Pandara Riverfront Project / ଭୁବନେଶ୍ୱର ପାଖରେ ହେବ ନୂଆ ପର୍ଯ୍ୟଟନସ୍ଥଳୀ, ୮୦ କୋଟିରେ ନିର୍ମାଣ ହେବ ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ
·44 mins ago·2 min read

Key Points
ନଦୀ କୂଳରେ ନିର୍ମାଣ ହେବ ଆକର୍ଷଣୀୟ ରିଭରଫ୍ରଣ୍ଟ
ରହିବ ଟ୍ରି-ୱାକ୍, ଫୁଡ୍ କୋର୍ଟ ଓ ଓଡ଼ିଶା ହାଟ
ଭୁବନେଶ୍ୱର ନିକଟରେ ହେବ ନୂଆ ପର୍ଯ୍ୟଟନସ୍ଥଳୀ
ରହିବ ଟ୍ରି-ୱାକ୍, ଫୁଡ୍ କୋର୍ଟ ଓ ଓଡ଼ିଶା ହାଟ
ଭୁବନେଶ୍ୱର ନିକଟରେ ହେବ ନୂଆ ପର୍ଯ୍ୟଟନସ୍ଥଳୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟରେ ଖୋଲିବ ପର୍ଯ୍ୟଟନର ନୂଆ ଦ୍ୱାର । ପାଣ୍ଡରାଠାରେ ୮୦ କୋଟି ଟଙ୍କା ବ୍ୟୟରେ ଏକ ଆକର୍ଷଣୀୟ ରିଭରଫ୍ରଣ୍ଟ ପ୍ରକଳ୍ପ ବିକଶିତ କରାଯିବ । କୁଆଖାଇ ଓ କୁଶଭଦ୍ରା ନଦୀ ମଧ୍ୟବର୍ତ୍ତୀ ପ୍ରାକୃତିକ ଦ୍ୱୀପକୁ ପର୍ଯ୍ୟଟନ, ସଂସ୍କୃତି ଓ ମନୋରଞ୍ଜନର ଏକ ନୂଆ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଯୋଜନା ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଜଳ ସମ୍ପଦ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ଏହା ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନାର ଏକ ଅଂଶ । ଏହି ଯୋଜନା ମାଧ୍ୟମରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ପର୍ଯ୍ୟଟନ ଏବଂ ଆର୍ଥିକ ସମ୍ଭାବନାକୁ ବିକଶିତ କରାଯିବ ।
ରହିବ ୧.୫ କିମିର ନଦୀତଟ ପଦଚଲା ପଥ
ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପରେ ପର୍ଯ୍ୟଟକଙ୍କ ପାଇଁ ଅନେକ ଆକର୍ଷଣୀୟ ସୁବିଧା ରହିବ। ଏଠାରେ ୧.୫ କିଲୋମିଟର ଦୀର୍ଘ ନଦୀତଟ ପଦଚଲା ପଥ, ଘାଟ, ଭାସମାନ ଜେଟି, ସୁନ୍ଦର ଜନସ୍ଥାନ ଏବଂ ସାଇକେଲ ଓ ପଦଯାତ୍ରା ପଥ ନିର୍ମାଣ ହେବ । ଏହା ସହିତ ୨ କିଲୋମିଟରରୁ ଅଧିକ ଲମ୍ବର ଉଚ୍ଚତା ବିଶିଷ୍ଟ ଟ୍ରି-ୱାକ୍ ନିର୍ମାଣ କରାଯିବ। ଏହା ଉପରେ ଚାଲି ପର୍ଯ୍ୟଟକମାନେ ନଦୀର ମନୋରମ ଦୃଶ୍ୟ ଓ ପ୍ରାକୃତିକ ପରିବେଶର ମଜା ନେଇପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନୋରଞ୍ଜନ ସହ ମିଳିବ ଓଡ଼ିଆ ସଂସ୍କୃତିର ଝଲକ
ଏହି ପ୍ରକଳ୍ପରେ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍ ଗାର୍ଡେନ୍, ପିକନିକ୍ ସ୍ଥଳ, ସାହସିକ କ୍ରୀଡ଼ା କ୍ଷେତ୍ର, ଯୋଗ କେନ୍ଦ୍ର ଓ ଫୁଡ୍ କୋର୍ଟ ନିର୍ମାଣ କରାଯିବ । ଏହା ସହିତ ଓଡ଼ିଶା ହାଟ ଓ ହେରିଟେଜ୍ ଭିଲେଜ୍ ମଧ୍ୟ ପ୍ରତିଷ୍ଠା ହେବ ।
ଏଠାରେ ସ୍ଥାନୀୟ କାରିଗର, ହସ୍ତଶିଳ୍ପୀ ଓ ଲୋକକଳାକାରମାନେ ନିଜର କଳା, କାରିଗରୀ ଓ ପାରମ୍ପରିକ ସଂସ୍କୃତିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଫଳରେ ପର୍ଯ୍ୟଟନ ସହ ସ୍ଥାନୀୟ କଳା ଓ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।
ସବୁଜିମା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ
ପ୍ରକଳ୍ପରେ ପରିବେଶ ସୁରକ୍ଷାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଦେଶୀୟ ବୃକ୍ଷରୋପଣ, ମିୟାୱାକି ଜଙ୍ଗଲ, ପ୍ରଜାପତି ଉଦ୍ୟାନ, ପ୍ରାକୃତିକ ଉଦ୍ଭିଦ କ୍ଷେତ୍ର ଏବଂ ପ୍ରକୃତି ପଦଯାତ୍ରା ପଥ ନିର୍ମାଣ ହେବ ।
ମୋଟ ୮୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ମଧ୍ୟରୁ ୫୪ କୋଟି ଟଙ୍କା ନଦୀଘାଟ ନିର୍ମାଣ ଓ ନଦୀବନ୍ଧ ସୁରକ୍ଷା ପାଇଁ ଖର୍ଚ୍ଚ କରାଯିବ। ଏହାବ୍ୟତୀତ ସେତୁ, ଆଭ୍ୟନ୍ତରୀଣ ରାସ୍ତା, ପାର୍କିଂ, ସୌର ଆଲୋକୀକରଣ, ସିସିଟିଭି ଓ ଇଭି ଚାର୍ଜିଂ ସୁବିଧା ମଧ୍ୟ ଉପଲବ୍ଧ ହେବ ।
୨୪ ମାସରେ ନିର୍ମାଣ ଶେଷ କରିବା ଲକ୍ଷ୍ୟ
ଏହି ପ୍ରକଳ୍ପକୁ ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକସନ୍ (EPC) ମୋଡ୍ରେ କାର୍ଯ୍ୟକାରୀ କରାଯିବ। ନିର୍ମାଣ କାର୍ଯ୍ୟ ପାଇଁ ୨୪ ମାସ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରାଯିବ ।
ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱର ନିକଟରେ ଏକ ନୂଆ ପର୍ଯ୍ୟଟନସ୍ଥଳୀ ସୃଷ୍ଟି ହେବା ସହ ଲୋକଙ୍କୁ ପ୍ରକୃତିର କୋଳରେ ସମୟ ବିତାଇବା, ପରିବାର ସହ ପିକନିକ୍ କରିବା ଏବଂ ଓଡ଼ିଶାର କଳା ଓ ସଂସ୍କୃତିକୁ ଅନୁଭବ କରିବାର ସୁଯୋଗ ମିଳିବ।

Related Topics
Explore more stories