Odisha News / ଧାନ କିଣା ଆରମ୍ଭ ହେବା ପୂର୍ବରୁ ମିଲର୍ସଙ୍କ ଅଲ୍ଟିମେଟମ୍; ଦାବି ପୂରଣ କର...
·57 mins ago·2 min read

Key Points
୧୦ ଦିନ ଭିତରେ ସମସ୍ୟାର ସମାଧାନ ଦାବି କରିଛି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ । ୧୨ ଦଫା ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।
ଭୁବନେଶ୍ଵର: ଧାନ କିଣା ଆରମ୍ଭ ପୂର୍ବରୁ ତେଜିଲା ରାଇସ୍ ମିଲର୍ସଙ୍କ ଅସନ୍ତୋଷ । ଦାବି ପୂରଣ ନହେଲେ ଧାନ ଉଠାଇବୁ ନାହିଁ ବୋଲି ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇଛି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ । ସରକାରଙ୍କୁ ଦେଇଛି ୧୦ ଦିନର ମହଲତ । ନହେଲେ ଡିସେମ୍ବର ୧ରୁ ନୂଆ ଧାନ ମିଲିଂରେ ଅସହଯୋଗ କରିବାକୁ ଚେତାବନୀ ଦିଆଯାଇଛି ।
ଧାନ କିଣା ଆରମ୍ଭ ହେବା ପୂର୍ବରୁ ମିଲର୍ସଙ୍କ ସରକାରଙ୍କୁ ଅଲ୍ଟିମେଟମ୍ । ଦାବି ପୂରଣ କର... ନହେଲେ ଧାନ ଉଠାଣରେ ସହଯୋଗ କରିବୁନି । ୧୦ ଦିନ ଭିତରେ ସମସ୍ୟାର ସମାଧାନ ଦାବି କରିଛି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ । ୧୨ ଦଫା ଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି ସଂଘ । ଦାବିଗୁଡ଼ିକ ଯେମିତିକି ପୂର୍ବ ଖରିଫର କଷ୍ଟମ୍ ମିଲ୍ଡ ରାଇସ୍, CMR ଉଠାଣ, ବକେୟା ମିଲିଂ ଇନ୍ସେଣ୍ଟିଭ୍ ଦେୟ ପ୍ରଦାନ ଓ ପରିବହନ ଖର୍ଚ୍ଚର ପୁନଃନିର୍ଦ୍ଧାରଣ ।
ସେହିଭଳି ମିଲର୍ସଙ୍କ ସବୁଠୁ ବଡ଼ ସମସ୍ୟା ଗୋଦାମରେ ଜାଗାର ଅଭାବ । ଆସୋସିଏସନ୍ର ତଥ୍ୟ ଅନୁସାରେ ପୂର୍ବ ଖରିଫର ପ୍ରାୟ ୬୩ ଲକ୍ଷ ଟନ୍ ଚାଉଳ ଷ୍ଟକ୍ ମଧ୍ୟରୁ ପ୍ରାୟ ୩୬ ଲକ୍ଷ ଟନ୍ ଉଠାଯାଇଛି । ଅର୍ଥାତ୍ ପ୍ରାୟ ୩୦ ଲକ୍ଷ ଟନ୍ ଚାଉଳ ଏବେ ବି ମିଲ୍ଗୁଡ଼ିକରେ ପଡ଼ିଥିବା ଦାବି କରିଛି ସଂଘ । ତେବେ ପ୍ରଶ୍ନ, ପୁରୁଣା ଚାଉଳ ଖାଲି ହୋଇନଥିବା ବେଳେ ନୂଆ ଧାନ ଆସିଲେ ରଖିବେ କେଉଁଠି ?
ଏଥିସହ ପଢ଼ନ୍ତୁ: ଦୁର୍ଘଟଣାରେ ଚାଲି ଯାଇଥିଲା ଜୀବନ; ଅଙ୍ଗଦାନ କରି ୨ ଜଣଙ୍କୁ ଦେଲା ନୂଆ ପ୍ରାଣ
କେବଳ ଷ୍ଟକ୍ କ୍ଲିୟରାନ୍ସ ନୁହେଁ, ମିଲର୍ସଙ୍କ ଦାବି ତାଲିକା ବି ଲମ୍ବା । ବକେୟା ମିଲିଂ ଇନ୍ସେଣ୍ଟିଭ୍ ତୁରନ୍ତ ଦେବାକୁ ଦାବି କରିଛି ସଂଘ । ସେହିଭଳି ୨୦୨୪-୨୫ ଖରିଫରୁ ପରିବହନ ଦର ସଂଶୋଧନ, ର’ ରାଇସ୍ ମିଲ୍ ପାଇଁ ଡ୍ରାଏଜ୍ ଆଲାଉନ୍ସ ବୃଦ୍ଧି ଓ ବକେୟା ଦେୟର ତୁରନ୍ତ ସମାଧାନ,କଷ୍ଟଡି ଓ ଷ୍ଟୋରେଜ୍ ଖର୍ଚ୍ଚ, ଇନ୍ସୁରାନ୍ସ ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି କମିସନ୍ର ପ୍ରକୃତ ଖର୍ଚ୍ଚ ଦେବା ଭଳି ପ୍ରମୁଖ ଦାବି ରହିଛି ମିଲର୍ସଙ୍କର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଏତିକିରେ ଶେଷ ହୋଇନି ମିଲରର୍ସଙ୍କର ସମସ୍ୟା । ମିଲର୍ସଙ୍କ ଅଭିଯୋଗ FAQ ମାନର ଧାନ ସମାନ ଭାବେ ୩୭.୫ କେଜି ବ୍ୟାଗ୍ରେ ଆସୁନାହିଁ । ନିମ୍ନମାନର ଗୁଣି ବ୍ୟାଗ୍ ପାଇଁ ଧାନର ପ୍ରାକୃତିକ ଆର୍ଦ୍ରତା କ୍ଷୟ ପାଇଁ ଆଲାଉନ୍ସ ନମିଳିବା ଏବଂ VLTD ଡିଭାଇସ୍ରେ ସମସ୍ୟା ନେଇ ମଧ୍ୟ ଅସନ୍ତୋଷ ରହିଛି ।
ସେହିଭଳି ଷ୍ଟକ୍ ଭେରିଫିକେସନ୍ରେ ଦୁଇ ପ୍ରତିଶତ ଡିଭିଏସନ୍ ସୀମାକୁ ମଧ୍ୟ ସଂଶୋଧନ କରିବାକୁ ଦାବି କରିଛି ସଂଘ । ସେପଟେ ମିଲର୍ସଙ୍କ ଦାବିସାମୁହକୁ ସରକାର ଗୁରୁତର ସହ ଗ୍ରହଣ କରି ଖୁବଶୀଘ୍ର ସମାଧାନର ବାଟ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଅନ୍ୟପଟେ ୨୦୨୬-୨୭ ଖରିଫ୍ ଋତୁ ପାଇଁ ସରକାର ୭୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ଲକ୍ଷ୍ୟ ରଖିଛନ୍ତି । ଏଥିରୁ ପ୍ରାୟ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମିଳିବା ଲକ୍ଷ୍ୟ ରହିଛି । ଚାଷୀଙ୍କୁ କ୍ୱିଣ୍ଟାଲ୍ ପିଛା ୩,୧୦୦ ଟଙ୍କା ମିଳିବା ବ୍ୟବସ୍ଥା ହୋଇଛି । ତେଣୁ ଏତେ ବଡ଼ ଧାନ ସଂଗ୍ରହ ଅଭିଯାନ ପୂର୍ବରୁ ମିଲ୍ଗୁଡ଼ିକରେ ଷ୍ଟକ୍ କ୍ଲିୟରାନ୍ସ ସରକାରଙ୍କ ପାଇଁ ବଡ଼ ପରୀକ୍ଷା ।ଏବେ ନଜର ୧୦ ଦିନରେ ମିଳୁଛି କି ସମାଧାନ, ନା ଧାନ କିଣା ଆରମ୍ଭରୁ ହିଁ ଦେଖାଦେବ ନୂଆ ସଙ୍କଟ ?