Videos
|
Odisha

Kotia Row / ଓଡ଼ିଶାର ତୀବ୍ର ପ୍ରତିବାଦ, ମୁଣ୍ଡ ନୂଆଁଇଲା ଆନ୍ଧ୍ର ପ୍ରଶାସନ; ନେରେଡ଼ିୱାଲ୍ସାରୁ ଫେରିଗଲା ପୋଲିଂ ପାର୍ଟି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଓଡ଼ିଶାର ତୀବ୍ର ପ୍ରତିବାଦ, ମୁଣ୍ଡ ନୂଆଁଇଲା ଆନ୍ଧ୍ର ପ୍ରଶାସନ; ନେରେଡ଼ିୱାଲ୍ସାରୁ ଫେରିଗଲା ପୋଲିଂ ପାର୍ଟି
Andhra Polling Team Returns After Odisha Protest

Key Points

  • ଓଡ଼ିଶାର ତୀବ୍ର ପ୍ରତିବାଦ, ମୁଣ୍ଡ ନୂଆଁଇଲା ଆନ୍ଧ୍ର ପ୍ରଶାସନ
  • କୋଟିଆର ନେରେଡ଼ିୱାଲ୍ସାରୁ ଫେରିଗଲା ପୋଲିଂ ପାର୍ଟି
  • ନେରେଡ଼ିୱାଲ୍ସା ବଦଳରେ ସାରିକାରେ ଭୋଟ୍ ଗ୍ରହଣ କରିବ ଆନ୍ଧ୍ର
  • ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ କୋଟିଆରେ ଲାଗିଛି ୧୬୩ ଧାରା
ଜୟପୁର: କୋରାପୁଟର କୋଟିଆରେ ହେବନି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ଓଡ଼ିଶା ଭିତରେ ଆନ୍ଧ୍ର କରିପାରିବନି ଭୋଟ୍ ଗ୍ରହଣ । ସର୍ବଦଳୀୟ ବୈଠକରେ ସହମତି ସହ ପ୍ରଶାସନର ଦୃଢ଼ତା ଆଗରେ ଶେଷରେ ଆନ୍ଧ୍ର ପ୍ରଶାସନ ନଇଁଛି । ନେରେଡ଼ିୱାଲ୍ସାରୁ ପଛକୁ ଫେରିଛନ୍ତି ଆନ୍ଧ୍ରର ପୋଲିଂ ପାର୍ଟି ।

ବୁଧବାର ନେରେଡ଼ିୱାଲ୍ସାରୁ ଦମ୍ ଦେଖାଇଛି କୋରାପୁଟ ପ୍ରଶାସନ । ଯାହା ଫଳରେ ପଛକୁ ଫେରିଛି ଆନ୍ଧ୍ର ପୋଲିଂ ପାର୍ଟି । ଗୁରୁବାର ନେରେଡ଼ିୱାଲ୍ସାରେ ହେବ ନାହିଁ ଜିଲ୍ଲା ପରିଷଦ ନିର୍ବାଚନ । ନିର୍ବାଚନ ଲାଗି ବୁଧବାର କୋଟିଆରେ ପହଞ୍ଚିଥିଲେ ଆନ୍ଧ୍ର ପୋଲିଂ ପାର୍ଟି ।

ଏଥିସହ ପଢ଼ନ୍ତୁ: ବଡ଼ ଘୋଷଣା; ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ମିଳିବ ମାସିକ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି 

ପୋଲିଂ ପାର୍ଟି ସହ ଫୋର୍ସ ନେଇ ପହଞ୍ଚିଥିଲେ ଆନ୍ଧ୍ର ଅଧିକାରୀ ଓ କର୍ମଚାରୀ । ଓଡ଼ିଶା ସୀମାରେ ପୋଲିସ ଜଗି ରହିଥିବା ବେଳେ ପୋଲିଂ ଅଧିକାରୀଙ୍କୁ ବାରଣ କରିଥିଲା । ଯାହାପରେ ଆନ୍ଧ୍ର ପୋଲିଂ ପାର୍ଟି ନେରେଡ଼ିୱାଲ୍ସାରୁ ଫେରି ଯାଇଛନ୍ତି । ଏନେଇ ଖୋଦ୍ ଆନ୍ଧ୍ରର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନ୍ଧ୍ରର ଅଧିକାରୀ କହିଛନ୍ତି, "ଆମେ ଓଡି଼ଶା ଅଧିକାରୀଙ୍କୁ କେବଳ ପୋଲିଂ ପାର୍ଟି ଯିବା ଲାଗି ଅନୁମତି ମାଗିଥିଲୁ । କିନ୍ତୁ ସେମାନେ ଦେଲେ ନାହିଁ । ତେଣୁ ନେରେଡ଼ିୱାଲ୍ସା ବଦଳରେ ଗୋଟିଏ କିଲୋମିଟର ଦୂର ସାରିକାରେ ନିର୍ବାଚନ କରାଯିବ । ନିର୍ବାଚନ ବନ୍ଦ ହେବ ନାହିଁ । ଲୋକେ ସେମାନଙ୍କ ସ୍ଵ-ଇଚ୍ଛାରେ ଆସି ମତଦାନ କରିପାରିବେ ।"

କୋଟିଆରେ ୧୬୩

ସେପେଟ ମଙ୍ଗଳବାର ସର୍ବଦଳୀୟ ବୈଠକ ପରେ କୋରାପୁଟ ଜିଲ୍ଲାପାଳ କୋଟିଆ ଗ୍ରାମପୁଞ୍ଜରେ BNSSର ୧୬୩ ଧାରା ଲାଗୁ କରିଥିଲେ । ଯାହାପରେ ପଟ୍ଟାଙ୍ଗି ତହସିଲ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁରେ କଟକଣା ଲାଗୁ କରାଯାଇଛି ।

ଫଳରେ କୋଟିଆର ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ରାଲି, ଶୋଭାଯାତ୍ରା, ପ୍ରତିବାଦ, ସର୍ବସାଧାରଣ ସଭା, କୌଣସି ବିତରଣ, ପେଣ୍ଟିଂ ଆଦିକୁ ସରକାରୀ ଓ ସର୍ବସାଧାରଣ କୋଠାରେ ମନା କରାଯାଇଛି । BNSSର ୧୬୩ ଧାରା ଲାଗୁ ସହ ଉପଜିଲ୍ଲାପାଳ କୋରାପୁଟ ଚେକ୍ ପୋଷ୍ଟରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।

ଏଥିସହ ପଢ଼ନ୍ତୁ: କୋଟିଆର ୨୧ ଗାଁରେ ଲାଗିଲା BNSSର ୧୬୩ ଧାରା; ୫ରୁ ଅଧିକ ଲୋକ ଏକାଠି ମନା 

୫ ଦିନ ପାଇଁ କଟକଣା

କୋରାପୁଟ ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ୩ ତାରିଖ ମଙ୍ଗଳବାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ କୋଟିଆରେ ୧୬୩ ଧାରା ବଳବତ୍ତର ରହିବ । କଟକଣା ଲଗା ଯାଇଥିବା ୫ ଦିନ ସମୟରେ କେହି ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ।

କୋଟିଆଗ୍ରାମପୁଞ୍ଜରେ ୧୬୩ ଧାରା ଲଗାଯିବା ପରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏଥିସହ ସ୍ଥାନେ ସ୍ଥାନେ ବ୍ୟାରିକେଡ୍ ଲଗାଯାଇଛି ।