Ration Card / ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନି କୌଣସି ଯୋଗ୍ୟ ହିତାଧିକାରୀ
·8 months ago·2 min read

Key Points
ଇ-କେୱାଇସି ହୋଇ ନଥିବାରୁ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ।
ଭୁବନେଶ୍ଵର: ରାସନ କାର୍ଡ ଇ-କେୱାଇସି କରାଇ ନାହାନ୍ତି କି ? ତାହେଲେ ଶୀଘ୍ର କରାଇ ଦିଅନ୍ତୁ । ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ କେୱାଇସି କରି ନଥିବାରୁ ପୁଣିଥରେ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡିଏସ ହିତାଧିକାରୀ ଇକେୱାଇସି କରାଇ ପାରିବେ । ହିତାଧିକାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଦେଇଛି ।
ରାଜ୍ୟର ସମସ୍ତ ୧୧, ୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡ଼ିକରେ କରାଯାଉଛି ଇ-କେୱାଇସି ।
ଏଥିସହ ପଢ଼ନ୍ତୁ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର: ଏମାନଙ୍କୁ ୫ କେଜି ଅଧିକ ଚାଉଳ ମିଳିବ
ଏତଦବ୍ୟତୀତ ଅଦ୍ୟାବଧି ଇ-କେୱାଇସି କରାଇ ନଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପିଡିଏସ୍ ସାମଗ୍ରୀ ପୂର୍ବ ଭଳି ପ୍ରଦାନ କରାଯାଉଛି । ଇ-କେୱାଇସି ହୋଇ ନଥିବାରୁ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ । ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ।
ଏ ପର୍ଯ୍ୟନ୍ତ କୌଣସି କାରଣରୁ ଇ-କେୱାଇସି କରାଇ ପାରିନଥିବା ହିତାଧିକାରୀ ମାନେ ଡିସେମ୍ବର ଶେଷ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଇ-କେୱାଇସି କରାଇ ପାରିବେ । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: 'BJD ସମୟରେ ହୋଇଥିଲା ବଡ଼ ଷଡ୍ଯନ୍ତ୍ର'
ଅକ୍ଟୋବର ମାସରେ ସରକାର ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ ଇକେୱାଇସି କରି ନାହାନ୍ତି । ଏବେ ସରକାର ପୁଣି ଥରେ ଇ-କେୱାଇସି ଲାଗି ସୁଯୋଗ ପ୍ରଦାନ କରିଛନ୍ତି । ଯାହାଦ୍ଵାରା କେହି ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ୍ ପଡ଼ିବେ ନାହିଁ ।
ଏହା ପୂର୍ବରୁ ଗତ ବିଧାନସଭା ମୌସୁମୀ ଅଧିବେଶନରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୩୦ ହଜାର ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ତାଲିକାରୁ ହଟାଇ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ୮୫୩ ଜଣ ପ୍ରଭାବିତ ହୋଇଛନ୍ତି ।
ସେତେବେଳେ ମନ୍ତ୍ରୀ କହିଥିଲେ, ୯୭.୪୦ ଲକ୍ଷ ପରିବାରର ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories