Videos
|
Odisha

Sarpanch Puja Bonus / ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମିଳିବ ୬ ମାସର ବୋନସ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମିଳିବ ୬ ମାସର ବୋନସ୍
Odisha Sarpanch Puja Bonus

Key Points

ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ବଡ଼ ଘୋଷଣା
ପୂଜା ପାଇଁ ମିଳିବ ୬ ମାସର ବୋନସ୍

ଭୁବନେଶ୍ଵର: ଦଶହରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଘୋଷଣା କଲେ ପୂଜା ଭେଟି । ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଛି । ଏହାଦ୍ଵାରା ଗ୍ରାମାଞ୍ଚଳର ନିର୍ବାଚିତ ଜନପ୍ରତିନିଧିମାନେ ସିଧାସଳଖ ଉପକୃତ ହେବେ । 

  • ଏପ୍ରିଲ ୧ରୁ ପିଛିଲା ଭାବେ ଦିଆଯିବ
ଏହି ଅର୍ଥ ୨୦୨୬ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ବାବଦରେ ପ୍ରଦାନ କରାଯିବ । ମଞ୍ଜୁର ହୋଇଥିବା ଅର୍ଥ ଅନୁଯାୟୀ, ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ହିସାବରେ ସମ୍ମାନ ରାଶି ପାଇବେ । ଏହି ଅର୍ଥ ୬ ମାସର ଅବଧି ପାଇଁ ପ୍ରଦାନ କରାଯିବ । ରାଜ୍ୟର ଗ୍ରାମାଞ୍ଚଳରେ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ, ଗ୍ରାମର ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି ।

ପଢନ୍ତୁ ଏହି ଖବର: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପହାର ! ମିଳିବ 6908 ଟଙ୍କାର ବୋନସ୍


  • ଉପକୃତ ହେବେ ଜନପ୍ରତିନିଧି
ସରପଞ୍ଚ ଓ ନାଏବ ସରପଞ୍ଚମାନେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ ହେବା ସହ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିଥାନ୍ତି । ଛଅ ମାସର ସମ୍ମାନ ରାଶି ପ୍ରଦାନ ପାଇଁ ଏହି ଅର୍ଥ ମଞ୍ଜୁର ହେବା ଫଳରେ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଏହି ଜନପ୍ରତିନିଧିମାନେ ଉପକୃତ ହେବେ । ଏହି ମଞ୍ଜୁରି ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ଜନପ୍ରତିନିଧିଙ୍କ ସମ୍ମାନ ରାଶି ପ୍ରଦାନ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: