Videos
|
Odisha

Odisha Final Voter List / SIR ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ; ଆପଣଙ୍କ ନାଁ ଅଛି ତ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
SIR ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ; ଆପଣଙ୍କ ନାଁ ଅଛି ତ ?
Odisha Final Voter List

Key Points

SIRରେ କଟିଲେ ପ୍ରାୟ ୨୦ ଲକ୍ଷ ୧୨ ହଜାର ୫୫୭ ଭୋଟର
ରାଜ୍ୟରେ ମୋଟ ଭୋଟର ୩ କୋଟି ୧୬ଲକ୍ଷ ୩୨ହଜାର ୭୫୪
ପ୍ରାୟ ୮ ଲକ୍ଷ ୮ ହଜାର ଭୋଟର ହୋଇଛନ୍ତି ସ୍ଥାନାନ୍ତରିତ
ଭୁବନେଶ୍ଵର: ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ । SIR ପରେ ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏବେ ଚୂଡ଼ାନ୍ତ ତାଲିକାରେ ଅଛନ୍ତି ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣ ଭୋଟର । ଅର୍ଥାତ୍‌ ପୂର୍ବ ତାଲିକା ତୁଳନାରେ ପ୍ରାୟ ୨୦ ଲକ୍ଷ ୧୨ ହଜାର ୫୫୭ ଭୋଟରଙ୍କ ନାଁ ତାଲିକାରୁ କମିଛି । କାହିଁକି କଟିଲା ଏତେ ନାଁ? କେତେ ଜଣଙ୍କ ନାଁ ମୃତ୍ୟୁ କାରଣରୁ, କେତେ ଜଣ ସ୍ଥାନାନ୍ତରିତ ଓ କେତେ ଜଣଙ୍କ ନାଁ ଏକାଧିକ ସ୍ଥାନରେ ଥିଲା? ଆଉ ଚୂଡ଼ାନ୍ତ ତାଲିକାରେ ପୁରୁଷ-ମହିଳା ଭୋଟରଙ୍କ ସଂଖ୍ୟା କେତେ? ଜାଣିବା ।

  • ଚୂଡ଼ାନ୍ତ ତାଲିକାରେ କେତେ ଜଣ ?
SIR ପୂର୍ବରୁ ଓଡ଼ିଶାରେ ଥିଲେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର । ଏବେ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର । ଅର୍ଥାତ ସ୍ବତନ୍ତ୍ର ସଂଘନ ସଂଶୋଧନ ପରେ ପ୍ରାୟ ୨୦ଲକ୍ଷ ୧୨ ହଜାରରୁ ଅଧିକ ଭୋଟରଙ୍କ ନାଁ ତାଲିକାରୁ କଟିଛି । ତେବେ ଏହି ବଡ଼ ପରିବର୍ତ୍ତନର ପ୍ରମୁଖ କାରଣ ଭାବେ ମୃତ୍ୟୁ, ସ୍ଥାନାନ୍ତରଣ ଓ ଡୁପ୍ଲିକେଟ୍ ଏଣ୍ଟ୍ରିକୁ ଦର୍ଶାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଜୁଲାଇ ୧, ୨୦୨୬କୁ ଯୋଗ୍ୟତା ତାରିଖ ଧରି ରାଜ୍ୟରେ ଆରମ୍ଭ ହୋଇଥିଲା SIR ପ୍ରକ୍ରିୟା । ଦୀର୍ଘ ଯାଞ୍ଚ ପରେ ପ୍ରକାଶ ପାଇଛି ଫାଇନାଲ୍ ତାଲିକା । ଚୂଡ଼ାନ୍ତ ତାଲିକାରେ ପୁରୁଷ ଭୋଟର ପ୍ରାୟ ୧ କୋଟି ୬୦ ଲକ୍ଷ, ମହିଳା ଭୋଟରଙ୍କ ସଂଖ୍ୟା ପ୍ରାୟ ୧ କୋଟି ୫୩ ଲକ୍ଷ ରହିଛି ।

  • କାହିଁକି କଟିଲେ ଏତେ ସଂଖ୍ୟକ ଭୋଟର ?
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ମିଳିଥିବା ତଥ୍ୟ ଅନୁସାରେ, ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରେ ୮ ଲକ୍ଷ ୩୨ ହଜାରରୁ ଅଧିକ ଭୋଟର ମୃତ ବର୍ଗରେ ଅଛନ୍ତି । ସେହିଭଳି ପ୍ରାୟ ୧୦ ଲକ୍ଷ ୭ ହଜାର ଭୋଟର ସ୍ଥାନାନ୍ତରିତ କିମ୍ବା ଯାଞ୍ଚ ସମୟରେ ଅନୁପସ୍ଥିତ ବର୍ଗରେ ରହିଛନ୍ତି । ଏହାସହ ପ୍ରାୟ ୧ ଲକ୍ଷ ୫୮ ହଜାର ନାଁ ଏକାଧିକ ସ୍ଥାନରେ ଯେମିତିକି ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ଜିଲ୍ଲାରେ କିମ୍ବା ଓଡ଼ିଶା ସମେତ ଅନ୍ୟ କୌଣସି ରାଜ୍ୟର ଭୋଟର ତାଲିକାରେ ନାମ ଥିବାରୁ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି ।

ପଢନ୍ତୁ ଏହି ଖବର: ଦୁଇ ହଜିଥିବା ଭାଇଙ୍କୁ ୩୫ବର୍ଷ ପରେ ଏକାଠି କଲା SIR; କୁଣ୍ଢାଇ ପକାଇ କାନ୍ଦିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆପଣଙ୍କ ନାଁ କଟିଥିଲେ କଣ କରିବେ ?
ଯଦି ଚୂଡ଼ାନ୍ତ ତାଲିକାରୁ ଆପଣଙ୍କ ନାଁ ବାଦ୍ ପଡିଛି କିମ୍ବା ତାଲିକାରେ ଯଦି କିଛି ଭୁଲ ରହିଛି ତେବେ ବ୍ୟସ୍ତ ନହୋଇ ଫର୍ମ ନମ୍ବର ୬, ୮ରେ ପୁନଃ ଆବେଦନ କରିପାରିବେ ଭୋଟର । ମଙ୍ଗଳବାର ଅର୍ଥାତ ୨୨ ତାରିଖରୁ ପୁଣି ଆରମ୍ଭ ହେବ ପୁନଃ ଆବେଦନ ପ୍ରକ୍ରିୟା । ସଂଖ୍ୟା ବଦଳିଛି, ତାଲିକା ବଦଳିଛି । କିନ୍ତୁ ଭୋଟର ଅଧିକାର ବଦଳିବା କଥା ନୁହେଁ । ୨୦ ଲକ୍ଷରୁ ଅଧିକ ନାଁ ବାଦ ପରେ ଏବେ ନଜର ନିଜ ନାଁ ଉପରେ । ଚୂଡ଼ାନ୍ତ ତାଲିକାରେ ଆପଣଙ୍କ ନାଁ ଅଛି ତ? ଯଦି ହଁ ତେବେ ଆପଣ ନିଶ୍ଚିତ ଭୋଟ ଦେଇପାରିବେ ।