Videos
|
Odisha

Odisha Final Voter List / ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା, SIR ରେ ବାଦ୍‌ ପଡ଼ିଲେ ୨୦ ଲକ୍ଷ ଭୋଟର୍‌

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା, SIR ରେ ବାଦ୍‌ ପଡ଼ିଲେ ୨୦ ଲକ୍ଷ ଭୋଟର୍‌
Odisha Final Voter List

Key Points

ଚୂଡାନ୍ତ ଭୋଟର ତାଲିକାରେ ନାଁ ଅଛି ତ?
ଠିକଣା ଠିକ୍ ଅଛି ତ?
ବୟସ, ଲିଙ୍ଗ ଓ ଅନ୍ୟ ବିବରଣୀରେ କିଛି ଭୁଲ୍ ନାହିଁ ତ?
ସରିଲା SIR। ସାମ୍ନାକୁ ଆସିଲା ଫାଇନାଲ୍ ଭୋଟର ତାଲିକା । ଫାଇନାଲ୍ ରୋଲ୍‌ରେ ଅଛନ୍ତି ମୋଟ ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଭୋଟର । ଲିଷ୍ଟରୁ ବାଦ ପଡିଛନ୍ତି ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟର । ଏବେ ତାଲିକାରେ ଆପଣଙ୍କ ନାଁ ଅଛି କି ନା, ଏହାର ଯାଞ୍ଚ ଆପଣଙ୍କ ପାଇଁ ସବୁଠୁ ବଡ଼ କାମ—ଲିଷ୍ଟ ଖୋଲନ୍ତୁ, ନିଜ ନାଁ ଖୋଜନ୍ତୁ, ଆଉ ତଥ୍ୟ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ ।

ରାଜ୍ୟରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ବା SIR ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା । ନୂଆ ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ରହିଛି । ଚୂଡାନ୍ତ ଲିଷ୍ଟରୁ କଟିଛି ୨୦ ଲକ୍ଷ ୫୭ ହଜାର ୩୩୪ ଜଣ ଭୋଟରଙ୍କ ନାଁ । ଏବେ ରାଜ୍ୟର ସବୁ ନାଗରିକ ଚୂଡାନ୍ତ ତାଲିକାରେ ନିଜ ନାୀଁ ଅଛି କି ନାହିଁ, ବ୍ୟକ୍ତିଗତ ସ୍ତରରେ ଯାଞ୍ଚ କରିନେବା ଜରୁରୀ । ଯଦି ଲିଷ୍ଟରେ ନାଁ ନାହିଁ କିମ୍ବା କୌଣସି ତଥ୍ୟ ଭୁଲ ରହିଛି ତେବେ ଏହାର ସଂଶୋଧନ ପାଇଁ ଆଜିଠୁ ଆରମ୍ଭ ହେଉଛି ପୁନଃ ଆବେଦନ ପ୍ରକ୍ରିୟା । ନୂଆ କରି ଭୋଟର ତାଲିକାରେ ନାଁ ସାମିଲ ପାଇଁ Form-6ରେ ଆବେଦନ କରିପାରେବେ । ବିଦେଶରେ ରହୁଥିବା ଭାରତୀୟ ଭୋଟର Form-6Aରେ ଆବେଦନ କରିପାରିବେ । ଯଦି ଭୋଟର ଲିଷ୍ଟରେ ନାଁ ଥିଲେ ବି ବିବରଣୀରେ ଭୁଲ୍ ରହିଛି, ତେବେ Form-8 ମାଧ୍ୟମରେ ସଂଶୋଧନ ପାଇଁ ଆବେଦନ କରାଯାଇପାରିବ ।

ଏପଟେ ଫାଇନାଲ୍ ଭୋଟର ଲିଷ୍ଟ ଆସିବା ପରେ ତେଜିଛି ରାଜନୈତିକ ବୟାନବାଜି । ବିଜେଡିର ଅଭିଯୋଗ, କିଛି ଭୋଟରଙ୍କ ନାଁ ଉଦ୍ଦେଶ୍ୟମୂଳକ ଭାବେ ଲିଷ୍ଟରୁ କଟାଯାଇଛି । ସଂଖ୍ୟାଲଘୁ ଓ ସରକାରଙ୍କ ମତ ସହ ଅସହମତ ବ୍ୟକ୍ତିଙ୍କ ନାଁ ବାଦ ପଡ଼ିଥିବା ନେଇ ଦଳ ପ୍ରଶ୍ନ ଉଠାଇଛି । ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି । ଦଳର କହିବା କଥା, SIR ପ୍ରକ୍ରିୟା ସ୍ୱଚ୍ଛ ଭାବେ ହୋଇଛି ଏବଂ ବିଭିନ୍ନ ପର୍ଯ୍ୟାୟରେ ବିରୋଧୀ ଦଳଗୁଡ଼ିକୁ ସାମିଲ କରାଯାଇଛି । ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ କଂଗ୍ରେସ ଏପର୍ଯ୍ୟନ୍ତ ମୁହଁ ଖୋଲିନାହିଁ ।

ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯, ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଓ ତୃତୀୟଲିଙ୍ଗୀଙ୍କ ସଂଖ୍ୟା ୨ ହଜାର ୭୭୪ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: