School Reopen / ସରିଲା ଖରା ଛୁଟି; ଖୁବଶୀଘ୍ର ଖୋଲିବ ସ୍କୁଲ
·2 hours ago·2 min read

Key Points
ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି
ସରିଲା ପିଲାଙ୍କ ଖରାଛୁଟି
ଖରା ବଢିଲେ ପୁଣି ଛୁଟି ହେବାନେଇ ସୂଚନା
ସରିଲା ପିଲାଙ୍କ ଖରାଛୁଟି
ଖରା ବଢିଲେ ପୁଣି ଛୁଟି ହେବାନେଇ ସୂଚନା
ରାଜ୍ୟରେ ଏବେ ଗ୍ରୀଷ୍ମ ଛୁଟି ଅବଧି ବଢ଼ିବ ନାହିଁ । ଆସନ୍ତା ଜୁନ ୧୮ ତାରିଖରୁ ସମସ୍ତ ସ୍କୁଲ ଖୋଲିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଖରାର ପ୍ରକୋପ ବଢ଼ିଲେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଖରାଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ପିଲାଙ୍କୁ ଟାଣ ଖରାରୁ ରକ୍ଷା କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିଲା ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲଗୁଡ଼ିକୁ ଗ୍ରୀଷ୍ମ ଛୁଟି ଦିଆଯାଇଥିଲା । ଛୁଟି ଅବଧି ବୃଦ୍ଧି ନେଇ ଚର୍ଚ୍ଚା ହେଉଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପାଇଁ ଛୁଟି ଅବଧି ବଢ଼ାଯିବ ନାହିଁ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ଜୁନ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ପୁନର୍ବାର ଖୋଲିବ । ତେବେ ପାଣିପାଗ ପରିସ୍ଥିତି ଉପରେ ସରକାରଙ୍କ ନଜର ରହିଛି ଏବଂ ଯଦି ଖରାର ପ୍ରକୋପ ବଢ଼ିଯାଏ, ତେବେ ଛୁଟି ଅବଧି ବୃଦ୍ଧି ନେଇ ବିଚାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଖରା ବଢିବା ପରେ ପ୍ରଥମେ କିଛି ଜିଲ୍ଲାରେ ସ୍କୁଲ ବନ୍ଦ ହୋଇଥିଲା । ଏହାପରେ ଧୀରେ ଧୀରେ ଗୋଟିଏ ପରେ ଜିଲ୍ଲାର ପ୍ରଶାସନ ଖରାଛୁଟି ନେଇ ଘୋଷଣା କରିଥିଲେ । ଏବେ ଓଡ଼ିଶାକୁ ଛୁଇଁଛି ମୌସୁମୀ । ଫଳରେ ରାଜ୍ୟରେ ବର୍ଷା ଯୋଗୁଁ ଥଣ୍ଡା ପଡ଼ିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ଏବେ ତାହା ଦ୍ରୁତ ଗତିରେ ଆଗକୁ ବଢ଼ି ରାଜ୍ୟର ଅଧିକାଂଶ ଅଂଶକୁ ସ୍ପର୍ଶ କରିଛି । ମୌସୁମୀ ଅଗ୍ରସର ଯୋଗୁଁ ରାଜ୍ୟରେ ଅସହ୍ୟ ଗରମ ଏବଂ ଗୁଳୁଗୁଳିରୁ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ମିଳିଛି। ପ୍ରାୟ ସବୁ ଜିଲ୍ଲାରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି।

- ଆଗୁଆ ଘୋଷଣା ହୋଇଥିଲା ଖରାଛୁଟି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories