Videos
|
Odisha

Vigilance Raid / ଲାଞ୍ଚ ନେଉଥିଲେ ସବରେଜିଷ୍ଟ୍ରାର; ମାଡ଼ି ବସିଲା ଭିଜିଲାନ୍ସ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଲାଞ୍ଚ ନେଉଥିଲେ ସବରେଜିଷ୍ଟ୍ରାର; ମାଡ଼ି ବସିଲା ଭିଜିଲାନ୍ସ
Sub-Registrar Held in Bribery Case

Key Points

ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ରାଜସ୍ଵ ବିଭାଗର କର୍ମଚାରୀ ମନୀଷା ମିଶ୍ରଙ୍କ ଠାରୁ ଭିଜିଲାନ୍ସ ୭ ହଜାର ଟଙ୍କା ଜବତ କରିବା ପରେ ତାଙ୍କର ୨ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ।
 
ବାଲିଆପାଳ/ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଉପ ନିବନ୍ଧକ (Sub-Registrar) । ବାଲେଶ୍ଵର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ରାଜସ୍ଵ ବିଭାଗର କର୍ମଚାରୀ ମନୀଷା ମିଶ୍ରଙ୍କ ଠାରୁ ଭିଜିଲାନ୍ସ ୭ ହଜାର ଟଙ୍କା ଜବତ କରିବା ପରେ ତାଙ୍କର ୨ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ।

ମିଳିଥିବା ସୂଚନା ଅନୁସାରେ, ଜମି ପଞ୍ଜିକରଣ ଲାଗି କ୍ରେତାଙ୍କ ଠାରୁ ସବରେଜିଷ୍ଟ୍ରାର ମନୀଷା ମିଶ୍ର ଲାଞ୍ଚ ନେଉଥିଲେ । ୦.୧୪ ଡିସିମିଲ୍ ଜମି ପାଇଁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି । ମନୀଷାଙ୍କୁ ଭିଜିଲାନ୍ସର ୧୧ ଜଣିଆ ଟିମ୍ ଧରିବା ସହ ତାଙ୍କ ଠାରୁ ୭ ହଜାର ଲାଞ୍ଚ ଟଙ୍କା ଜବତ କରିଛି ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ରରେ ଭୋଟ୍ ଦେଇଥିବା ଓଡ଼ିଆଙ୍କୁ ଚିହ୍ନଟ କରିବେ ସରକାର; ଆଇନ୍ ମନ୍ତ୍ରୀ ଦେଲେ ବଡ଼ ସଂକେତ 

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବରେଜିଷ୍ଟ୍ରାର ଭାବେ ମନୀଷା ମିଶ୍ର ୮ ମାସ ତଳେ ଯୋଗ ଦେଇଥିଲେ । ସେ ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କ ଜମିର ରେଜେଷ୍ଟ୍ରି ପାଇଁ ମନୀଷା ମିଶ୍ର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶେଷରେ ଗୁରୁବାର ୭ ହଜାର ଟଙ୍କାରେ କଥାବାର୍ତ୍ତା ଛିଡ଼ିଥିଲା । ଏନେଇ ଜ୍ଞାନ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ, ଶୁକ୍ରବାର ଦିନ ୧୨ଟା ସମୟରେ ସବରେଜିଷ୍ଟ୍ରାର ମନୀଷାଙ୍କୁ ଜ୍ଞାନ ୭ ହଜାର ଟଙ୍କା ଦେବା ପରେ ୧୧ ଜଣିଆ ଭିଜିଲାନ୍ସ ତୁରନ୍ତ ଚଢ଼ାଉ କରିଥିଲା ।

ବାଲିଆପାଳ ସବରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ଠାରୁ ୭ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଏଥିସହ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ମନୀଷାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଏନେଇ ବାଲେଶ୍ଵର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି ।

ଏଥିସହ ପଢ଼ନ୍ତୁ: ବନ୍ୟା ବିଭୀଷିକାରେ ବେହାଲ୍ ଶିକ୍ଷା ବ୍ୟବସ୍ଥା; ସୁଧୁରୁନି ସ୍କୁଲ୍‌-କଲେଜ୍ ସ୍ଥିତି 

ସୂଚନା ଅନୁସାରେ, ମନୀଷା ମିଶ୍ର ୨୦୨୪ରେ ରାଜସ୍ଵ ବିଭାଗରେ ଯୋଗ ଦେଇଥିଲେ । ବାଲିଆପାଳ ସବରେଜିଷ୍ଟ୍ରାର ଭାବେ ୨୦୨୪ରେ ଯୋଗ ଦେବା ପରେ ପ୍ରୋବେସନ ପିରିୟଡ଼୍‌ରେ ଥିଲେ ମନୀଷା ମିଶ୍ର । ଭିଜିଲାନ୍ସ ପକ୍ଷରୁ ଅଧିକ ଛାନଭିନ୍ ଜାରି ରହିଛି ।