Odisha Flood / ଇନ୍ଦ୍ରଗଡ଼ ଛାରଖାର୍; ଗାଁକୁ ଭସାଇ ନେଲା ସାଲକି ନଦୀ
·1 hour ago·2 min read

Key Points
ପ୍ରକୃତିର ତାଣ୍ଡବରେ ଧୋଇ ଯାଇଛି ଦୁଇ ଦୁଇଟି ଗାଁ । ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁକୁ ଭୂସ୍ଖଳନ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାରୁ ଆସିଛି ସମାନ ଖବର ।
ବାଲିଗୁଡ଼ା (କନ୍ଧମାଳ): ବାତ୍ୟା, ଲଗାଣ ବର୍ଷା ଓ ଭୂସ୍ଖଳନ ଗୋଟିଏ ନୁହେଁ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଅନେକ ଗାଁ ଭସାଇ ନେଇଛି । ପ୍ରକୃତିର ତାଣ୍ଡବରେ ଧୋଇ ଯାଇଛି ଦୁଇ ଦୁଇଟି ଗାଁ । ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁକୁ ଭୂସ୍ଖଳନ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାରୁ ଆସିଛି ସମାନ ଖବର ।
ଗଞ୍ଜାମରେ ଭୂସ୍ଖଳନରେ ଗାଁ ଧୋଇ ଯାଇଛି । ସେହିଭଳି କନ୍ଧମାଳରେ ଗାଁକୁ ଭସାଇ ନେଇଛି ନଦୀର ପ୍ରଖର ସ୍ରୋତ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଇନ୍ଦ୍ରଗଡ଼ରେ ଦେଖିବାକୁ ମିଳିଛି ସାଲକି ନଦୀର ରୌଦ୍ର ରୂପ ।
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ବର୍ଷାରେ ସାଲକି ନଦୀ ଫୁଲିଛି । ନଦୀ କୂଳରେ ଥିବା ୧୫ରୁ ଅଧିକ ଘର ସହ ପଞ୍ଚାୟତ ଅଫିସ୍କୁ ଗିଳି ନେଇଛି । ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ପଞ୍ଚାୟତ ସହ ୧୫ଟି ଘର ସାଲକି ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛି । ନୂତନ ଭାବେ ନିର୍ମାଣ ହେଇଥିବା ଗୋଦାମ ଗୃହ ମଧ୍ୟ ଭାସି ଯାଇଛି ।
ଏଥିସହ ପଢ଼ନ୍ତୁ: ଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପରେ ଗୋଟିଏ ଘର ନଦୀ ଗର୍ଭରେ ଖସି ପଡ଼ିବାର ଛାତିଥର ଭିଡିଓ ଆସିଛି । ଏବେ କ୍ଷତିଗ୍ରସ୍ତ ୧୫ ପରିବାରକୁ ଇନ୍ଦ୍ରଗଡ଼ ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିଛି ପ୍ରଶାସନ । ସେଠାରେ ସେମାନଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଛି ।

ଗିଡ଼ିପାବାଲିରେ ସର୍ଚ୍ଚ ଜାରି
ସେପଟେ କନ୍ଧମାଳ ସୀମାନ୍ତ ଗଞ୍ଜାମର ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଭୂସ୍ଖଳନରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତ ବୁଧବାର ଭୋର୍ ସମୟରେ ଗିଡ଼ିପାବାଲିରେ ଭୂସ୍ଖଳନ ହୋଇଥିଲା । ଯାହା ଗାଁର ସମସ୍ତ ଘରକୁ ଧୋଇ ନେଇଥିଲା ।
ଭୂସ୍ଖଳନରେ ୧୨ ଜଣ ନିଖୋଜ ହୋଇଥିବା ବେଳେ ଗାଁରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗିଡ଼ିପାବାଲିରେ ନିଖୋଜ ଥିବା ଲୋକଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା କୁହୁବାଡ଼ି ଗାଁର ୫ ଜଣ ଥିବା ଜଣାପଡ଼ିଛି । କୁହୁବାଡ଼ିର ବିଜୟ ପ୍ରଧାନ, ତାଙ୍କ ପତ୍ନୀ ଭୂମିକା ପ୍ରଧାନ ଏବଂ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ନିଖୋଜ ଅଛନ୍ତି ।
ଏନେଇ ବିଜୟଙ୍କ ଦାଦା ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ପୁତୁରା ବିଜୟ ଗିଡ଼ିପାବାଲିରେ ଧାନ ଚାଷ କରିଥିଲା । ବାତ୍ୟାର ୭ରୁ ୮ ଦିନ ପୂର୍ବରୁ ପୂର୍ବରୁ ଧାନ କାଟିବା ପାଇଁ ପରିବାର ସହିତ ଗିଡ଼ିପାବାଲି ଗାଁକୁ ଯାଇ ରହିଥିଲା । ବାତ୍ୟା ପରେ ପରିବାରର ଖୋଜ ଖବର ନାହିଁ ।" ସେମାନଙ୍କୁ ଉଦ୍ଧାର କରିବାକୁ ସଞ୍ଜୟ ଅନୁରୋଧ କରିଛନ୍ତି ।