Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଇଖାନା ଟାଙ୍କି ଭିତରେ ଛକି ବସିଥିଲା ଯମ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ୬ ଜୀବନ

Odisha

Septic Tank Accident / ପାଇଖାନା ଟାଙ୍କି ଭିତରେ ଛକି ବସିଥିଲା ଯମ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ୬ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପାଇଖାନା ଟାଙ୍କି ଭିତରେ ଛକି ବସିଥିଲା ଯମ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ୬ ଜୀବନ
Septic Tank Accident

Key Points

ମୃତ୍ୟୁର ଗହ୍ବର ଭିରତକୁ ଯାଇ ଫେରିଲେନି ୬ ନିରୀହ ଜୀବନ
ନିର୍ମାଣଧୀନ ପାଇଖାନା ଟାଙ୍କି ଭିତରେ ଛକି ବସିଥିଲା ଯମ
ଘର କାମ କରୁଥିବା ବାପ- ପୁଅଙ୍କ ପାଇଖାନା ଟାଙ୍କି ଭିତରେ ମୃତ୍ୟୁ
ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାମ ଚାଲିଥିଲା ବେଳେ ଶ୍ୱାସରୁଦ୍ଧ ହୋଇ ଆଖିପିଛୁଳାକେ ଚାଲିଗଲା ୬ ଜଣଙ୍କ ଜୀବନ । ଏହି ଅଭାବନୀୟ ଘଟଣାରେ ପାଇଖାନା ନିର୍ମାଣ କରୁଥିବା ମାଲିକ ଓ ତାଙ୍କ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡକର୍ଲାଖୁଣ୍ଟା ଗାଁରୁ ଆସିଛି ଏଭଳି ଏକ ହୃଦୟବିଦାରକ ଖବର ।

ଅଶୁଭ ପାଇଖାନା ଟାଙ୍କି । ରୋଜଗାର ଆଶାରେ କାମ କରିବାକୁ ଆସିଥିଲେ ୪ ଜଣ ଶ୍ରମିକ । ଘଟଣାସ୍ଥଳରେ ରହି ସେଣ୍ଟ୍ରିଂ କାମ କରାଉଥିଲେ ମାଲିକ ନିମାଇଁ ପାଲ ଓ ତାଙ୍କ ପୁଅ ଆକାଶ ପାଲ୍ । କିନ୍ତୁ ସକାଳ ପ୍ରାୟ ୯ଟା ବେଳେ ଏହି ପାଇଖାନା ଟାଙ୍କିରେ ଜଣଙ୍କ ପରେ ଜଣେ ଛଅ ଜଣଙ୍କର ଜୀବନ ଯାଇଥିଲା । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୌଡକର୍ଲାଖୁଣ୍ଟା ଗାଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକମାନେ ହେଲେ ନିମାଇଁ ପାଲ, ଆକାଶ ପାଲ, ଅଦଲ ମାଝୀ, ମନୋରଞ୍ଜନ ହାତୀ, ଛନ୍ଦା ଜାଲ ଓ ବିପୁଲ ଜାଲ । ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଏମ୍.ରାମପୁର ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ମେ’ ୩୦ରୁ ଓଡ଼ିଶାରେ ଆରମ୍ଭ ହେବ SIR, ଘରେ ଘରେ ପହଞ୍ଚିବେ BLO


୬ ଜଣଙ୍କ ଜୀବନ ଯିବା କେତେ ଯେ କଷ୍ଟଦାୟକ ତାହା ବର୍ଣ୍ଣନା କରି ହେବନି । ପ୍ରଥମେ ପାଇଖାନା ଟାଙ୍କିର ସେଷ୍ଟ୍ରିଙ୍ଗ କାଠ କାଢିବା ପାଇଁ ଜଣେ ଶ୍ରମିକ ଭିତରକୁ ପଶିଥିଲେ । ହେଲେ ଭିତରେ ଜମି ରହିଥିବା ବିଷାକ୍ତ ଗ୍ୟାସ୍ ଓ ଶ୍ବାସରୁଦ୍ଧ ଯୋଗୁଁ ସେ ସେଠାରେ ହିଁ ଅଚେତ ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଜଣ ଜଣ କରି ଭିତରକୁ ଗଲେ, ହେଲେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ସେଇଠି ହିଁ ଢଳି ପଡ଼ିଲେ । ଶେଷରେ ଶ୍ରମିକମାନେ ଫେରୁ ନଥିବା ଦେଖି ମାଲିକ ନିମାଇଁ ପାଲ ଭିତରକୁ ଯାଇଥିଲେ । ବାପା ଯାଇ ନ ଫେରିବାରୁ ପୁଅ ଆକାଶ ମଧ୍ୟ ଭିତରକୁ ଡେଇଁ ପଡ଼ିଥିଲେ । ଗୋଟିଏ ପରିବାରର ବାପା-ପୁଅଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ପରେ ଏବେ ସାରା ଅଞ୍ଚଳରେ କାନ୍ଦ ବୋବାଳି ସହ ଶୋକର ଛାୟା ଖେଳିଯାଇଛି ।

ଏହି ହୃଦୟବିଦାରକ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକସନ୍ତପ୍ତ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 Dead in Odisha Septic Tank Tragedy After Toxic Gas Leak | Argus News