Videos
|
Odisha

Odisha SIR 2026 / SIR ରେ ବାଦ୍ ପଡ଼ିଛି କି ଆପଣଙ୍କ ନାଁ ? ଅକ୍ଟୋବର ୭ରୁ ମିଳିବ ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
SIR ରେ ବାଦ୍ ପଡ଼ିଛି କି ଆପଣଙ୍କ ନାଁ ? ଅକ୍ଟୋବର ୭ରୁ ମିଳିବ ସୁଯୋଗ
SIR 2026

Key Points

ଯୁବ ଭୋଟରଙ୍କ ପାଇଁ ବଡ଼ ସୁଯୋଗ
SIRରେ ବାଦ୍ ପଡ଼ିଥିବା ଭୋଟରଙ୍କୁ ଆଶ୍ୱସ୍ତି
ଫର୍ମ-୬ରେ କରନ୍ତୁ ଆବେଦନ

ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ କରିବା ଲକ୍ଷ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହେବ । ଏହି ଅଭିଯାନରେ SIR ପ୍ରକ୍ରିୟାରେ କୌଣସି କାରଣରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ସହ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ ।

୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଯୋଗ୍ୟ ହେବେ । ସେମାନେ ଫର୍ମ-୬ ମାଧ୍ୟମରେ ନିଜ ନାମ ସାମିଲ ପାଇଁ ଆବେଦନ କରିପାରିବେ । ଏଥିପାଇଁ ସେମାନେ ନିଜ ଅଞ୍ଚଳର ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ସହାୟତା ନେଇପାରିବେ ।

SIR-୨୦୨୬ ସମୟରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନଙ୍କୁ ମଧ୍ୟ ଏହି ଅଭିଯାନରେ ନାମ ଯୋଡ଼ିବା ପାଇଁ ସୁଯୋଗ ମିଳିବ ।

ଭୋଟର ତାଲିକାକୁ ଅଧିକ ନିର୍ଭୁଲ କରିବା ପାଇଁ ଏସଆଇଆର ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ CEO Odishaଙ୍କ ୱେବସାଇଟରେ ଉପଲବ୍ଧ କରାଯିବ । ଏହି ତାଲିକାରେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ସାମିଲ ହୋଇଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଏହାର ଯାଞ୍ଚ କରି ଦାବି ଓ ଆପତ୍ତି ଦାଖଲ କରିପାରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏହି ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ । ସେମାନେ ମଧ୍ୟ ତାଲିକା ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ ।

BLOଙ୍କୁ ଦିଆଯାଇଛି ପ୍ରଶିକ୍ଷଣ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରରେ ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି । ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିବା ଦିଗରେ BLOମାନେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ଦେବେ ।
ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଣ୍ଟ୍ରି ଚିହ୍ନଟ ଓ ସଂଶୋଧନ କରିବାକୁ ଗୁରୁତ୍ୱ ଦିଆଯାଉଛି ।

ତେଣୁ, ଏସଆଇଆର-୨୦୨୬ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର ଏବଂ ଭୋଟର ତାଲିକାରେ ନାମ ସାମିଲ କରିବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତି ଅକ୍ଟୋବର ୭, ୮ ଓ ୯ ତାରିଖରେ ଆୟୋଜିତ ଏହି ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ଫର୍ମ-୬ ମାଧ୍ୟମରେ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।