Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Development Works / ଗ୍ରାଉଣ୍ଡକୁ ଯାଇ ସରକାରୀ କାମ ତଦାରଖ କରିବେ ସଚିବ; ଖରାପ ପ୍ରଦର୍ଶନ ପାଇଁ ଦାୟୀ ରହିବେ ଜିଲ୍ଲାପାଳ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଗ୍ରାଉଣ୍ଡକୁ ଯାଇ ସରକାରୀ କାମ ତଦାରଖ କରିବେ ସଚିବ; ଖରାପ ପ୍ରଦର୍ଶନ ପାଇଁ ଦାୟୀ ରହିବେ ଜିଲ୍ଲାପାଳ
Collectors Will Be Accountable

Key Points

  • ସଚିବ ଯିବେ ଗାଁକୁ, ଜଗିବେ ସରକାରୀ କାମ
  • ଫୋକସରେ ରହିବ ପିଇବା ପାଣି ଯୋଗାଣର ତଦାରଖ
  • ତୃଣମୂଳ ସ୍ତରରେ ପହଞ୍ଚୁଛି କି ନାହିଁ ସରକାରୀ ଯୋଜନା ଦେବେ ରିପୋର୍ଟ
ଭୁବନେଶ୍ଵର: ସଚିବ ଗାଁକୁ ଯିବେ, ସରକାରୀ କାମ ଜଗିବେ । ଫୋକସ୍‌ରେ ରହିବ ପିଇବା ପାଣି ଯୋଗାଣର ତଦାରଖ । ତୃଣମୂଳ ସ୍ତରରେ ସରକାରୀ ଯୋଜନା କେମିତି ପହଞ୍ଚୁଛି ତାର ରିପୋର୍ଟ ଦେବେ । ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲାର ପ୍ରଦର୍ଶନ ଖରାପ ହେଲେ ଜିଲ୍ଲାପାଳ ଦାୟୀ ରହିବେ ।

ଆକ୍ସନ ମୋଡରେ ଅନୁ ଗର୍ଗ । ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରସ୍ତୁତ କଲେ ବ୍ଲୁ-ପ୍ରିଣ୍ଟ । ଗ୍ରାଉଣ୍ଡ ଭିଜିଟ୍ ପାଇଁ ସଚିବ ମାନଙ୍କୁ ଟାଇମ୍ ଲାଇନ୍ ସହ ଦେଲେ କଡ଼ା ଟ୍ୟାସ୍କ । କନ୍ଧମାଳ ଗସ୍ତରୁ ଫେରିବା ପରେ ବୈଠକ ଡାକି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ଅନୁ ଗର୍ଗ ।

ଏଥିସହ ପଢ଼ନ୍ତୁ: ଆହୁରି ବଢ଼ିଲା କଟକଣା; କାଲି ଖୋଲିବନି ସ୍କୁଲ୍ ଓ କଲେଜ

ଯେଉଁଥିରେ ବଜେଟ୍ ଖର୍ଚ୍ଚ, ରାଜସ୍ଵ ଆଦାୟ, ବିଭିନ୍ନ ଆଇନ ସଂଶୋଧନ, ପୂର୍ଣ୍ଣାଙ୍ଗ ବଜେଟ୍ ନେଇ କରିଥିଲେ ସମୀକ୍ଷା । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ସୂତ୍ରୀ କାର୍ଯ୍ୟକ୍ରମ ନେଇ ବିଭାଗ ଗୁଡ଼ିକ କ'ଣ ପଦକ୍ଷେପ ନେଇଛନ୍ତି ସେ ନେଇ ସଚିବମାନଙ୍କୁ ମାଗିଥିଲେ ରିପୋର୍ଟ ।

ଏହା ସହ ଗାଁ ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ବିଳମ୍ବିତ ହେଉଥିବାରୁ ତାକୁ ଗୁରୁତ୍ୱ ଦେଇ କାମ ତ୍ଵରାନ୍ଵିତ କରିବାକୁ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତି ଶନିବାର ଭିତ୍ତିଭୂମି ବିକାଶର ସମୀକ୍ଷା ଓ ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କ ଠାରୁ ଜିଲ୍ଲା ବିକାଶ ରିପୋର୍ଟ ନେବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ଏଥିସହ ପଢ଼ନ୍ତୁ: ନିୟମ ମାନୁ ନାହାନ୍ତି ଘରୋଇ ବସ୍; ପରମିଟ୍ ଓ ଫିଟନେସ୍ ନଥାଇ ରାସ୍ତାରେ ଗଡ଼ୁଛି

ସେପଟେ ନୋଟ୍ ସିଟ୍ ଜରିଆରେ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଲେଖିଛନ୍ତି- ପକ୍କା ଘର, ପାନୀୟ ଜଳ ଯୋଗାଣ ଭଳି ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲାର ପ୍ରଦର୍ଶନ ଖରାପ ହେଲେ ଦାୟୀ ରହିବେ ଜିଲ୍ଲାପାଳ । ପ୍ରଶ୍ନ ସଚିବଙ୍କ ଗସ୍ତ ଓ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସମୀକ୍ଷା ବଦଳାଇବ କି ଗାଁର ଭାଗ୍ୟ ? ସତରେ ଗାଁ ମୁହାଁ ହେବେ ତ ସରକାରଙ୍କ ବଡ଼ ବାବୁ ମାନେ ? ନା ପୂର୍ବ ସରକାରଙ୍କ ଭଳି କାଗଜ କଲମ ରେ ସୀମିତ ରହିଯିବି ସରକାରୀ ନିର୍ଦ୍ଦେଶ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha: Secretaries to Visit Ground, Collectors Accountable | Argus News | Argus News