ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଦଘାଟିତ ହେଲା ଓଡିଶା ରିସର୍ଚ୍ଚ ସେଣ୍ଟର

ଭୁବନେଶ୍ୱର: ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ଶୁଭ ଉଦଘାଟନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଛି ଓଡିଶା ରିସର୍ଚ୍ଚ ସେଣ୍ଟର । ଭୁବନେଶ୍ୱର ସ୍ଥିତ ସିଏସଆଇଆର- ଆଇଆଇଏମଟି କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଉଦଘାଟିତ ହୋଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଛନ୍ତି । ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ଉଦଘାଟନ କରିଛନ୍ତି ।
ଏହି ଅବସରରେ ଓଡ଼ିଶାର ଜ୍ଞାନ ଏବଂ ପରମ୍ପରା ଉପରେ ଏକ ଦିବସୀୟ କର୍ମଶାଳା ମଧ୍ୟ ଆୟୋଜିତ ହୋଇଛି । କେନ୍ଦ୍ରଶିକ୍ଷା ମନ୍ତ୍ରଣାଳୟ ଅଧିନରେ ପରିଚାଳିତ ହେବ ଓଡ଼ିଶା ଅନୁସନ୍ଧାନ କେନ୍ଦ୍ର । ଭାରତ ସହ ସମଗ୍ର ବିଶ୍ଵରେ ପହଞ୍ଚିବ ଓଡ଼ିଶାର ସ୍ୱର୍ଣିମ ଇତିହାସର ବିଷୟ । ଆଇଆଇଟି ଖଡ଼ଗପୁର, ଆଇଆଇଟି ଭୁବନେଶ୍ଵର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନସ ରିସର୍ଚ୍ଚ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଇଣ୍ଡିଆନ ନଲେଜ୍ ସିଷ୍ଟମସ ଡିଭିଜନ ଏବଂ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ କାର୍ଯ୍ୟ କରିବ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍ । ଓଡ଼ିଆ ସାହିତ୍ୟ, ପ୍ରତ୍ନତତ୍ତ୍ଵ, ଇତିହାସ, ସଂସ୍କୃତି, ଭାଷା, ବାଣିଜ୍ୟିକ ଇତିହାସ, ଅର୍ଥନୈତିକ ଏବଂ ସାମାଜିକ ଇତିହାସ, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ, ହସ୍ତତନ୍ତ, ହସ୍ତଶିଳ୍ପ, ରାଜନୈତିକ ଇତିହାସ ଏବଂ ପ୍ରକ୍ରିୟା ଆଦି ଉପରେ ଅଧିକ ଗବେଷଣା ହୋଇପାରିବ । ନୂଆ ଓଡ଼ିଶା ଗଠନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର