|
logo
Live

Argus News - କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢ଼ାଞ୍ଚାରେ ଗଠନ ହେଲେ ସିଟି ଓଡ଼ିଶା

Odisha

Odisha To Set Up SITI / କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢ଼ାଞ୍ଚାରେ ଗଠନ ହେଲେ ସିଟି ଓଡ଼ିଶା

Bikash Mohanty
Browse all articles by Bikash Mohanty
·2 hours ago·2 min read
କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢ଼ାଞ୍ଚାରେ ଗଠନ ହେଲେ ସିଟି ଓଡ଼ିଶା
SITI

Key Points

ରାଜ୍ୟ ଯୋଜନା ବୋର୍ଡ ହେଲା ସିଟି ଓଡିଶା
ନୀତି ଆୟୋଗ ଢ଼ାଞ୍ଚାରେ ଗଠନ ହେଲେ ସିଟି ଓଡ଼ିଶା
୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ ଲକ୍ଷ୍ୟ
ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୮/୦୪: ରାଜ୍ୟ ଯୋଜନା ବୋର୍ଡ ହେଲା ସିଟି ଓଡିଶା. ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନୀତି ଓ ବିକାଶ’ର ଥିଙ୍କ ଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢ଼ାଞ୍ଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭ ବା SITI-Odisha’ର ସ୍ଥାପନ କରିଛନ୍ତି।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏପ୍ରିଲ ୧୭ତାରିଖରେ ‘ସଂକଳ୍ପ’ ଜାରି ମାଧ୍ୟମରେ ସିଟି-ଓଡ଼ିଶା ଗଠନକୁ ମୋହନ ସରକାର ବାସ୍ତବ ରୂପ ଦେଇଛନ୍ତି । ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୨୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ମୋହନ ସରକାର ଏହି ‘ସିଟି-ଓଡ଼ିଶା’ ଗଠନ କରି ରାଜ୍ୟରେ ପ୍ରଶାସନିକ ରଣନୀତି,ପ୍ରମାଣଭିତ୍ତିକ ନୀତି-ଯୋଜନା ପ୍ରଣୟନ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ନେଇ ଆଗକୁ ବଢ଼ିବା ସହ ବିକାଶର ଧାରାରେ ଏକ ବଡ଼ଧରଣର ରୂପାନ୍ତର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ। ଉପାଧ୍ୟକ୍ଷ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନୋନିତ ବ୍ୟକ୍ତିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବ।

ପଢନ୍ତୁ ଏହି ଖବର: ଜିଲ୍ଲା ଯୋଜନା ବୋର୍ଡ ଗଠନ କଲେ ସରକାର, ୪ ମନ୍ତ୍ରୀ ଓ ୨୬ ବିଧାୟକ ହେଲେ ଅଧ୍ୟକ୍ଷ

ଏହି ପରିଷଦରେ ରାଜ୍ୟ ସରକାରଙ୍କ ପ୍ରାଥମିକତା କ୍ଷେତ୍ରର ଏକ୍ସପର୍ଟ ଭାବେ ପରିଚିତ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ କରାଯିବ, ଯାହାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ। ଏଥିରେ ଉନ୍ନୟନ କମିଶନର ସଦସ୍ୟ ସଚିବ ଓ ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ଭାବେ ନିଯୁକ୍ତି ମିଳିବ। ଏମାନଙ୍କ ବ୍ୟତୀତ ବିଭିନ୍ନ ବିଭାଗରୁ ନଅ ଜଣ ପଦାଧିକାରୀ ମଧ୍ୟ ସଦସ୍ୟ ଓ ପ୍ରତିଷ୍ଠିତ ଅନୁଷ୍ଠାନର ଦୁଇଜଣ ବିଶେଷଜ୍ଞଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯିବ।

SITI ଓଡ଼ିଶା ଅଧୀନରେ ରାଜ୍ୟ ମନିଟରିଂ ଏବଂ ମୂଲ୍ୟାୟନ କାର୍ଯ୍ୟାଳୟ (SMEO) ନାମରେ ଏକ ସଂଲଗ୍ନ କାର୍ଯ୍ୟାଳୟ ମଧ୍ୟ ରହିବ। ଏହା ପ୍ରମାଣ-ଚାଳିତ ଶାସନ ପାଇଁ ରାଜ୍ୟର ନୋଡାଲ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବ। SITI-ଓଡିଶା ରାଜ୍ୟ ସରକାରଙ୍କୁ ଅର୍ଥନୀତି ଏବଂ ଅର୍ଥ, ଗ୍ରାମୀଣ ଅର୍ଥନୀତି ଏବଂ ଜୀବିକା, ନିଯୁକ୍ତି ଏବଂ ନଗର ବିକାଶ, ଚିନ୍ତାଧାରା ଏବଂ ନବସୃଜନ, ଶକ୍ତି ପରିବର୍ତ୍ତନ, ପରିବେଶ ଏବଂ ଜଙ୍ଗଲ ଏବଂ ଖଣି ଏବଂ ପ୍ରାକୃତିକ ସମ୍ପଦ ଭଳି ଛଅଟି ବିଷୟବସ୍ତୁ ଉପରେ ମାର୍ଗଦର୍ଶନ କରିବ।

ଗତ ଏକ ତାରିଖରେ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଘୋଷଣା ହୋଇଥିଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ। ରାଜ୍ୟ ସରକାର ୩୦ଟି ଜିଲ୍ଲାରେ ଡିପିସି ଗଠନ ସହ ଏହାର ଅଧ୍ୟକ୍ଷଙ୍କୁ ନିଯୁକ୍ତି କରିଥିଲେ। ବିଭିନ୍ନ ଜିଲ୍ଲାର ଡିପିସି ଅଧ୍ୟକ୍ଷ ଭାବରେ ମନ୍ତ୍ରୀ ଓ ବିଧାୟକଙ୍କୁ ନିଯୁକ୍ତି ମିଳିଛି । ୪ ଜଣ ମନ୍ତ୍ରୀ ଡିପିସି ଅଧ୍ୟକ୍ଷ ହୋଇଥିବା ବେଳେ ୨୬ ଜିଲ୍ଲାରେ ବିଧାୟକ ମାନେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha To Set Up SITI: କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଢ଼ାଞ୍ଚାରେ ଗଠନ ହେଲେ ସିଟି ଓଡ଼ିଶା | Argus News