Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାକୁ ପଶିଲା ଦାନା: ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶାକୁ ପଶିଲା ଦାନା: ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର

ଅର୍ଗସ ବ୍ୟୁରୋ: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା କେନ୍ଦ୍ରାପଡ଼ା-ଧାମରା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଏହାକୁ ନେଇ ଧାମରାକୁ ସର୍ବୋଚ୍ଚ ୧୦ନଂ ବିପଦ ସଙ୍କେତ ଜାରି କରାଯାଇଛି। ସେହିଭଳି ଚାନ୍ଦବାଲି-ପୁରୀ ବନ୍ଦରକୁ ମଧ୍ୟ ୧୦ନଂ ବିପଦ ସଙ୍କେତ, ଗୋପାଳପୁର ବନ୍ଦରକୁ ୮ନଂ ବିପଦ ସଙ୍କେତ ଜାରି କରାଯାଇଛି। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପବନ ବହିବା ଆରମ୍ଭ ହୋଇଛି। ୨ ଜିଲାରେ ୩୦ରୁ ୪୦ କିମି ବେଗରେ ପବନ ବହୁଥିବା ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ବାତ୍ୟା ଦାନାର ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ତୀବ୍ର ବେଗରେ ପବନ ବହିବ। ତେବେ IMD ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁସାରେ, ଭିତରକନିକା ଓ ଧାମରା ମଧ୍ୟରେ ଅତିକ୍ରମ କରିବାବେଳେ ତାହା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ।

ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୫-୬ଘଣ୍ଟା ଯାଏଁ ଜାରି ରହିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବାତ୍ୟା ସହ ଭୟଙ୍କର ବେଗରେ ପବନ ବହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ଅକ୍ଟୋବର ୨୪ ମଝି ରାତିରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ପୂର୍ବାହ୍ନ ଯାଏ ରହିବ ବୋଲି ବିଶେଷଜ୍ଞ ମୃତ୍ୟୁଞ୍ଜୟ କହିଛନ୍ତି। ଲ୍ୟାଣ୍ଡଫଲ୍‌ବେଳେ ଏହାର ତୀବ୍ରତା ଅତି ବେଶୀରେ ୧୦୦-୧୧୦ କିମି କିମ୍ବା ୧୨୦ ମଧ୍ୟ ଛୁଇଁପାରେ। ଏହି ସମୟରେ ବୈତରଣୀ, ବ୍ରାହ୍ମଣୀ ନଦୀରୁ ପ୍ରଖର ବେଗରେ ଜୁଆର ମାଡି ସ୍ଥଳଭାଗକୁ ମାଡି ଆସିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲାକାରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସଂଧ୍ୟା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡୱାର୍ଣ୍ଣିଂ ଜାରି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Odisha stormed | Argus News