Smiling Spider Found / ବିଜ୍ଞାନ ଜଗତକୁ ଓଡ଼ିଶାର ଭେଟି; ୧୨୫ ବର୍ଷ ପରେ ଠାବ ହେଲା ବିଶ୍ୱର ବିରଳ ପ୍ରଜାତିର ବୁଢ଼ିଆଣୀ
·4 months ago·2 min read

Key Points
- ପଶ୍ଚିମ ହିମାଳୟରେ ଓଡ଼ିଆ ଗବେଷକଙ୍କ କମାଲ
- ଆଶୀର୍ବାଦ ଓ ଦେବୀ ପ୍ରିୟଦର୍ଶିନୀଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ
- ନୂଆ ପ୍ରଜାତିର ବୁଢ଼ିଆଣୀ 'ଥେରିଡିଅନ୍ ହିମାଳୟାନା' ଠାବ
ଭୁବନେଶ୍ଵର: ବିଜ୍ଞାନ ଜଗତରେ ପୁଣି ଚମକିଲେ ଓଡ଼ିଆ । ହିମାଳୟର ଦୁର୍ଗମ ପାହାଡ଼ କୋଳରେ ଓଡ଼ିଆ ବୈଜ୍ଞାନିକ ଖୋଜି ପାଇଛନ୍ତି ବିଶ୍ୱର ଏକ ନିଆରା ପ୍ରଜାତିର ବୁଢ଼ିଆଣୀ । ଯାହାର ପିଠିକୁ ଦେଖିଲେ ଲାଗିବ ସତେ ଯେମିତି କିଏ ହସୁଛି । ଏହି 'ହ୍ୟାପି-ଫେସ୍ ସ୍ପାଇଡର୍'ର ଆବିଷ୍କାର ଜୈବ ବିବିଧତା ମଧ୍ୟରେ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ।
ପଶ୍ଚିମ ହିମାଳୟର ବରଫାବୃତ ଶୃଙ୍ଗ ଓ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିଲା ଏହି ଚମତ୍କାର ଜୀବ । ଓଡ଼ିଶାର ଦୁଇ ପ୍ରତିଭାବାନ ଗବେଷକ ଡ. ଦେବୀ ପ୍ରିୟଦର୍ଶିନୀ ଏବଂ ଆଶୀର୍ବାଦ ତ୍ରିପାଠୀ ହିମାଳୟର କେଦାରନାଥ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟସ୍ଥ ରୁଦ୍ରପ୍ରୟାଗ ଜିଲ୍ଲାରୁ ଏହି ନୂଆ ପ୍ରଜାତିର ବୁଢ଼ିଆଣୀକୁ ଠାବ କରିଛନ୍ତି । ଯାହାର ନାମ ରଖାଯାଇଛି ହିମାଲୟନ ହାପି ଫେସ ବା ଥେରିଡିଅନ୍ ହିମାଳୟାନା ।
ଏଥିସହ ପଢ଼ନ୍ତୁ: ଖୁସି ଖବର; କାଲି 'ସୁଭଦ୍ରା' ଆଶାୟୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା
ଜୈବିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭିନ୍ନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ବୁଢ଼ିଆଣୀର ଶରୀରରେ ନାଲି, କଳା ଏବଂ ଧଳା ରଙ୍ଗର ବିନ୍ଦୁ ଗୁଡ଼ିକ ଏପରି ଭାବେ ସଜେଇ ହୋଇ ରହିଛି, ଯାହା ଏକ ହସୁଥିବା ମୁହଁର ଭ୍ରମ ସୃଷ୍ଟି କରେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହା ପ୍ରାୟ ୩୨ ପ୍ରକାରର ଭିନ୍ନ ଭିନ୍ନ ରୂପରେ ଦେଖାଯାଇପାରେ । ଏହି ସମାନ ପ୍ରକାରର ବୁଢ଼ିଆଣୀ ଆମେରିକାର ହାୱାଇ ଦ୍ୱୀପପୁଞ୍ଜରେ ଦେଖିବାକୁ ମିଳୁଥିବା ବେଳେ, ଭାରତର ହିମାଳୟରେ ମିଳିଥିବା ଏହି ବୁଢ଼ିଆଣୀଟି ଜୈବିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭିନ୍ନ ।
ଏହାର ପ୍ରଜନନ ଶୈଳୀ ଓ ଶାରିରୀକ ଗଠନ ଏହାକୁ ବିଶ୍ଵର ଅନ୍ୟ ବୁଢ଼ିଆଣୀଙ୍କ ଠାରୁ ପୃଥକ କରେ । ଦୀର୍ଘ ଦିନର ଅଧ୍ୟୟନ ପରେ ଏହି ପ୍ରଜାତି ବୁଢିଆଣୀ ବିଷୟରେ ତଥ୍ୟ ମିଳି ପାରିଛି । ଏହି ଖବର ପ୍ରକାଶ ପାଇବା ପରେ ଓଡ଼ିଶାର ବୈଜ୍ଞାନିକ ମହଲରେ ଖୁସିର ଲହରି ଖେଳିଯାଇଛି ।
ଏଥିସହ ପଢ଼ନ୍ତୁ: ୪୫ ଠାରୁ ଅଧିକ ବିପଜ୍ଜନକ ୩୮ ଡିଗ୍ରୀ ତାପମାତ୍ରା; କେବେ ଏବଂ କେତେବେଳେ ଏହା ହୋଇଯାଏ ଘାତକ?
ହିମାଳୟର ଏହି କ୍ଷୁଦ୍ର ଜୀବଟି ଆଜି ସାରା ବିଶ୍ଵରେ ଓଡ଼ିଆ ବୈଜ୍ଞାନିକଙ୍କ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରକୃତିର ଏହି ଅଜବ କୃତିକୁ ଠାବ କରିବାରେ ଆମ ରାଜ୍ୟର ବୈଜ୍ଞାନିକ ଯେଉଁ ସଫଳତା ପାଇଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ ।

Related Topics
Explore more stories