Videos
|
Odisha

Odisha River Pollution / ମନ୍ତ୍ରୀଙ୍କ ଚେତାବନୀ; ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ, କଟା ହେବ ମାସକର ଦରମା

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ମନ୍ତ୍ରୀଙ୍କ ଚେତାବନୀ; ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ, କଟା ହେବ ମାସକର ଦରମା
Odisha River

Key Points

ବିଗିଡିଗଲାଣି ନଦୀର ସ୍ବାସ୍ଥ୍ୟ
ବିପଦରେ ପ୍ରମୁଖ ନଦୀର ଜୀବନ
ପ୍ରଦୂଷିତ ହେଉଛି ରାଜ୍ୟର ପ୍ରମୁଖ ଜଳ ଉତ୍ସ
ପ୍ରଦୂଷିତ ହେଉଛି ରାଜ୍ୟର ପ୍ରମୁଖ ନଦୀର ଜଳ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଚେତାବନୀ । ନଦୀ ଜଳଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । କଟା ହେବ ମାସକର ଦରମା । ସେପଟେ କଟକ, ଭୁବନେଶ୍ବର ଓ ରାଉରକେଲାର କିଛି ସ୍ଥାନରେ କ'ଣ ରହିଛି ନଦୀ ଜଳର ବାସ୍ତବତା ତାହା ପରଖିଛି ଅର୍ଗସ ।
ଆଧୁନିକତାର ଛାପରେ ଛଟପଟ ହେଲାଣି ପରିବେଶ । ମଣିଷର ଆବଶ୍ୟକତା ପାଇଁ ଅସ୍ଥିତ୍ଵ ଖୋଜିଲାଣି ପ୍ରକୃତି । ବେଧଡକ ବଣ ଜଙ୍ଗଲ ସଫା କରାଯାଉଥିବା ବେଳେ କଳ କାରଖାନା ପାଇଁ ପ୍ରଦୂଷିତ ହେଲାଣି ନଦୀ ନାଳ । ରାଜ୍ୟର ୧୬ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏ ତଥ୍ୟ ଦେବା ପରେ କଟକ ଭୁବନେଶ୍ବର ଓ ରାଉରକେଲାର କିଛି ସ୍ଥାନରେ ବାସ୍ତବତା ପରଖିଛି ଅର୍ଗସ ନ୍ୟୁଜ ।

ରାଜଧାନୀ ଦେଇ ବହିଯାଇଥିବା ଦୟା ନଦୀ । କୁଢ କୁଢ ପଲିଥିନ, ଆବର୍ଜନା ମିଶୁଛି ନଦୀ ପାଣିରେ । ସ୍ଥିତି ଏମିତି ଯେ ଏହି ପାଣି ଗୋଧୋଇବା ପାଇଁ ବି ଉପଯୁକ୍ତ ନୁହେଁ । କଟକର କାଠଯୋଡିରେ ବି ସ୍ଥିତି ଗମ୍ଭୀର । ଅନେକ ସ୍ଥାନରେ ନଦୀ ଜଳରେ ମିଶୁଛି ଅପରିଷ୍କାର ପାଣି । ଆଉ ରାଉରକେଲାର ବ୍ରାହ୍ମଣୀ ନଦୀର ପାନପୋଷ ଘାଟର ଚିତ୍ର ହିଁ ବଖାଣୁଛି କେମିତି ବିଗିଡିଛି ନଦୀର ସ୍ବାସ୍ଥ୍ୟ ।

ତେବେ କେଉଁ ନଦୀ ଓ ନାଳ କେତେ ପ୍ରଦୂଷିତ ତା'ର ତଥ୍ୟ ଦେଇଛନ୍ତି ସରକାର । କଟକରେ କାଠଯୋଡି, ଭୁବନେଶ୍ୱରରେ ଦୟାନଦୀ, ଗଙ୍ଗୁଆ ନାଳ, ଭିଙ୍ଗାରପୁରର କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ଓ ଗୁରାଡ଼ି ନାଳ ପ୍ରଦୂଷିତ ଥିବା ତଥ୍ୟ ସାମ୍ନାକୁ ଆସିଛି ।

ସହରାଞ୍ଚଳର ବର୍ଜ୍ୟଜଳ ମିଶୁଛି ନଦୀରେ । କେଉଁଠି କେଉଁଠି କଳ କାରଖାନାର ଦୂଷିତ ଜଳ ବି ସିଧା ନଦୀ ପାଣିରେ ମିଶୁଛି । ତେବେ ନଦୀ ନାଳ ପ୍ରଦୂଷଣ ରୋକିବାରେ ସରକାରୀ ଅଧିକାରୀ ବିଫଳ ହେଲେ ଆକ୍ସନ ନେବାକୁ ଚେତାଇ ଦେଇଛନ୍ତି ମନ୍ତ୍ରୀ । ଆବଶ୍ୟକ ପଡ଼ିଲେ ଦାୟୀ ଅଧିକାରୀଙ୍କର ମାସକର ଦରମା କଟିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ନଦୀ ଜଳ ପ୍ରଦୂଷଣ ରୋକିବାକୁ ଜିଲ୍ଲା ପ୍ରଶାସନ, ସରକାରଙ୍କ ବିଭିନ୍ନ ବିଭାଗର ମିଳିତ ପ୍ରୟାସ ସହ ଲୋକେ ବି ସଚେତନ ହେବା ଆବଶ୍ୟକ । କିଛି ଦିନ ତଳେ ଦୟା ନଦୀ ଜଳ ବ୍ୟବହାର କରି କଣାସରେ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଥିବାର ଅଭିଯୋଗ ଆସିଥିଲା ।

ଗତ ଏପ୍ରିଲରେ ଆସିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ସହରର ପ୍ରଦୂଷିତ ଡ୍ରେନ୍‌ ପାଣି କଳ କାରଖାନାର ନିଷ୍କାସିତ ପାଣି ଯୋଗୁ ରାଜ୍ୟର ପ୍ରମୁଖ ନଦୀ ମହାନଦୀ ଓ ବ୍ରାହ୍ମଣୀର ପାଣି ବ୍ୟବହାର ଉପଯୋଗୀ ନୁହେଁ ।

Related Topics

Explore more stories