Land Encroachers / ଜମି ଜବରଦଖଲକାରୀଙ୍କୁ ରାଜସ୍ଵ ମନ୍ତ୍ରୀଙ୍କ ଚେତାବନୀ; 'ଜମି ଫେରାଅ, ନହେଲେ ଦେବେ ଉଚ୍ଛେଦ ଖର୍ଚ୍ଚ'
·3 months ago·2 min read

Key Points
ଜବରଦଖଲକାରୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବେ ତହସିଲଦାର । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।
ଭୁବନେଶ୍ଵର: ଜବରଦଖଲକାରୀଙ୍କୁ ତ୍ରାହି ନାହିଁ । ଜବରଦଖଲ ଜମିକୁ ଦଖଲକୁ ନେବେ ସରକାର । ଜବରଦଖଲକାରୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବେ ତହସିଲଦାର । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଏ ବାବଦରେ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଏବେ ରାଜ୍ୟରେ ୩ଟି ତହସିଲ୍ ବଢ଼ିବା ପରେ ୩୨୦ଟି ତହସିଲ୍ କାର୍ଯ୍ୟାଳୟ ରହିଛି । ତହସିଲଦାର ମାନେ ଜମିର ଡାଟାବେସ୍ ପ୍ରସ୍ତୁତ କରିବେ । ଡାଟାବେସ୍ରେ ଲ୍ୟାଣ୍ଡ ହୋଲ୍ଡରଙ୍କ ସଂଖ୍ୟା, ଜମିର ପରିମାଣ, ଶିକ୍ଷାନୁଷ୍ଠାନ, ଶିଳ୍ପ, ବିଭିନ୍ନ ବିଭାଗର ଜମି ପରିମାଣ, ରାଜସ୍ଵ ବିଭାଗ ଜମିର ପରିମାଣ, ଜବରଦଖଲରେ ଥିବା ଜମିର ପରିମାଣ ସହ ଜବରଦଖଲକାରୀଙ୍କ ସଂଖ୍ୟା ରହିବ ।"
ଏଥିସହ ପଢ଼ନ୍ତୁ: ୬ ମାସରେ ସମାଧାନ ହେବ ରାଜସ୍ଵ ବିଭାଗର ସବୁ ମାମଲା, ମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ଵ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, "ସମୟ ଅଛି ଜମି ଫେରାଅ. ନହେଲେ ଉଛେଦ ପାଇଁ ଖର୍ଚ୍ଚ ଟଙ୍କା ବି ସରକାରଙ୍କୁ ଭରଣା କରିବେ । ଜବରଦଖଲକାରୀଙ୍କ ଠାରୁ ଆଦାୟ ହେବ ଉଚ୍ଛେଦ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ।"
ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜସ୍ଵ ବିଭାଗ କର୍ମଚାରୀଙ୍କ କାମ ବଢ଼ିଛି । ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବାକୁ ବିଭାଗ କାମ କରୁଛି । ଓଡ଼ିଶାରେ ଦୁଇ ପ୍ରକାର ଜବରଦଖଲକାରୀ ରହିଛନ୍ତି । ଗୋଟିଏ ପ୍ରକାର ଆବଶ୍ୟକତା ପାଇଁ ଜବରଦଖଲ । ସେମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଜମି ଖଣ୍ଡେ ନାହିଁ । ସେମାନଙ୍କୁ ସରକାର ୪ ଡିସିମିଲ୍ ଜମି ସରକାର ଦେବେ । ଜବରଦଖଲ ସ୍ଥାନରେ କିମ୍ବା ଅନ୍ୟ ସ୍ଥାନରେ ସେମାନଙ୍କୁ ଜମି ଦିଆଯିବ ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ରହିବେନି ଭୂମିହୀନ, ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର
ଦ୍ଵିତୀୟ ପ୍ରକାର ଜବରଦଖଲକାରୀ ହେଲେ ପ୍ରଭାବଶାଳୀ ଲୋକ । ଧନ ସମ୍ପତ୍ତି, ପର୍ଯ୍ୟାପ୍ତ ଜମି ଥାଇ ସେମାନେ ଲୋଭରେ ଜବରଦଖଲ କରିଛନ୍ତି । ସେମାନଙ୍କ ଠାରୁ ଜବରଦଖଲ ଜମି ସରକାର ଛଡ଼ାଇ ନେବେ । ସମୟ ଅଛି ଫେରାଇ ଜମି ଫରାଇ ଦିଅନ୍ତୁ । ନହେଲେ ଉଚ୍ଛେଦ ପ୍ରକ୍ରିୟାରେ ହେବାକୁ ଥିବା ଖର୍ଚ୍ଚ ବି ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କ ଠାରୁ ଆଦାୟ କରାଯିବ । ଯିଏ ବାଧକ ସାଜିବ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories