Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪୫ ଠାରୁ ଅଧିକ ବିପଜ୍ଜନକ ୩୮ ଡିଗ୍ରୀ ତାପମାତ୍ରା; କେବେ ଏବଂ କେତେବେଳେ ଏହା ହୋଇଯାଏ ଘାତକ?

National

Wet Valve Temperature / ୪୫ ଠାରୁ ଅଧିକ ବିପଜ୍ଜନକ ୩୮ ଡିଗ୍ରୀ ତାପମାତ୍ରା; କେବେ ଏବଂ କେତେବେଳେ ଏହା ହୋଇଯାଏ ଘାତକ?

Subhramjit Ray
Browse all articles by Subhramjit Ray
·3 days ago·3 min read
୪୫ ଠାରୁ ଅଧିକ ବିପଜ୍ଜନକ ୩୮ ଡିଗ୍ରୀ ତାପମାତ୍ରା; କେବେ ଏବଂ କେତେବେଳେ ଏହା ହୋଇଯାଏ ଘାତକ?
Wet Valve Temperature

Key Points

ଖରାଦିନେ ୪୫ ଡିଗ୍ରୀ ଠାରୁ ଅଧିକ ବିପଜ୍ଜନକ ହୋଇପାରେ ୩୮ ଡିଗ୍ରୀ ତାପମାତ୍ରା। କମ୍ ତାପମାତ୍ରା ରହିବା ସତ୍ତ୍ୱେ ଗ୍ରୀଷ୍ମ ଋତୁରେ ଏହା ଅଧିକ ଘାତକ ହୋଇଯାଏ।
What is Wet Valve Temperature: ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣିପାଗ ବିଭାଗ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମ ମଧ୍ୟ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ, ବିହାର ଏବଂ ଗୁଜରାଟରେ "ଲୁ' ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଛି। ବର୍ତ୍ତମାନ ଦେଶର ଉତ୍ତର-ପଶ୍ଚିମ ଭାଗରେ ୪୫ ଡିଗ୍ରୀ ସେଲସିୟସ୍ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଉଛି। ଏଥର ଗ୍ରୀଷ୍ମ ଋତୁରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୩୮ ଡିଗ୍ରୀ ତାପମାତ୍ରା ୪୫ ଡିଗ୍ରୀ ଠାରୁ ଅଧିକ ତାପମାତ୍ରା ବିପଜ୍ଜନକ ହୋଇପାରେ। ଏହି ତାପମାତ୍ରାକୁ "ୱେଟ୍ ବଲ୍ବ ଟେମ୍ପରେଚର" (Weight Valve Temperature) କୁହାଯାଏ। ହେଲେ "ୱେଟ୍ ବଲ୍ବ ଟେମ୍ପରେଚର" କ'ଣ ଏବଂ ଏହା କେଉଁଠାରେ ଏବଂ କେତେ ବେଳେ ଅଧିକ ବିପଦପୂର୍ଣ୍ଣ ହୋଇପାରେ।

କିପରି ମପାଯାଏ Wet Valve Temperature?
"ୱେଟ୍ ବଲ୍ବ ଟେମ୍ପରେଚର" (Wet Valve Temperature) ହେଉଛି ମାନବ ଶରୀର ଉପରେ ତାପମାତ୍ରା ପ୍ରଭାବ ମାପିବାର ଏକ ପଦ୍ଧତି। ଏହା ତାପମାତ୍ରା ଏବଂ ଆର୍ଦ୍ରତାକୁ ବିଚାରକୁ ନେଇଥାଏ। ଏହାକୁ ମାପ କରିବା ପାଇଁ, ଏକ ଥର୍ମୋମିଟର ଏକ ଓଦା କପଡା ମଧ୍ୟରେ ରଖାଯାଏ ଏବଂ ଏହା ଉପରେ ବାୟୁ ପ୍ରବାହିତ କରାଯାଇଥାଏ। ଏହା ପାଣିକୁ ବାଷ୍ପୀଭୂତ କରେ ଏବଂ ଥର୍ମୋମିଟର ଥଣ୍ଡା ରଖିଥାଏ। ଏହି ଉପାୟରେ ପ୍ରାପ୍ତ ହୋଇଥିବା ଶେଷ ତାପମାତ୍ରାକୁ "ୱେଟ୍ ବଲ୍ବ ଟେମ୍ପରେଚର" କୁହାଯାଏ।

କିପରି ଥଣ୍ଡା ରହେ ମାନବ ଶରୀର?
ମାନବ ଶରୀର ସାଧାରଣତଃ କେବଳ ୩୭ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରେ। ଏହା ଠାରୁ ଅଧିକ ତାପମାତ୍ରାରେ, ଶରୀର ଝାଳ ଦ୍ୱାରା ନିଜକୁ ଥଣ୍ଡା କରିଥାଏ। ମଣିଷ ଶରୀର ଝାଳ ମାଧ୍ୟମରେ ନିଜକୁ ଥଣ୍ଡା ରଖେ। ଶରୀରରେ ଏହି ପ୍ରକ୍ରିୟା ଝାଳ ବାଷ୍ପୀଭୂତ ହେବା ସମୟରେ କାମ କରେ। ଯେତେବେଳେ କେବଳ ଗରମ ଅନୁଭୂତ ହେଉଥାଏ ତାହେଲେ ଝାଳ ବାଷ୍ପୀଭୂତ ହୋଇଯିବା ସହ ଶରୀର ଥଣ୍ଡା ହୋଇଯାଏ। ହେଲେ ତଥାପି ଆର୍ଦ୍ରତା ରହିଥିବା ଗରମରେ ଝାଳ ବାଷ୍ପୀଭୂତ ହୁଏ ନାହିଁ, ଯାହା ଶରୀରର ତାପମାତ୍ରାକୁ ଆହୁରି ବୃଦ୍ଧି କରିଥାଏ। ସମାନ ତାପମାତ୍ରା ଥିବା ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ଅନୁଭବ ହୋଇଥାଏ। ଏହା ମଧ୍ୟରୁ ଗୋଟିଏ ଧରଣର ତାପମାତ୍ରା ଜଣେ ବ୍ୟକ୍ତିଙ୍କ ପାଇଁ ଅଧକ ବିପଦପୂର୍ଣ୍ଣ ହୋଇପାରେ।

ଏହା ସହ ପଢନ୍ତୁ: ପଶ୍ଚିମ ବିକ୍ଷୋଭ କ'ଣ? ଯାହା ପାଇଁ ବାରମ୍ବାର ବଦଳିଥାଏ ପାଣିପାଗ

ଏଠାରେ ଯେଉଁ ଆର୍ଦ୍ରତା କଥା କୁହାଯାଉଛି ତାହାର ଅର୍ଥ ହେଉଛି ଯେ ବାୟୁରେ ପୂର୍ବରୁ ପାଣିର ମାତ୍ରା ମହଜୁଦ ରହିଥାଏ। ଏହି ଆର୍ଦ୍ରତା ଶରୀରରେ ଝାଳ ଶୁଖିବାକୁ ବାରଣ କରିଥାଏ। ଯଦି ଝାଳ ଶୁଖି ନଥାଏ, ତାହେଲେ ଶରୀରର ତାପମାତ୍ରା ହ୍ରାସ ପାଇବ ନାହିଁ। ଏଭଳି ପରିସ୍ଥିତିରେ ଝାଳ ଦ୍ୱାରା ଶରୀରକୁ ଥଣ୍ଡା ରଖିବାର ପଦ୍ଧତି କାମ କରେ ନାହିଁ। ଯହା ପରେ ଏହି "ୱେଟ୍ ବଲ୍ବ ଟେମ୍ପରେଚର" ବିପଜ୍ଜନକ ହୋଇଯାଏ। ଯେତେବେଳେ ଏହି ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଯାଏ, ସେତେବେଳେ ମାନବ ଶରୀର ନିଜକୁ ଥଣ୍ଡା କରିପାରେ ନାହିଁ।

ଏଭଳି ପରିସ୍ଥିତିରେ ମାନବ ଶରୀରରୁ ଯେତେ ଅଧିକ ଗରମ ବାହାରିଥାଏ ତାହା ଅପେକ୍ଷା ଅଧିକ ଉତ୍ତାପ ଶୋଷଣ କରିଥାଏ। ଏହା ଶରୀରର ତାପମାତ୍ରାକୁ ବିପଜ୍ଜନକ ଭାବରେ ହ୍ରାସ କରିଥାଏ। "ୱେଟ୍ ବଲ୍ବ ଟେମ୍ପରେଚର" ହେଉଛି ଉତ୍ତାପ ଏବଂ ଆର୍ଦ୍ରତାର ସୀମା ଯାହା ଠାରୁ ଅଧିକ ଉଚ୍ଚ ତାପମାତ୍ରା ଜଣେ ବ୍ୟକ୍ତିଙ୍କ ଶରୀର ସହ୍ୟ କରିପାରିବ ନାହିଁ। ଏଭଳି ଅବସ୍ଥାରେ ଛାଇ ସ୍ଥାନରେ ବସି ପାଣି ପିଇ ମଧ୍ୟ ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ଅଧିକ ସମୟ ପାଇଁ ବଞ୍ଚି ରହି ପାରିବ ନାହିଁ।

ଦେଶର କାହିଁକି ବିପଦପୂର୍ଣ୍ଣ ହୋଇପାରେ "ୱେଟ୍ ବଲ୍ବ ଟେମ୍ପରେଚର"?
ଅଧିକ ତାପମାତ୍ରା ଏବଂ ଆର୍ଦ୍ରତା, ବିଶେଷକରି କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ "ୱେଟ୍ ବଲ୍ବ ଟେମ୍ପରେଚର" ଅଧିକ ବିପଦପୂର୍ଣ୍ଣ ହୋଇପାରେ। ଏପରି ଅବସ୍ଥା ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ କଂକ୍ରିଟ୍ ଏବଂ ଖରାପ ବାୟୁଚଳନ କାରଣରୁ ସହର ଅଧିକ ଗରମ ହୋଇଯାଏ। ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଏବଂ ବିଭିନ୍ନ ସାମଗ୍ରୀ ବିତରଣ କାର୍ଯ୍ୟ କରୁଥିବା କର୍ମଚାରୀ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ କାମ କରିଥାନ୍ତି। ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ବିଦ୍ୟୁତ୍ ସଂଯୋଗ ସମସ୍ତଙ୍କ ପାଇଁ ସମାନ ହୋଇନଥାଏ।

ଏହା ସହ ପଢନ୍ତୁ: ଗାଏବ ହେଉଛି ବରଫ; କୋଟି କୋଟି ଲୋକଙ୍କ ପାଇଁ ମାଡ଼ି ଆସୁଛି ବିପଦ

କେବେ ବିପଦପୂର୍ଣ୍ଣ ହୋଇଯାଏ "ୱେଟ୍ ବଲ୍ବ ଟେମ୍ପରେଚର"?
ରାଜସ୍ଥାନରେ ୪୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଝାଳ ମାଧ୍ୟମରେ ଶରୀରକୁ ଥଣ୍ଡା କରିବାରେ ସାହାଯ୍ୟ କରିପାରେ। ହେଲେ କୋଲକାତା କିମ୍ବା ମୁମ୍ବାଇ ଭଳି ଉପକୂଳବର୍ତ୍ତୀ ସହରରେ ଉଚ୍ଚ ଆର୍ଦ୍ରତା ସହିତ ୩୮ ଡିଗ୍ରୀ ସେଲିସିୟସ୍ ତାପମାତ୍ରା ଅଧିକ ବିପଜ୍ଜନକ ହୋଇପାରେ। କାରଣ ଏହି "ୱେଟ୍ ବଲ୍ବ ଟେମ୍ପରେଚର" ରେ ଶରୀର ନିଜକୁ ଥଣ୍ଡା କରିପାରିବ ନାହିଁ। ୨୮-୩୦ ସେଲସିୟସ ତାପମାତ୍ରାରେ ଦୀର୍ଘ ସମୟ ପାଇଁ "ୱେଟ୍ ବଲ୍ବ ଟେମ୍ପରେଚର" ରେ ରହିବା ବିପଜ୍ଜନକ ହୋଇପାରେ।

୩୧-୩୩ ଡିଗ୍ରୀ ସେଲସିୟସ୍ "ୱେଟ୍ ବଲ୍ବ ଟେମ୍ପରେଚର" ତାପମାତ୍ରା ଓଦା ବଲ୍ବ ତାପମାତ୍ରା କାରଣରୁ ଗରମ ଜନିତ ଥକାପଣ (Heat Exhaustion) ଏବଂ ଅଂଶୁଘାତ (Heat Stroke) ସମ୍ଭାବନା ବଢିଯାଏ। ୩୫ ଡିଗ୍ରୀ ସେଲସିୟସ୍ "Wet Valve Temperature" ହେଉଛି ମଣିଷ ବଞ୍ଚିବାର ସୀମା। ଦେଶରେ ଗ୍ରୀଷ୍ମ ଲହରୀର ପ୍ରକୃତ ବିପଦ କେବଳ ତାପମାତ୍ରା ମଧ୍ୟରେ ନାହିଁ। ବରଂ ଏହା ହେଉଛି ତାପମାତ୍ରା ଏବଂ ଆର୍ଦ୍ରତାର ମିଶ୍ରଣ। ଯେତେବେଳେ ଏହା ବୃଦ୍ଧି ପାଏ "Wet Valve Temperature" ଏକ ବିପଜ୍ଜନକ ସ୍ତରକୁ ପହଞ୍ଚିଯାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is 38°C Wet Bulb Temperature Fatal? Understanding the Heat Danger Limit | Argus News