Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SIR / ଓଡ଼ିଶାରେ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ SIR, ଜାରି ରହିଛି ମ୍ୟାପିଂ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଓଡ଼ିଶାରେ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ SIR, ଜାରି ରହିଛି ମ୍ୟାପିଂ
SIR

Key Points

ରାଜ୍ୟରେ ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହେବ SIR, ଜାରି ରହିଛି ମ୍ୟାପିଂ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନଙ୍କ ସୂଚନା
‘୨୦୦୨ SIR ତାଲିକାର ବିବରଣୀ ଯାଞ୍ଚ କରି ଜଣାଇବାକୁ ନିବେଦନ’
ରାଜ୍ୟରେ ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହେବ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ- SIR ପ୍ରକ୍ରିୟା । ଏଥିପାଇଁ ଦୀର୍ଘ ଦିନ ହେଲା ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ସନ୍ଥଗୋପାଳନ ଏନେଇ ସୂଚନା ଦେଇଛନ୍ତି । ଏଥିପାଇଁ ଦୁଇଦିନ ତଳେ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୧୯ ଫେବ୍ରୁଆରୀ ୨୦୨୬ରେ ଜାରି ହୋଇଥିବା ଏକ ସରକାରୀ ଚିଠି ଅନୁଯାୟୀ, SIRର ପରବର୍ତ୍ତୀ ପର୍ଯ୍ୟାୟ ଏପ୍ରିଲ ମାସରୁ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହେବ । ଏହି ସ୍ୱତନ୍ତ୍ର ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି, ନୂତନ ଭୋଟରଙ୍କ ପଞ୍ଜିକରଣ । ବିଶେଷ କରି ଯୋଗ୍ୟ ନୂଆ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ।

ସେହିପରି ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା । ମୃତ ବା ସ୍ଥାନାନ୍ତରିତ ହୋଇଥିବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ହଟାଯିବ । ଭୋଟର କାର୍ଡରେ ଥିବା ଯେକୌଣସି ଭୁଲ୍ ତଥ୍ୟକୁ ମଧ୍ୟ ସଠିକ୍ କରାଯିବ । ଜୁନ୍ ୨୦୨୫ରୁ ଏହି ପ୍ରକ୍ରିୟା ପାଇଁ ଯୋଜନା ଚାଲିଥିବା ବେଳେ ଏବେ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ।
ଏହି ପ୍ରକ୍ରିୟା ଦ୍ୱାରା ପ୍ରକୃତ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆସନ୍ତା ସପ୍ତାହଗୁଡ଼ିକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରଶାସନିକ ଏବଂ ପରିଚାଳନାଗତ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯିବ ।

ପଢନ୍ତୁ ଏହି ଖବର: ଓଡ଼ିଶା ଦିବସରୁ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ସ୍ୱତନ୍ତ୍ର ଭିସା ଆବେଦନ କେନ୍ଦ୍ର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha to Begin Special Intensive Revision (SIR) of Voter List from April 1 | Argus News