Cigarette consumption / ବର୍ଷକୁ ୨୧ଶହ କୋଟିର ସିଗାରେଟ ଫୁଙ୍କି ଉଡେଇ ଦେଲେ ଓଡିଶା ବାସୀ , ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ
·1 hour ago·1 min read

Key Points
୨୧୦୦ କୋଟିର ସିଗାରେଟ ଫୁଙ୍କି ଉଡେଇ ଦେଲେ
ବର୍ଷକରେ ୨୧୦୦ କୋଟିର ସିଗାରେଟ ଫୁଙ୍କି ଉଡ଼ାଇଦେଲେ ଓଡ଼ିଶାବାସୀ
ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ
ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୂବନେଶ୍ବର: ବର୍ଷକୁ ୨୧୦୦ କୋଟିର ସିଗାରେଟ ଫୁଙ୍କି ଉଡେଇ ଦେଲେ ଓଡିଶା ବାସୀ। ବିଧାନସଭାରୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ। 2025-26 ଆର୍ଥିକ ବର୍ଷରେ ଓଡ଼ିଶାରେ 2103 କୋଟି 96 ଲକ୍ଷ 86 ହଜାର 686 ଟଙ୍କାର ସିଗାରେଟ ବିକ୍ରି ହୋଇଛି। ଯେଉଁଥିରୁ ରାଜ୍ୟ ରାଜକୋଷକୁ ଆସିଛି 319 କୋଟି 54 ଲକ୍ଷ 13 ହଜାର 42 ଟଙ୍କାର ରାଜସ୍ୱ। ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସବୁଠାରୁ ବଡ଼ କଥା ହେଉଛି, ସିଗାରେଟ୍ ଉପରେ ଟିକସ ବୃଦ୍ଧି ସତ୍ତ୍ୱେ ଏହାର ଚାହିଦା କମିବାର ନାଁ ନେଉନାହିଁ। ଫେବୃଆରୀ ୨୦୨୬ରେ ସିଗାରେଟ୍ ଉପରେ ଜିଏସ୍ଟି ହାର ୨୮ ପ୍ରତିଶତରୁ ବୃଦ୍ଧି ପାଇ ୪୦ ପ୍ରତିଶତ ହୋଇଥିଲା। ଏହାପରେ ସିଗାରେଟ୍ ଦର ବଢ଼ିଥିଲେ ମଧ୍ୟ ଧୂମପାନ ଅଭ୍ୟାସ ଉପରେ ବିଶେଷ ପ୍ରଭାବ ପଡ଼ିନଥିବା ଚିତ୍ର ଏହି ତଥ୍ୟରୁ ସ୍ପଷ୍ଟ ହେଉଛି।
ପଡନ୍ତୁ ଏହି ଖବର:ଖାକିରେ କଳଙ୍କ, ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଅସଦାଚରଣ ଅଭିଯୋଗ
କେବଳ ଦେଶୀ ବ୍ରାଣ୍ଡ୍ ନୁହେଁ, ବିଦେଶୀ ସିଗାରେଟ୍ର ମଧ୍ୟ ଓଡ଼ିଶା ବଜାରରେ ଚାହିଦା ରହିଛି। ଧୂମପାନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ଗୁରୁତର ପ୍ରଭାବ ସମ୍ପର୍କରେ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଏଭଳି ବିପୁଳ ପରିମାଣର ସିଗାରେଟ୍ ବିକ୍ରି ଚିନ୍ତା ବଢ଼ାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories