Odisha Road Policy / ୯୦% ଜମି ନିର୍ମାଣ ପାଇଁ ଉପଲବ୍ଧ ନ ହେଲେ ଘୋଷଣା ହେବନି କାର୍ଯ୍ୟାରମ୍ଭ ତାରିଖ
·1 hour ago·2 min read

Key Points
ଓଡ଼ିଶା ରାଜ୍ୟ ସଡ଼କ ନୀତିର ଧାରା ୫.୫(ଜେ)ରେ ସଂଶୋଧନ । ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ମିଳିବ ନୂଆ ଗତି ।
ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ । ସଡ଼କ ଭିତ୍ତିଭୂମି ପ୍ରକଳ୍ପକୁ ମିଳିବ ନୂଆ ଗତି । ରାଜ୍ୟରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କରିଛନ୍ତି ସରକାର ।
ଏଣିକି କୌଣସି ସଡ଼କ ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ (Appointed Date/Date of Commencement) ଘୋଷଣା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ନିର୍ମାଣ କାର୍ଯ୍ୟ ପାଇଁ ଉପଲବ୍ଧ ହେବା ସହ ସମସ୍ତ ଆବଶ୍ୟକ ଅନୁମତି ଓ ଅନୁମୋଦନ ମିଳିଥିବା ବାଧ୍ୟତାମୂଳକ ହେବ ।
ପୂର୍ତ୍ତ ବିଭାଗ ପକ୍ଷରୁ ନଭେମ୍ବର ୪ ତାରିଖରେ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଓଡ଼ିଶା ରାଜ୍ୟ ସଡ଼କ ନୀତିର ଧାରା ୫.୫(ଜେ)ରେ ସଂଶୋଧନ କରାଯାଇଛି । ପୂର୍ବରୁ ସଡ଼କ ପ୍ରକଳ୍ପର ଠିକା ଦେବା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ଉପଲବ୍ଧ ଥିବା ସର୍ତ୍ତ ରହିଥିଲା । ଏବେ ଏହି ସର୍ତ୍ତକୁ କାର୍ଯ୍ୟାରମ୍ଭ ତାରିଖ ଘୋଷଣା ସହ ଯୋଡ଼ାଯାଇଛି ।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ଠିକା ଚୁକ୍ତିରେ କାର୍ଯ୍ୟାରମ୍ଭ ତାରିଖ ଘୋଷଣା ପୂର୍ବରୁ ପ୍ରକଳ୍ପ ପାଇଁ ଆବଶ୍ୟକ ଅନ୍ତତଃ ୯୦ ପ୍ରତିଶତ ଜମି ଉପଲବ୍ଧ ହୋଇଥିବା ଆବଶ୍ୟକ । ଏଥିସହ ଜଙ୍ଗଲ ଅନୁମତି, ପରିବେଶ ମଞ୍ଜୁରି, ବନ୍ୟପ୍ରାଣୀ ଅନୁମତି ଭଳି ସମସ୍ତ ଆଇନଗତ ଅନୁମୋଦନ ହାସଲ କରିବାକୁ ପଡ଼ିବ । ଜମି ଅଧିଗ୍ରହଣ ଓ ବିଦ୍ୟୁତ୍, ଜଳ ଆଦି ଉପଯୋଗୀ ସେବାର ସ୍ଥାନାନ୍ତରଣ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜରୁରି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଲାଞ୍ଚ ନେଉଥିଲେ ସବରେଜିଷ୍ଟ୍ରାର; ମାଡ଼ି ବସିଲା ଭିଜିଲାନ୍ସ
ସେହିପରି ରେଳବାଇ, ଅନ୍ତର୍ଦେଶୀୟ ଜଳପଥ କର୍ତ୍ତୃପକ୍ଷ ଏବଂ ଜଳସମ୍ପଦ ବିଭାଗ ଭଳି ସମ୍ପୃକ୍ତ ସଂସ୍ଥାଠାରୁ ଜେନେରାଲ ଆରେଞ୍ଜମେଣ୍ଟ ଡ୍ରଇଂ (GAD)ର ଅନୁମୋଦନ ମିଳିବା ମଧ୍ୟ ଆବଶ୍ୟକ ହେବ ।
ତେବେ ବିଶେଷ ପରିସ୍ଥିତିରେ ଏହି ସର୍ତ୍ତଗୁଡ଼ିକ ପୂରଣ ହୋଇନଥିଲେ ମଧ୍ୟ ସରକାରଙ୍କ ପୂର୍ବ ଅନୁମୋଦନ କ୍ରମେ କାର୍ଯ୍ୟାରମ୍ଭ ତାରିଖ ଘୋଷଣା କରାଯାଇପାରିବ । ଏଥିପାଇଁ ଉପଯୁକ୍ତ କାରଣ ଲିଖିତ ଭାବେ ଦର୍ଶାଇବାକୁ ପଡ଼ିବ ।
ବିଜ୍ଞପ୍ତି ଜାରି ହେବା ଦିନଠାରୁ ଏହି ସଂଶୋଧନ ଲାଗୁ ହୋଇଛି । ଏହା ଦ୍ୱାରା ଜମି ଅଧିଗ୍ରହଣ ଓ ବିଭିନ୍ନ ଅନୁମତି ଅସମ୍ପୂର୍ଣ୍ଣ ଥାଇ ସଡ଼କ ପ୍ରକଳ୍ପର କାର୍ଯ୍ୟାରମ୍ଭ ଘୋଷଣା କରିବା ଉପରେ ରୋକ୍ ଲାଗିବ । ଫଳରେ ପ୍ରକଳ୍ପ ଆରମ୍ଭ ପରେ ଜମି ଓ ଅନୁମତି ସମ୍ପର୍କିତ ସମସ୍ୟା ଯୋଗୁଁ ନିର୍ମାଣ କାର୍ଯ୍ୟରେ ହେଉଥିବା ବିଳମ୍ବକୁ ଏଡ଼ାଇବାରେ ସହାୟତା ମିଳିବ ।