SIR / ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR, ୯୦% ସରିଛି ମ୍ୟାପିଂ
·4 months ago·1 min read

Key Points
ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା
ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR
ଏଥିପାଇଁ ୯୦% ମ୍ୟାପିଂ ସରିଛି
ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR
ଏଥିପାଇଁ ୯୦% ମ୍ୟାପିଂ ସରିଛି
ଓଡ଼ିଶାରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ SIR ପ୍ରକ୍ରିୟା। ଭୋଟର ତାଲିକାକୁ ଅଧିକ ସଠିକ୍ ଓ ପାରଦର୍ଶୀ କରିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଯଦି ଆପଣ ୨୦୨୫ ଭୋଟର ତାଲିକାରେ ଅଛନ୍ତି, ତେବେ ୨୦୦୨ରେ ଆପଣ କେଉଁଠି ଥିଲେ ଏବଂ ଆପଣଙ୍କ ନାଁ କେଉଁ ନିର୍ବାଚନମଣ୍ଡଳୀରେ ଥିଲା, ତାହା BLO ବା ବୁଥ୍ ଲେଭଲ୍ ଅଫିସରଙ୍କୁ ଜଣାଇବାକୁ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଏବେ ସୁଦ୍ଧା ୯୦ ପ୍ରତିଶତ ଭୋଟରଙ୍କୁ ସଫଳତାର ସହ ଟ୍ରେସିଂ କରାଯାଇଛି। ଅର୍ଥାତ୍ ୯୦% ଲୋକ ଉଭୟ ୨୦୦୨ ଏବଂ ୨୦୨୫ ତାଲିକାରେ ସମାନ ଅଛନ୍ତି। ଏହା ସହିତ ଦୋହରା ନାମ କିମ୍ବା ଯାଞ୍ଚ ହୋଇପାରୁନଥିବା ନାମଗୁଡ଼ିକୁ ତାଲିକାରୁ ବାଦ ଦିଆଯିବ ।
ତେବେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହି ମ୍ୟାପିଂ କଷ୍ଟକର ହେଉଛି । ପ୍ରାୟ ୧୦ ପ୍ରତିଶତ ଲୋକଙ୍କୁ ଟ୍ରେସିଂ କରିବାରେ ସମସ୍ୟା ଉପୁଜିଛି । ଯଦି କୌଣସି ଭୋଟରଙ୍କ ନାମ ୨୦୦୨ ତାଲିକାରେ ନଥିଲା ତେବେ ସେମାନଙ୍କ ବାପା ମାଆଙ୍କ ଡାଟା ଖୋଜାଯିବ । ପ୍ରଶାସନର ଲକ୍ଷ୍ୟ ହେଉଛି ୯୫ ପ୍ରତିଶତ ମ୍ୟାପିଂ ଶେଷ କରିବା, ଯାହାଦ୍ୱାରା ଭବିଷ୍ୟତରେ ଭୋଟର ତାଲିକାରେ କୌଣସି ତ୍ରୁଟି ରହିବ ନାହିଁ ।
ମ୍ୟାପିଂ ସମୟରେ ଭୋଟରମାନେ କାହାକୁ ନିଜର କିଛି ଦସ୍ତାବିଜ ଦେବାର ଆବଶ୍ୟକ ନାହିଁ । ECINET ମୋବାଇଲ ଆପ୍ ମାଧ୍ୟମରେ QR କୋଡ୍ ସ୍କାନ୍ କରି ଭୋଟରଙ୍କ ବିବରଣୀ ଖୋଜିପାରିବେ ଓ Voter Service Portal ଓ CEO ୱେବସାଇଟ୍ ମାଧ୍ୟମରେ ମଧ୍ୟ ଭୋଟର ତାଲିକା ସମ୍ବନ୍ଧୀୟ ସେବା ମିଳୁଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥଗୋପାଳନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories