଗୋଟିଏ ଲଘୁଚାପ ନ ସରୁଣୁ ଆସୁଛି ଆଉ ଗୋଟିଏ ଲଘୁଚାପ । ଯାହା ଚାଷ କାମକୁ ସଂପୂର୍ଣ୍ଣ ଭାବରେ ପ୍ରଭାବିତ କରିଛି । ଯେଉଁ ସମୟରେ ରୁଆ ବେଉସା ସରିବା କଥା ସେ ସମୟରେ ଚାଷ ଜମିରେ ଭାରି ରହିଛି ପାଣି ଆଉ ପାଣି । ଏହାକୁ ନେଇ କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, "ଚଳିତଥର କମିବ ରାଜ୍ୟରେ ଉତ୍ପାଦନ । କାହିଁକି ନା ବିଳମ୍ବରେ ମୌସୁମୀ ଆସିଲା, ବିଳମ୍ବରେ ରୁଆ କାମ ହେଲା । ତାପରେ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଛି । ଅଣଧାନ ଫସଲ ବି ଲଗାଣ ବର୍ଷାରେ ନଷ୍ଟ ହୋଇଛି । ଏଣୁ ଏଥର ରାଜ୍ୟରେ ଉତ୍ପାଦନ କମିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: